ଆସିଗଲା ମାଗଣା ଚାକିରୀ ସୁବିଧା , ବେରୋଜଗାରୀ ମଧ୍ୟ ଉଠାଇ ପାରିବେ ଲାଭ :-

ବେରୋଜଗାରଙ୍କ ପାଇଁ ସରକାର ବର୍ତ୍ତମାନ ଏକ ସ୍କିମ ନେଇ ଆସିଛନ୍ତି ଯାହାଦ୍ୱାରା ଲୋକଙ୍କୁ ବର୍ତ୍ତମାନ ଆଉ ଚାକିରୀ ଖୋଜିବାକୁ ପଡ଼ିବ ନାହିଁ । ଏହାଦ୍ୱାରା ଅନେକ ବେରୋଜଗାରି ଙ୍କୁ ଚାକିରୀ ମିଳିବାକୁ ଲକ୍ଷ୍ୟ ରଖି ସରକାର ଏହି ସ୍କିମ ବାହାର କରିଛନ୍ତି । ତାହା ହେଉଛି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ସ୍କିମ ଯାହାକି ଯୁବକ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଭାରତ ସରକାର ବାହାର କରିଛନ୍ତି । ତାହାକୁ ABRY ମଧ୍ୟ କୁହାଯାଏ ।

ତେବେ ଏହି ABRY ଅନୁସାରେ ଆପଣ ରେଜିଷ୍ଟ୍ରସନ କରି ରୋଜଗାର କରି ପାରିବେ ଅର୍ଥାତ ଚାକିରୀ କରି ପାରିବେ । ତେବେ ସୂଚନା ଅନୁସାରେ ଯଦି କେହିବି ଏଥିରେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆବେଦନ କରି ପାରିବେ । କେବଳ ସେତିକି ନୁହେଁ ଏହି ସ୍କିମ ଅନୁସାରେ କୌଣସି କମ୍ପାନୀ ରେ ନିଯୁକ୍ତ ହେବା ପରେ ସେମାନଙ୍କ ପିଏଫ ଭୁଗତାନ ସରକାର ଦେବେ । ଅର୍ଥାତ ଏହି ଯୋଜନା ଅନୁଯାୟୀ ସେହି ବ୍ୟକ୍ତି ଙ୍କ ଭବିଷ୍ୟ ନିଧିରେ ସରକାର ୨ ବର୍ଷ ପର୍ଯ୍ୟନ୍ତ ଜମା କରିବେ ।

ଏହା କରିବା ପଛରେ ଉଦ୍ଦେଶ୍ୟ ଏହା ଯେ ଏହାଦ୍ୱାରା କମ୍ପାନୀ ଗୁଡ଼ିକୁ ରୋଜଗାର ଦେବାର ପ୍ରୋତ୍ସାହନ ମିଳିବ । ତେବେ ଏହା ସେହି ବ୍ୟକ୍ତିଙ୍କୁ ମିଳିବ ଯେଉଁ ମାନଙ୍କର ରୋଜଗାର ୧୫୦୦୦ ଟଙ୍କାରୁ କମ ଥିବ । ଯେତେବେଳେ ବ୍ୟକ୍ତିଙ୍କ ରୋଜଗାର ୧୫୦୦୦ ରୁ ଅଧିକ ହୋଇଯିବ ସରକାର ଭୁଗତାନ କରିବା ବନ୍ଦ କରିଦେବେ । ଏଥିରେ ବ୍ୟକ୍ତି ୨୪ ମାସ ପର୍ଯ୍ୟନ୍ତ ଲାଭ ଉଠାଇ ପାରିବେ ଏବଂ ସରକାର କର୍ମଚାରୀ ଦରମାର ୨୪ ପ୍ରତିଶତ ଅଂଶ ଦାନ କରିବେ ।

୧ . ଏହି ସ୍କିମ କୁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ । ୨ . ABRY ଯୋଜନାରେ ୧୫୦୦୦ ରୁ କମ ଦରମା ଥିବା ବ୍ୟକ୍ତି ହିଁ କେବଳ ସେତେ ପର୍ଯ୍ୟନ୍ତ ଲାଭ ଉଠାଇ ପାରିବେ ଯେତେ ପର୍ଯ୍ୟନ୍ତ ଦରମା ରାଶି ୧୫୦୦୦ ହିଁ ରହିଛି ।

୩ . ୧୫୦୦୦ ରୁ ଅଧିକ ଦରମା ହେଲେ ସ୍କିମ ଅନୁଯାୟୀ ଭୁଗତାନ ବନ୍ଦ କରିବେ ସରକାର । ୪ . ହଜାରେ କର୍ମଚାରୀ ରୁ ଅଧିକ ଥିବା କମ୍ପାନୀ ରେ ଏହି ସ୍କିମ ର ଲାଭ ନିଆଯାଇ ପାରିବ ନାହିଁ । ୫ . ଏହାଦ୍ୱାରା ୭୨ ଲକ୍ଷ ଲୋକଙ୍କୁ ରୋଜଗାର ମିଳିବ ବୋଲି ଅନୁମାନ କରାଯାଇଛି ।

Leave a Reply

Your email address will not be published. Required fields are marked *