ଇଣ୍ଟରବ୍ୟୁ ପାଇଁ ୨ଘଣ୍ଟା ପର୍ଯ୍ୟନ୍ତ ପାହାଡ଼ ଉପରେ ନେଟୱର୍କ ଖୋଜିବାକୁ ଲାଗିଲେ ବ୍ୟକ୍ତି ଜଣଙ୍କ : ଦେଖନ୍ତୁ ଭିଡିଓ

କୋରୋନା କାରଣରୁ ସବୁ ଲୋକଙ୍କୁ ଘରେ ହିଁ କାମ କରିବା ପାଇଁ ପଡୁଛି। ଅନଲାଇନ ମିଟିଂ ମାଧ୍ୟମରେ ସବୁ କାମ ସହଜରେ କରାଯାଉଛି। ଅନେକ ଥର ନେଟୱର୍କ ନଥିବା ଯୋଗୁଁ ଆମକୁ ସମସ୍ୟାର ସାମ୍ନା କରିବା ପାଇଁ ପଡ଼ିଥାଏ।

କୋରୋନା କାରଣରୁ ସବୁ ଲୋକଙ୍କୁ ଘରେ ହିଁ କାମ କରିବା ପାଇଁ ପଡୁଛି। ଅନଲାଇନ ମିଟିଂ ମାଧ୍ୟମରେ ସବୁ କାମ ସହଜରେ କରାଯାଉଛି। ଅନେକ ଥର ନେଟୱର୍କ ନଥିବା ଯୋଗୁଁ ଆମକୁ ସମସ୍ୟାର ସାମ୍ନା କରିବା ପାଇଁ ପଡ଼ିଥାଏ। ପ୍ରାୟତଃ ଦେଖା ଯାଇଥାଏ କି ନେଟୱର୍କ ନରହିବା କାରଣରୁ ଆମେ ତାର ବିକଳ୍ପକୁ ଦେଖିଥାଉ। ବର୍ତମାନ ସମୟରେ ଜଣେ ବ୍ୟକ୍ତି ନିଜର ଗୋଟିଏ କାହାଣୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ବହୁତ ଭାଇରାଲ ହେଉଛି।

ଜଣେ ବ୍ୟକ୍ତିଙ୍କର ଚାକିରି ପାଇଁ, ତାଙ୍କୁ ଅନଲାଇନରେ ଇଣ୍ଟରବ୍ୟୁ ଦେବାର ଥିଲା, କିନ୍ତୁ ଗାଁରେ ନେଟୱର୍କ ନଥିଲା, ଏହି କାରଣରୁ ବ୍ୟକ୍ତି ଜଣଙ୍କୁ ବହୁତ ସମସ୍ୟାର ସାମ୍ନା କରିବା ପାଇଁ ପଡ଼ିଥିଲା। ନେଟଓ୍ବାର୍କ ପାଇଁ ବ୍ୟକ୍ତିଜଣଙ୍କୁ ପାହାଡ଼ ଉପରେ ଚଢ଼ିବା ପାଇଁ ପଡ଼ିଥିଲା।ଏହି କାରଣରୁ ତାଙ୍କୁ ୨ଘଣ୍ଟା ଲାଗି ଯାଇଥିଲା। ଫେସବୁକରେ ଏହି ବ୍ୟକ୍ତି ଜଣଙ୍କ ନିଜ କାହାଣୀ ମଧ୍ୟ ସେୟାର କରିଛନ୍ତି,ଯାହା ଭାଇରାଲ ହେଉଛି।

ମାଲେସିଆର ସରବାକରେ ରହୁଥିବା ୧୯ବର୍ଷର ଫ୍ର୍ୟାଙ୍କ ଷ୍ଟୁଅର୍ଡ ପ୍ୟାଣ୍ଟିଙ୍ଗଙ୍କୁ ଚାକିରି ପାଇଁ ଇଣ୍ଟରବ୍ୟୁ ଦେବାର ଥିଲା।ଠିକ ସେହି ସମୟରେ ତାଙ୍କ ଗାଁରେ ନେଟୱର୍କ ନଥିଲା। ନିଜ ଚାକିରୀକୁ ବଞ୍ଚେଇବା ପାଇଁ ଫ୍ର୍ୟାଙ୍କ ଦୁଇଘଣ୍ଟା ପାହାଡ଼ ଉପରେ ଚଢ଼ି ନେଟୱର୍କ ଖୋଜିବାକୁ ଲାଗିଥିଲେ। ଫ୍ର୍ୟାଙ୍କ ନିଜ ଲାପଟପକୁ ଧରି ପାହାଡ଼ ଚଢ଼ିବାକୁ ଲାଗିଥିଲେ। ପାଖାପାଖି ଦୁଇ ଘଣ୍ଟା ପର୍ଯ୍ୟନ୍ତ ପାହାଡ଼ ଚଢ଼ିବା ପରେ ତାଙ୍କୁ ଗୋଟିଏ ସ୍ଥାନ ମିଳି ଯାଇଥିଲା। ଯେଉଁଠାରେ ଇଣ୍ଟରନେଟ କନେକ୍ଶନ ସକ୍ଷମ ଥିଲା।

ପାହାଡ଼ ଉପରେ ହିଁ ଫ୍ର୍ୟାଙ୍କ ଇଣ୍ଟରବ୍ୟୁ ଦେଇଥିଲେ। ଏହି ଘଟଣାର ପୂରା ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି,ଯାହା ବହୁତ ଭାଇରାଲ ହେଉଛି।ସବୁ ଲୋକ ଏହି ବ୍ୟକ୍ତି ଜଣଙ୍କର ପ୍ରଶଂସା କରୁଛନ୍ତି।

Leave a Reply

Your email address will not be published. Required fields are marked *