ଆସୁଅଛି ଭୟଙ୍କର “ଦ୍ୱିପ୍ରହର” , ପୃଥିବୀ ହୋଇପାରେ ଧ୍ୱଂସ, ଆଊ ମାତ୍ର ୪ ଦିନ….

ପୃଥିବୀ ପାଇଁ ଏକ ଭୟଙ୍କର ଦିନ ଆସୁଅଛି  ଆଉ ସେହିଦିନ ପୃଥିବୀ ହୋଇ ଯାଇପାରେ ଧ୍ୱଂସ । ତେବେ ସେହିଦିନଟି ୨୨ ଫେବୃଆରୀ ଅଟେ । ସେହିଦିନ ଦ୍ୱିପ୍ରହର ୧ଟା ୨୪ ସମୟରେ ପୃଥିବୀ ଠାରୁ ପ୍ରାୟତଃ ୫୩.୬୬ କିଲୋମିଟର ଦୂରରୁ ଏକ ବଡ଼ ଗ୍ରହ ପୃଥିବୀ ଆଡକୁ ମାଡି ଆସୁଅଛି । ତେବେ ଏହା ସମ୍ଭାବ୍ୟ ବିପଦଜ୍ଜନକ ବୋଲି ନାସା କହିଛି । ଆଉ ଏହା ୬୨୩ ଫୁଟରୁ ୧୪୧୦ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇପାରେ ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ତେବେ ଏହି ଗ୍ରହକୁ ଆଷ୍ଟରଏଡ଼ ବୋଲି କୁହାଯାଏ । ଏହାର ନାମ ନାସା ଦ୍ୱାରା ଆଷ୍ଟରଏଡ଼ (୪୫୫୧୭୬) ୧୯୯୯ ଭିଏଫ ୨୨ ବୋଲି ରଖାଯାଇଛି । ୨୦୧୯ ମସିହାରେ ଏହାର ଲମ୍ବ ୭୩୮ ଫୁଟ ଥିଲା ।

ତେବେ ଏହି ଆଷ୍ଟରଏଡ଼ ପୃଥିବୀ ଏବଂ ଚନ୍ଦ୍ର ଠାରୁ ୧୪ ଗୁଣ ଅଧିକ ବୋଲି କୁହାଯାଉଛି । ତେବେ ମହାକାଶ ଜଗତରେ ଏହି ଦୁରତାକୁ ବେଶୀ ଭାବରେ ବିବେଚନା କରାଯାଏନାହିଁ । ପୃଥିବୀ ପାର୍ଶ୍ଵରୁ ଏହା ୨୫.୧୦ କିଲୋମିଟର ବେଗରେ ବାହାରିବ । ତେବେ ଏହାର ଘଣ୍ଟା ପ୍ରତି ବେଗ ୯୦,୩୬୦ କିଲୋମିଟର ଅଟେ । ତେବେ ଆଶ୍ଚର୍ଯ୍ୟର କଥା ଏହି ଯେ , ଏହି ଆଷ୍ଟରଏଡ଼ ଏକ ପୃଥିବୀ ଠାରୁ ଏକ ନିକଟତର ସମୟରେ ଆସିବ ବୋଲି କୁହାଯାଉଛି ।

ଅର୍ଥାତ ୨୧୫୦ ମସିହା ଫେବୃଆରୀ ୨୩ ତାରିଖରେ ଏହା ପୃଥିବୀ ଆଡକୁ ଆସିପାରେ । ତେବେ ଏହା କେତେ ଦୂରତାରେ ବାହାରିବା , ତାହା ଆକଳନ କରିବା ଅତ୍ୟନ୍ତ କଷ୍ଟକର ଅଟେ । ଏହାବ୍ୟତୀତ ଗୋଟିଏ କଥା ଜାଣିରଖନ୍ତୁ ଯେ , ୧୯୯୯ ମସିହା ଅକ୍ଟୋବର ୨୩ ତାରିଖରେ ଏହି ଗ୍ରହର ଆବିଷ୍କାର ହୋଇଥିଲା । କିନ୍ତୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହା ସଠିକ ଭାବରେ ଦେଖା ଯାଇନଥିଲା ।

ଏହାକୁ କାଟାଲିନା ମହାକାଶ ସର୍ଭେ ଦ୍ୱାରା ଆବିଷ୍କୃତ କରାଯାଇଥିଲା । ତେବେ ମିଳିଥିବା ସୂଚନା ଅନୁଯାୟୀ , ଏହି ଆଷ୍ଟରଏଡ଼ ର ଆକାର ଏତେ ବଡ଼ ଯେ , ଏହା ଯେଉଁ ସ୍ଥାନରେ ପଡିବ , ସେଠାକାର ଅଞ୍ଚଳକୁ ଧ୍ୱଂସ କରିଦେବ । ଆପଣ ମାନେ ନିଶ୍ଚିତ ଭାବରେ ହିରୋସୀମା ଏବଂ ନାଗାସାକି ବିଷୟରେ ଜାଣିଥିବେ । ସେହି ଅଞ୍ଚଳକୁ ଧ୍ଵଂସ କଲା ଭଳି ଏହା କ୍ଷତି ଘଟାଇବ । ସ୍ଥଳ ଭାଗରେ ପରମାଣୁ ବୋମା ଭଳି ଏବଂ ସମୁଦ୍ରରେ ସୁନାମୀ ଭଳି ଏହା ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାଏ । ତେବେ ଏଯାବତ ଏହା ପୃଥିବୀ ସହ ଧକ୍କା ହେବା ଭଳି କୌଣସି ଖବର ମିଳିନାହିଁ । ଏବଂ ଏପର୍ଯ୍ୟନ୍ତ ଆଶଙ୍କା ବ୍ୟକ୍ତ କରାଯାଉନାହିଁ ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ , ଏହା ଆପୋଲୋ ଆଷ୍ଟରଏଡ଼ ଶ୍ରେଣୀରେ ଆସୁଅଛି । ଯାହା ଏସ ଆକାରର ଅଟେ । ଏହା ସବୁଠାରୁ ଛୋଟ ଶ୍ରେଣୀର ଆଷ୍ଟରଏଡ଼ ଅଟେ । ତେବେ ଆକାଶରେ ଏହି ଆଷ୍ଟରଏଡ଼ କ୍ରମାଗତ ଭାବରେ ଚାଲୁଥିବ ଏବଂ ଏହାର ସ୍ଥିତି ମଧ୍ୟ ପରିବର୍ତ୍ତନ ହେଉଥିବ । ଏହା ଆକାଶରେ ତାରା ଭଳି ଦେଖାଯିବ ବୋଲି କୁହାଯାଉଛି ।

ତେବେ ପୃଥିବୀ ସହ ଏହି ଆକାରର ଅର୍ଥାତ ଛୋଟ ଆକାରର ଗ୍ରହର ଧକ୍କା ହେବା ସମ୍ଭାବନା ୬ ଲକ୍ଷ ବର୍ଷ ମଧ୍ୟରେ ଥରେ ହୋଇଥାଏ । ତେବେ ନାସା ପକ୍ଷରୁ ଦାର୍ଟ ନାମକ ମିଶନ ଲଞ୍ଚ କରାଯାଇଛି , ଯାହାଦ୍ୱାରା ଏକ ମହାକାଶଯାନକୁ ଆଷ୍ଟରଏଡ଼ ସହ ଧକ୍କା ଦେଇ ଏହାର ଗତିପଥ ପରିବର୍ତ୍ତନ କରାଯିବା ପାଇଁ ଚେଷ୍ଟା କରାଯିବ । ଆଉ ମିଶନ ଯଦି ସଫଳ ହୋଇଯାଏ , ତେବେ ଆଷ୍ଟରଏଡ଼ ସହ ଧକ୍କା ହେବା ପୂର୍ବରୁ ପୃଥିବୀକୁ ଅଟକା ଯାଇପାରିବ ।

ତେବେ ୨୦୧୩ ମସିହାରେ ପୃଥିବୀ ଆଷ୍ଟରଏଡ଼ର ଶିକାର ହୋଇଥିଲା । ଏହା ଋଷରେ ପଡିଥିଲା । ଯାହାଦ୍ୱାରା ଋଷର ଅନେକ କୋଠାଘରର କାଚ ଭାଙ୍ଗି ଯାଇଥିଲା । ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ । ଏହି ଆଷ୍ଟରଏଡ଼ ୧୭ ମିଟର ଲମ୍ବର ଥିଲା ।

Leave a Reply

Your email address will not be published. Required fields are marked *