ସୌମ୍ୟଙ୍କ ମୃତ୍ୟୁ ପାଇଁ ପ୍ରେମିକା ଦାୟୀ। : ବୋମ୍ୟକେଶ ତ୍ରିପାଠୀ

ସୌମ୍ୟ ପାଣିଗ୍ରାହୀଙ୍କ ହ-ତ୍ୟା ମାମଲାକୁ ଏକ ବର୍ଷ ପୁରୀଯାଇଥିବା ବେଳେ ଏବେ ହାଇକୋର୍ଟଙ୍କ ନିର୍ଦେଶ ପରେ କ୍ରାଇମବ୍ରାଞ୍ଚ ଘଟଣାକୁ ଘାଣ୍ଟିବା ଆରମ୍ଭ କରିଛନ୍ତି । ଗତକାଲି କ୍ରାଇମବ୍ରାଞ୍ଚ ଅଧିକାରୀ ସୌମ୍ୟ ପାଣିଗ୍ରାହୀଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ସାଥିରେ ଆଲୋଚନା କରିଥିବା ବେଳେ ଏହି ଘଟଣାକୁ ନେଇ ମୃତ ସୌମ୍ୟ ପାଣିଗ୍ରାହୀଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଆପଣ ମାନେ ନିହାତି ଭାବେ ଜଣିଥିବେ ସୌମ୍ୟଙ୍କ ମୃତ୍ୟୁ ପରେ ସୌମ୍ୟଙ୍କ ଶେଷ ଅଡିଓ ରେକର୍ଡ ବେଶ ଭାଇରାଲ ହୋଇଥିଲା । ଯେଉଁଥିରେ ସୌମ୍ୟ ପାଣିଗ୍ରାହୀ ତାଙ୍କ ପ୍ରେମିକାଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳିଥିଲା । ଆଉ ଏହା ପରେ ସୌମ୍ୟଙ୍କ ମୃତ୍ୟୁର କାରଣ ତାଙ୍କ ବାନ୍ଧବୀ ସୋନାଲି ନନ୍ଦ ବୋଲି ପରିବାର ଲୋକେ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ ।

ପୋଲିସ ସୋନାଲି ନନ୍ଦଙ୍କୁ ଥାନାକୁ ଡାକି ପଚରାଉଚରା କରିବା ପରେ ସୋନାଲି ନନ୍ଦଙ୍କୁ ଛାଡି ଦେଇଥିଲେ । ତେବେ ବର୍ତ୍ତମାନ ତାଙ୍କ ଓକିଲ ପୁରା ଘଟଣା ଗଣମାଧ୍ୟମରେ ବଖାଣିଛନ୍ତି । ଆସନ୍ତୁ ନଜର ପକାଇବା ସୌମ୍ୟଙ୍କ ଆ-ତ୍ମହତ୍ୟା ପଛରେ କଣ ଥିଲା ଅଜଣା ଗୁମର । କାହିଁକି ଏତେ ଦିନ ପରେ ପୁଣି ଘଟଣାକୁ କ୍ରାଇମବ୍ରାଞ୍ଚ ଘାଣ୍ଟିବା ଆରମ୍ଭ କରିଛି ।

ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ସୌମ୍ୟଙ୍କ ପରିବାର ଲୋକେ ଯେତେବେଳେ ପୋଲିସ ନିକଟରେ ପୁଅଙ୍କ ମୃତ୍ୟୁକୁ ନେଇ ଅଭିଯୋଗ କରିଥିଲେ ସେତେବେଳେ ପୋଲିସ କେଶ ଫାଇଲ କରି ଚୁପଚାପ ବସିରହିଥିଲେ । ତେବେ ଯେତେବେଳେ ପୋଲିସ କେଶର ତଦନ୍ତ କରିଲେ ନାହିଁ କି ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳିଲା ନାହିଁ ସେତେବେଳେ ବ୍ୟୋମକେଶ ତ୍ରିପାଠୀଙ୍କ କହିବା କଥା ସାରା ଭାରତର ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଲା କି ଏହି ଘଟଣାର ତଦନ୍ତ ହେବାର ଆବଶ୍ୟକତା ରହିଛି ।

କାରଣ ଯେତେବେଳେ ଏତ ବଡ଼ କେଶରେ ପରିବାରକୁ ନ୍ୟାୟ ମିଳୁନି । ବାପା ମାଆଙ୍କର ଏକ ମାତ୍ର ସନ୍ତାନ ପୁଅ ଥିଲେ ସୌମ୍ୟ ମା ପ୍ରତି ମୁହୂର୍ତ୍ତରେ ପୁଅକୁ ଝୁରି ହେଉଥିଲେ ସେତେବେଳେ ସମସ୍ତେ ସନ୍ଦେହ କରିବା ଆରମ୍ଭ କଲେ କି ଏହି କେଶରେ କୌଣସି ଜଣେ ବଡ ହସ୍ତୀଙ୍କର ହାତ ରହଛି ଯେଉଁଥିପାଇଁ ପୋଲିସ ନିଦାବିଷ୍ଣୁ ସାଜିଛି ।

ତେବେ ସବୁଠୁ ବଡ଼ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଏହି ଘଟଣା କେଉଁ ଗାଁ ଗହଳି କିମ୍ବା ଉପାନ୍ତ ଅଞ୍ଚଳର ଘଟଣା ନୁହେଁ ଏହି ଘଟଣା ହେଉଛି ରାଜଧାନୀ ଭୁବନେଶ୍ବରର ହେଲେ ବି ଯେତେବେଳେ ସୌମ୍ୟ ପାଣିଗ୍ରାହୀ ନ୍ୟାୟ ପାଇଲେ ନାହିଁ ସେତେବେଳେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ହାଇକୋର୍ଟଙ୍କ ପାଖରେ ଗୁହାରି କରିଥିଲେ ଆଉ ଯାହା ପରେ ହାଇକୋର୍ଟ ବର୍ତ୍ତମାନ ସୌମ୍ୟ ପାଣିଗ୍ରାହୀଙ୍କ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ।

କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଯଥା ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ମଧ୍ୟ କହିଛନ୍ତି । କାରଣ ସୌମ୍ୟ ପାଣିଗ୍ରାହୀ ମୃତ୍ୟୁ ପୂର୍ବରୁ ଏକ ହାତ ଲେଖା ଚିଠି ଛାଡି ଯାଇଥିଲେ ଯେଉଁଥିରେ ସ୍ପଟ ଭାବେ ଲେଖିଯାଇଥିଲେ ସବୁକିଛି । ତେବେ ବର୍ତ୍ତମାନ ସେହି ଘଟଣାକୁ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ନିର୍ଦେଶ ଦେବା ପରେ ଏବେ ପରିବାର ଲୋକଙ୍କ ମନରେ ନୂତନ ଆଶା ଉଙ୍କି ମାରିଛି ।

ଓ ପରିବାର ଲୋକେ କ୍ରାଇମବ୍ରାଞ୍ଚ ଉପରେ ଆଶା ରଖିଛନ୍ତି କି ତାଙ୍କୁ ନିହାତି ଭାବେ ନ୍ୟାୟ ମିଳିବ । କ୍ରାଇମବ୍ରାଞ୍ଚ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପରିବାର ଲୋକଙ୍କୁ ନ୍ୟାୟ ଦେବ। ଆଉ ଉପରେ ଥାଇ ପୁଅ ସୌମ୍ୟ ପାଣିଗ୍ରାହୀ ବେଶ ଖୁସି ହେବେ । ମାଙ୍କ ମନରେ ଯେଉଁ କ୍ଷୋଭ ଥିଲା ପୁଅର ମୃ-ତ୍ୟୁର ଅନେକ ଦିନ ପରେ ତାହା ଆଜି ନୂଆ ଆଶାରେ ପରିବର୍ତ୍ତନ ହୋଇଛି ।

ତେବେ ହାଇକୋର୍ଟଙ୍କ ନିର୍ଦେଶ ପରେ କ୍ରାଇମବ୍ରାଞ୍ଚ ଏହି ଘଟଣାକୁ ଯେତେବେଳେ ଘାଣ୍ଟିବା ଆରମ୍ଭ କରିଛି ସେତେବେଳେ ସୌମ୍ୟଙ୍କୁ ନ୍ୟାୟ ମିଳିବ । ଆଉ ଯେଉଁ ସୌମ୍ୟଙ୍କ ବାନ୍ଧବୀ ସୋନାଲି ନନ୍ଦଙ୍କ ନା ସୌମ୍ୟ ଚିଠିରେ ଲେଖି ଯାଇଥିଲେ ତାହା ଉପରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ଆଉ ଦୋଷୀ ଉପଯୁକ୍ତ ଦଣ୍ଡ ପାଇବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *