ପ୍ରେମରେ ପତ୍ରିକ ସାଜିଲା ମନ୍ଦିର, ସ୍ତ୍ରୀଙ୍କ ପାଇଁ ଗଢାଇଦେଲେ ୭ କୋଟିର ମନ୍ଦିର

ଏପରି କଥା ଆଗରୁ ଆପଣ କେବେ ଶୁଣି ନଥିବେ । ଏପରି କଥା ଆପଣ ବିଶ୍ୱାସ କରିପାରିବେ ନାହିଁ । ଜଣେ ସ୍ଵାମୀଙ୍କର ନିଜ ସ୍ତ୍ରୀଙ୍କ ପ୍ରତି ଏପରି ରହିଛି ଭଲ ପାଇବା । ଯାହା ପାଇଁ ସ୍ଵାମୀ ଜଣକ ନିଜ ସ୍ତ୍ରୀ ପାଇଁ ଗଢ଼ି ଦେଲେ ମନ୍ଦିର । ନିଜ ସ୍ତ୍ରୀଙ୍କର ସ୍ବପ୍ନକୁ ପୂରଣ କଲେ ସ୍ଵାମୀ ଆଉ ଏପରି ଉପହାର ଦେଲେ ଯେ ଯାହାକୁ ସମସ୍ତେ ସାରା ଜୀବନ ମନେ ରଖିବେ । ତେବେ ଯୁଗ ଯୁଗ ଧରି ପ୍ରେମର ପ୍ରତୀକ ହୋଇ ରହି ଆସିଛି ତାଜମହଲ, ଯାହାକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ ।

ଯାହାକୁ ଶାହାଜାହାନ ନିଜ ସ୍ତ୍ରୀ ମୁମତାଜଙ୍କ ପାଇଁ ଗଢ଼ି ଦେଇଥିଲେ । ଆଉ ଯାହା ଆଜି ପର୍ଯ୍ୟନ୍ତ ରହି ଆସିଛି , ଯେଉଁଠି ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମି ରହିଥାଏ । ଲୋକ ଦୂର ଦୁରାନ୍ତରୁ ଧାଇଁ ଆସିଥାନ୍ତି କେବଳ ଏହି ପ୍ରେମର ପ୍ରତୀକ ତାଜମହଲକୁ ଦେଖିବା ପାଇଁ । ତେବେ ଏପରି ଜଣେ ପ୍ରେମିକ ସାଜିଛନ୍ତି ଓଡ଼ିଶାର କ୍ଷେତ୍ରବାସୀ ।

ସ୍ତ୍ରୀଙ୍କ ପାଇଁ ଲକ୍ଷେ କିମ୍ବା ଦୁଇ ଲକ୍ଷ ଟଙ୍କାର ଜିନିଷ ନୁହେଁ , ୭ କୋଟି ଟଙ୍କାର ଉପହାର ଦେଇଛନ୍ତି କ୍ଷେତ୍ରବାସୀ । ତାହା କେବଳ ନିଜ ସ୍ତ୍ରୀଙ୍କୁ ନୁହେଁ ପୁରା ଗ୍ରାମ ଉପହାର ସ୍ୱରୂପ ପାଇଛି । ତେବେ ସୂଚନା ଅନୁଯାୟୀ , ଯାଜପୁର ଜିଲ୍ଲାରେ ଏପରି ଏକ ମନ୍ଦିର ଗଢ଼ି ଉଠିଛି , ଯାହା ପାଇଁ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା । ଯାହାକୁ ଜଣେ ସ୍ଵାମୀ ନିଜ ସ୍ତ୍ରୀଙ୍କୁ ଉପହାର ସ୍ବରୂପ ଦେଇଛନ୍ତି । ତେବେ ଏହି ମନ୍ଦିର ନିର୍ମାଣ ହେବା ଲାଗି ବର୍ଷେ କି ଦୁଇ ବର୍ଷ ନୁହେଁ , ଅନେକ ବର୍ଷ ଲାଗିଥିଲା ।

ଯାଜପୁର ବିଞ୍ଚାରପୁର ଚିକଣା ଗାଆଁର କ୍ଷେତ୍ରବାସୀ ଲେଙ୍କା । ନିଜ ସ୍ତ୍ରୀ ଏବଂ ପରିବାରକୁ ନେଇ ବାହାରେ ରହନ୍ତି । ୧୯୯୨ ମସିହାରେ ସେ ନିଜ ଗାଁର ଜଣେ ଝିଅକୁ ବିବାହ କରିଥିଲେ । ଯିଏକି ମାଆ ସନ୍ତୋଷୀଙ୍କର ଜଣେ ଭକ୍ତ ଥିଲେ । ଆଉ ସେଦିନ ଠାରୁ ସ୍ତ୍ରୀଙ୍କ ଆଖିରେ ଏତେ ସ୍ବପ୍ନ ଦେଖି କ୍ଷେତ୍ରବାସୀ ମଧ୍ୟ ନିଜ ସ୍ତ୍ରୀଙ୍କୁ ମାଆଙ୍କ ମନ୍ଦିର ଉପହାର ଦେବେ ବୋଲି ଭାବି ନେଇଥିଲେ ।

ତେବେ ୨୦୦୭ ମସିହାରୁ ସେ ନିଜ ଗାଁରେ ଏପରି ଏକ ମନ୍ଦିର ନିର୍ମାଣ କରିବେ ବୋଲି ଯୋଜନା କରିଥିଲେ । ଆଉ ଶେଷରେ ତାହା ହିଁ କରିଥିଲେ । ସେଦିନ ଠାରୁ ନିର୍ମାଣ କାମ ଆରମ୍ଭ ହୋଇଥିବା ମନ୍ଦିରର ବର୍ତ୍ତମାନ ସମୟରେ କାମ ଶେଷ ହୋଇଛି । ଏହି ମନ୍ଦିର ନିର୍ମାଣ କରିବା ପାଇଁ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା । ତେବେ ଏହି ମନ୍ଦିର ବିଶେଷ ଭାବରେ ମାଆ ସନ୍ତୋଷୀଙ୍କର ହୋଇଥିବା ବେଳେ ଏଥିରେ ଶିବ , ଗଣେଶ, ହନୁମାନ , ନବଗ୍ରହ ପୂଜା ପାଇବେ ।

ଆପଣ ଜାଣି ଆଶ୍ଚର୍ୟ୍ଯ ହେବେ ଯେ , ଏହି ମନ୍ଦିରର ମୁଖଶାଳା ୮୬ ଫୁଟର ହୋଇଥିବା ବେଳେ ମନ୍ଦିର ୬୫ ଫୁଟର ଅଟେ । ଯାହାକୁ ନିର୍ମାଣ କରିବା ପାଇଁ ଅନେକ କଷ୍ଟ ହୋଇଥିଲା । ତେବେ ବର୍ତ୍ତମାନ ସମୟରେ ଗାଆଁରେ ଏପରି ଏକ ମନ୍ଦିର ନିର୍ମାଣ ହୋଇଥିବା ଯୋଗୁଁ ଗ୍ରାମବାସୀ ମାନେ ଅତ୍ୟନ୍ତ ଖୁସି ଅଛନ୍ତି ।

ଏହା ବ୍ୟତୀତ କୁହାଯାଉଛି କି , ଏହି ମନ୍ଦିରର ପ୍ରତିଷ୍ଠା କାମ ୨୮ ତାରିଖରେ ହୋଇଯିବ । ଯାହାପରେ ଏଠାରେ ପୂଜା କାମ ଆରମ୍ଭ ହେବ । ତେବେ ବର୍ତ୍ତମାନ ସମୟରେ ଯାହାଙ୍କ ନାମରେ ଏହି ମନ୍ଦିର ନିର୍ମାଣ ହୋଇଛି , ଅର୍ଥାତ୍ କ୍ଷେତ୍ରବାସୀଙ୍କ ପତ୍ନୀ ମନ୍ଦିର ବିଷୟରେ ଆଉ ନିଜ ଉପହାର ବିଷୟରେ ଖୁସି ବ୍ୟକ୍ତ କରି କହିଛନ୍ତି କି , ଜୀବନରେ କେବେ ଏମିତି ସ୍ବପ୍ନ ଦେଖିବେ ଆଉ ତାହା ପୁରା ହେବ ବୋଲି ସେ କେବେ ଜାଣି ନଥିଲେ ।

ଆଜି ଆଖି ଆଗରେ ସେହି ସ୍ବପ୍ନକୁ ପାଇ ସେ ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି । ବିଶେଷ କରି ଏଥିପାଇଁ ସେ ନିଜ ସ୍ବାମୀଙ୍କୁ କିପରି ଧନ୍ୟବାଦ୍ ଜଣାଇବେ ସେ ବିଷୟରେ ସେ ଜାଣି ପାରି ନାହାଁନ୍ତି । ଜୀବନରେ ଏପରି ଜଣେ ମଣିଷକୁ ସେ ସ୍ଵାମୀ ଭାବରେ ପାଇ ବହୁତ ଖୁସି ଅଛନ୍ତି । ତେବେ ସେ ଆହୁରି ମଧ୍ୟ କହିଛନ୍ତି କି , ଏହି ମନ୍ଦିର କେବଳ ତାଙ୍କର ନୁହେଁ , ପୁରା ଗାଆଁ ପାଇଁ ଉପହାର ଅଟେ।

Leave a Reply

Your email address will not be published. Required fields are marked *