ରଙ୍ଗ୍ ନମ୍ବରରୁ ସୌଭାଗ୍ୟ ପ୍ରେମରେ ପଡିଗଲି..କହିଲେ ଶାରୀ-ରିକ ସମ୍ପ-ର୍କ ରଖି ପ୍ରେମିକ ଛାଡି ଦେଇ ପଳାଇଲା

ଏମିତି ବି ପ୍ରେମ ହୁଏ । ଏପରି କିଛି କଥା ଆମେ ଆଜି କହିବାକୁ ଯାଉଛୁ , ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୁହାଯାଏ ନା ପ୍ରେମ ଯେମିତି ବି ହେବାର ଥିବ , ହୋଇଯିବ । ଆଉ ଏପରି ହିଁ ପ୍ରେମରେ ପଡ଼ି ଯାଇଥିଲେ ଜଣେ ମହିଳା । ରଙ୍ଗ ନମ୍ବରରୁ ପ୍ରେମ କରି ବସିଥିଲେ ଆଉ ଜଣେ ଯୁବକଙ୍କୁ । ମହିଳା ଜଣକ ବିବାହିତା ଥାଇ ମଧ୍ୟ ନିଜ ସ୍ଵାମୀ କି ପରିବାର କଥା ଭାବି ନଥିଲେ ।

ବାସ୍ ପ୍ରେମରେ ରଙ୍ଗରେ ସେ ଏତେ ରଙ୍ଗୀନ ହୋଇ ଯାଇଥିଲେ କି , ତାଙ୍କୁ ଆଉ କିଛି ଦେଖିବାକୁ ମିଳୁ ନଥିଲା । ନିଜର ସବୁକିଛି ବୋଲି ଭାବି ନେଇଥିଲେ ରଙ୍ଗ ନମ୍ୱର୍ ରେ କଥା ହେଉଥିବା ବ୍ୟକ୍ତି ଜଣକୁ । ଆଉ ଧିରେ ଧିରେ ମନ ଦେଇ ବସିଥିଲେ । ଏପରିକି ଦୁହେଁ ଅନେକ ସମୟ ଧରି ଫୋନରେ କଥାବାର୍ତ୍ତା ମଧ୍ୟ କରିବାକୁ ଲାଗିଥିଲେ । ଆଉ ଧିରେ ଧିରେ କଥା ଆଗକୁ ବଢ଼ି ଚାଲିଥିଲା ।

ଆଉ ତାପରେ ଦୁହେଁ ଦେଖା ମଧ୍ୟ ହୋଇ ବିବାହ କରିଥିଲେ । ତାପରେ ମହିଳାଙ୍କ ସହିତ ଯୁବକ ଜଣକ ଶାରୀ-ରିକ ସମ୍ପ-ର୍କ ରଖି ବର୍ତ୍ତମାନ ସମୟରେ ଛାଡି ଦେଇ ପଳାଇ ଯାଇଥିବା ଅଭି-ଯୋଗ କରି ମହିଳା ଜଣକ ଧାରଣା ଦେଇ ପ୍ରେମିକ ଘର ଆଗରେ ବସିଛନ୍ତି । ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ପଞ୍ଚାୟତରେ ରହିଥିବା ଅସରଣ ଗାଁରେ । ବର୍ତ୍ତମାନ ସମୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ , ଭଦ୍ରକର ସ୍ୱପ୍ନା ପୃଷ୍ଟି ନାମକ ଜଣେ ବିବାହିତା ମହିଳା ଭୁଲ ନମ୍ୱରରେ କଥା ହେଉ ହେଉ ଜଗତସିଂହପୁରର ସୌଭାଗ୍ୟ ନାମକ ଜଣେ ବିବାହିତ ବ୍ୟକ୍ତିଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଏପରିକି ସ୍ୱପ୍ନା ନିଜ ସ୍ଵାମୀ ବାପିଙ୍କୁ ଛାଡି ମଧ୍ୟ ପଳାଇ ଆସିଥିଲେ ସୌଭାଗ୍ୟଙ୍କ ପାଖକୁ । ଦୁହେଁ ଏକ ସୁନାର ସଂସାର ଗଢ଼ିବେ ବୋଲି ମଧ୍ୟ ଭାବି ନେଇଥିଲେ।

କିନ୍ତୁ ଏହା ମଧ୍ୟରେ ସ୍ୱପ୍ନା ଜାଣି ନଥିଲେ କି ସୌଭାଗ୍ୟ ବିବାହିତ ଅଛନ୍ତି । ଆଉ ଏହାପରେ ସୌଭାଗ୍ୟ ସ୍ୱପ୍ନାଙ୍କୁ ନେଇ ମନ୍ଦିରରେ ବିବାହ ମଧ୍ୟ କରି ନେଇଥିଲେ । ନିଜ ସାଙ୍ଗରେ ପୁନେ ନେଇ ପଳାଇ ଯାଇଥିଲେ । କିଛି ମାସ ସେଠାରେ ରହିବା ପରେ ଦୁହିଁଙ୍କ ମଧ୍ୟରେ ଅନେକ ଥର ଶାରୀ-ରିକ ସମ୍ପ-ର୍କ ଗଢ଼ି ଉଠିଥିଲା ।

ଆଉ ସ୍ୱପ୍ନା ପୁରାପୁରି ସୌଭାଗ୍ୟଙ୍କ ପ୍ରେମରେ ପାଗଲ ହୋଇ ଯାଇଥିଲେ । କିନ୍ତୁ ସୌଭାଗ୍ୟ ସେପଟେ ସ୍ୱପ୍ନାଙ୍କୁ ଧୋ-କା ଦେଇ ଚାଲିଥିଲେ । ଏକଦା ତାଙ୍କୁ କହିଥିଲେ କି , ଓଡ଼ିଶା ଆସି ସେମାନେ ଖୁସିରେ ରହିବେ । ତେଣୁ ସ୍ୱପ୍ନା ମଧ୍ୟ ତାଙ୍କ କଥା ମାନି ଓଡ଼ିଶା ଫେରି ଆସିଥିଲେ । କିନ୍ତୁ ଏଠାରେ ତାଙ୍କୁ ନିଜ ଘରକୁ ନ ନେଇ କହିଥିଲେ ବାପ ଘରକୁ ଚାଲି ଯା ବୋଲି । ତେବେ ଏହା ମଧ୍ୟରେ ଧୀରେ ଧୀରେ କରି ସବୁ ସତ କଥା ଜାଣି ନେଇଥିଲେ ସ୍ୱପ୍ନା । ତେଣୁ ସେ ବର୍ତ୍ତମାନ ଆସି ପହଞ୍ଚି ଯାଇଛନ୍ତି ଜଗତସିଂହପୁର ।

ବର୍ତ୍ତମାନ ସମୟରେ ନିଜ ପ୍ରେମିକ ଘର ଆଗରେ ଧାରଣା ଦେଇ ବସି କହିଛନ୍ତି କି , ସୌଭାଗ୍ୟ ତାଙ୍କୁ ସ୍ତ୍ରୀ ରୂପରେ ଗ୍ରହଣ କରିବାକୁ ବାଧ୍ୟ । କାହିଁକି ନା ସେ ମନ୍ଦିରରେ ତାଙ୍କ ମଥାରେ ସେ ସିନ୍ଦୁର ଦେଇଛନ୍ତି । ତେଣୁ ତାଙ୍କ ସ୍ତ୍ରୀର ପରିଚୟ ମିଳୁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି , ତାଙ୍କ ସ୍ଵାମୀ କି ପରିବାର ଲୋକ ତାଙ୍କୁ ଆଉ ଗ୍ରହଣ କରିବେ ନାହିଁ । ତେଣୁ ସେ ସବୁଦିନ ପାଇଁ ସୌଭାଗ୍ୟ ସହିତ ରହିବେ ଆଉ ଘର ସଂସାର କରିବେ ।

ତେବେ ବର୍ତ୍ତମାନ ଦୁହେଁ ବିବାହିତ ଥିବା କଥା ନେଇ ଚର୍ଚା ହେବାରେ ଲାଗିଛି ଆଉ କାହାରି ମଧ୍ୟ ଛା-ଡ଼ପ-ତ୍ର ହୋଇ ନାହିଁ । ତେଣୁ ବର୍ତ୍ତମାନ ସମୟରେ ସୌଭାଗ୍ୟଙ୍କ ଫେରିବା ବାଟକୁ ସମସ୍ତେ ଅନାଇ ବସିଛନ୍ତି । ସେ ଆସିଲେ ଯାହା ସବୁ ନିଷ୍ପତ୍ତି ନିଆଯିବ ବୋଲି ସମସ୍ତେ କହିବାରେ ଲାଗିଛନ୍ତି । ତେବେ ଦେଖାଯାଉ ଆଗକୁ ଆଗକୁ କଣ ହେଉଛି ।

Leave a Reply

Your email address will not be published. Required fields are marked *