ବୁଢ଼ା ବୟସରେ ଶ୍ଵଶୁରକୁ ଘାରିଛି ଝିଅ ବୟସର ବୋହୂର ପ୍ରେମନିଶା, ରୋମାନ୍ସ କରିବାକୁ ମନ ହେଉଛି କନକନ

ଗୋଟେ ଝିଅ ବାହା ହେବା ପରେ ନିଜ ଘର ଏବଂ ବାପାମାଆ ପରକରି ଶାଶୁ ଘର ଚାଲିଆସେ। ସେ ବାହାଘରକୁ ନେଇ ମନରେ ଅସୁମାରୀ ସ୍ବପ୍ନ ଦେଖିଥାଏ। ସେ ଭାବେ ନିଜ ବାପାମାଆଙ୍କୁ ଛାଡ଼ି ଶାଶୁଘରେ ଶାଶୂ ଶ୍ଵଶୁର ରୂପରେ ଆଉ ଗୋଟେ ବାପାମାଆ ପାଇବ। କିନ୍ତୁ ଆଜିର ଏଇ କଳି ଯୁଗରେ ଏମିତି ନୃଶଂସ ଶ୍ଵଶୁର ଅଛନ୍ତି ଯେଉଁମାନେ ଶଶୁର ଏବଂ ବୋହୂ ସମ୍ପର୍କରେ କଳଙ୍କ ଲଗାଉଛନ୍ତି। କଟକର ବାଲିସାହିରେ ଏମିତି ଏକ ଘଟଣା ଘଟିଛି।

କଟକ ଜିଲ୍ଲାର ସାଲେପୁର ଥାନା ଅନ୍ତର୍ଗତ ବାଲିସାହି ମାଛୁଆତି ଗ୍ରାମର ସନାତନ ମହାରଣାଙ୍କ ପୁଅ ସୁସେନ୍ ମହାରଣା ବୈଦିକ ରୀତିନୀତି ଅନୁସାରେ ଢେଙ୍କାନାଳ ଜିଲ୍ଲା ରାଧାକୃଷ୍ଣ ବଜାରର ସତ୍ୟ ନାରାୟଣ ମହାରଣାଙ୍କ ଝିଅ ସସ୍ମିତା ମହାରଣାଙ୍କୁ ବାହା ହେଇଥିଲେ। ସସ୍ମିତା ବାହାଘରରେ ବହୁତ୍ ଖୁସି ଥିଲେ କିନ୍ତୁ କିଛି ଦିନ ଯିବା ପରେ ତାଙ୍କ ଖୁସି ପାଣିରେ ମିଳେଇଗଲା।

ବାହାଘର ବେଳେ ପୁଅ ଘର ଲୋକ ବହୁତ୍ ଯୌତୁକ ମାଗିଥିଲେ ଝିଅ ଘରଲୋକ ଯୌତୁକ ଦେଇଥିଲେ କିନ୍ତୁ ଏତିକିରେ ପୁଅ ଘରଲୋକଙ୍କ ମନ ମାନି ନଥିଲା ସେ ଅଧିକ ଯୌତୁକ ଆଣିବା ପାଇଁ ସସ୍ମିତାଙ୍କ ଉପରେ ଚାପ ପକାଉ ଥିଲେ। କିଛି ଦିନ ଯିବାପରେ ଶାଶୁଘର ଲୋକ ସସ୍ମିତାଙ୍କୁ ଘରୁ ବାହାର କରିଦେଲେ। ସେଥିପାଇଁ ସସ୍ମିତା ମିଡ଼ିଆ ଆଗରେ ସବୁ କଥା କହିଛନ୍ତି।

ସେ ମିଡ଼ିଆ ଆଗରେ କହିଛନ୍ତି ଶ୍ଵଶୁର ସବୁବେଳେ ତାଙ୍କ ଉପରେ ଖରାପ ଦୃଷ୍ଟି ପକାଉଥିଲେ। ସେ ଗାଧେଇବା ବେଳେ ଲୁଚି ଲୁଚି ଦେଖନ୍ତି। କଥା ହେବା ବାହାନାରେ ପିଠି,ପେଟ ଏମିତି କେତେ ଜାଗାକୁ ଛୁଅନ୍ତି। ବେଳେବେଳେ ପଛ ଆଡୁ ତାଙ୍କୁ କୁଣ୍ଢେଇ ଦିଅନ୍ତି। ତାପରେ କୁହନ୍ତି କାହା ଆଗରେ କହିବୁନି। ଜାଣି ଜାଣି ସୁସେନ ଆଉ ମୋ ମଧ୍ୟରେ ଝଗଡା ଲାଗନ୍ତି।

ସବୁବେଳେ ସୁସେନଙ୍କୁ ମତେ ଛାଡ଼ପତ୍ର ଦେବା କଥା କହୁନ୍ତି। ଯେତେବେଳେ ମୁଁ ଏ ସବୁ ବିଷୟର ସୁସେନଙ୍କୁ କହିଲି ସେ ମୋ କଥାକୁ ବିଶ୍ଵାସ ନ କରି ମତେ ବହୁତ୍ କଥା କହି ଘରୁ ବାହାରି ଯିବାକୁ କହିଲେ। ସୁସେନ ଆଉ ଗୋଟେ ଝିଅକୁ ଭଲ ପାଉଛନ୍ତି। ସେଥିପାଇଁ ମୋ ଶ୍ଵଶୁର ଜାଣି ଜାଣି ମୋ ସହ ଏମିତିକା ବ୍ୟବହାର କରୁଛନ୍ତି।

ପ୍ରଥମାଷ୍ଟମୀରେ ଯଦି ପୁର ଯୌତୁକ ଟଙ୍କା ନ ଆଣିବୁ ତେବେ ଆଉ ଶାଶୂ ଘରକୁ ଆସିବୁନି ବୋଲି କହି ଶ୍ଵଶୁର ଏବଂ ସ୍ବାମୀ ସସ୍ମିତାଙ୍କୁ ଘରୁ ବାହାର କରିଦେଲେ। ତାପରେ ସସ୍ମିତା ସାଲେପୁର ଥାନାରେ ଅଭିଯୋଗ କଲେ କିନ୍ତୁ କିଛି ଲାଭ ହେଲାନି ତେଣୁ ସେ ଏବେ ନିଜ ପାରିବାର ଲୋକ ଏବଂ କେତେଜଣ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଧରି ଶ୍ଵଶୁର ଘର ଆଗରେ ନ୍ୟାୟ ପାଇଁ ବସିଛନ୍ତି।

କିନ୍ତୁ ତାଙ୍କ ଶାଶୂ ଘରାଲୋକ କବାଟରେ ତାଲା ପକାଇ କୁଆଡେ ପାଲେଇଛନ୍ତି। ଯୋଉ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନ ମିଳିଛି ସେ କିଛି କହିବେନି କି କିଛି ପିଇବେନି ବୋଲି କହିଛନ୍ତି। ସେ କେବଳ ନିଜ ସ୍ବାମୀଙ୍କୁ ଫେରି ପାଇବା ସହିତ ଶ୍ଵଶୁରଙ୍କୁ ଦଣ୍ଡ ଦେବାପାଇଁ ଚାହୁଁଛନ୍ତି।ସସ୍ମିତାଙ୍କ ଅନଶନ ପାରେ ପୋଲିସ୍ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *