ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଚନ୍ଦ୍ରଚୁଡ଼ ଙ୍କ ବୟାନକୁ ନେଇ ଚର୍ଚ୍ଚା “ସ୍ୱାମୀ ନୁହେଁ ସ୍ତ୍ରୀର ମାଲିକ “

ଏହା ହିନ୍ଦୁ ସମାଜରେ ପ୍ରାୟତଃ ଗୋଟିଏ କଥା ଶୁଣା ଯାଇଥାଏ ଯେ ବିବାହ ପରେ ସ୍ବାମୀ ସ୍ତ୍ରୀର ସବୁକିଛି ହୋଇଯାଏ । ତେବେ ତାହାର ନିୟମ ଅନୁଯାୟୀ ସ୍ୱାମୀ ଯାହା କହିବ ତାହାକୁ ସ୍ତ୍ରୀ ମାନିବାକୁ ବାଧ୍ୟ । ପୁଣି ଏହା ବି ହୋଇପାରେ ଯେ ସ୍ତ୍ରୀ କୌଣସି କାର୍ଯ୍ୟ କରିବା ପୂର୍ବରୁ ସ୍ୱାମୀର ଅନୁମତି ନିହାତି ଜରୁରୀ ।

କିନ୍ତୁ ପ୍ରଥମ କଥା ତ ଏହା ଯେ ଭାରତୀୟ ସମ୍ବିଧାନ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିକୁ ନିଜ ଇଚ୍ଛା ଅନୁଯାୟୀ ବଞ୍ଚିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ତେଣୁ ସ୍ତ୍ରୀ କୁ ତାର ସ୍ୱାମୀ କୌଣସି କାମରେ ବି ବାରଣ କରି ପାରିବ ନାହିଁ କିମ୍ବା ସ୍ୱାମୀ ପାଖରୁ କୌଣସି ଅନୁମତି ନେବା ଭଳି ହିଁ ପ୍ରଶ୍ନ ଉଠୁନାହିଁ ।

ତେବେ ବର୍ତ୍ତମାନ ସମୟରେ ସୁପ୍ରିମକୋର୍ଟର ଏକ ବୟାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ସୁପ୍ରିମକୋର୍ଟରେ ବର୍ତ୍ତମାନର ମୁଖ୍ୟ ବିଚାରପତି ଚନ୍ଦ୍ରଚୁଡ଼ ଙ୍କ ଏକ ବୟାନ ଚର୍ଚ୍ଚାରେ ରହିଛି । ଯାହାକୁ ସବୁଠି ସମାଲୋଚନା କରାଯାଉଛି । ତେବେ ଚନ୍ଦ୍ରଚୁଡ଼ଙ୍କ ବୟାନ ସ୍ତ୍ରୀର ଅଧିକାରକୁ ନେଇ ରହିଛି ।

ସୁପ୍ରିମକୋର୍ଟ ବିଚାରପତିଙ୍କ କହିବା କଥା ଯେ ଜଣେ ସ୍ୱାମୀ ନିଜ ସ୍ତ୍ରୀର ମାଲିକ ନୁହେଁ । ବିବାହ ଅର୍ଥ ନୁହେଁ ଯେ ସେ ନିଜର ଇଚ୍ଛା କିମ୍ବା ଆବଶ୍ୟକତା ଉପରେ କାହାକୁ ବଶ କରିବାକୁ ଦେବ । ଅର୍ଥାତ ସ୍ତ୍ରୀ ନିଜ ଇଚ୍ଛା ଅନୁଯାୟୀ ସମସ୍ତ କାମ କରି ପାରିବ । ଯେଉଁଥିରେ ତାଙ୍କୁ ସ୍ୱାମୀର ଅନୁମତିର ଆବଶ୍ୟକତା ନାହିଁ ।

ଜଣେ ବିବାହିତା ମହିଳା କାହା ସହିତ ଯୌ-ନ ସମ୍ପର୍କ ରଖିବେ ତାହା କେବଳ ସେହି ମହିଳାଙ୍କ ଉପରେ ନିର୍ଭର କରେ । ତାହା ସେହି ମହିଳାଙ୍କର ସମ୍ପୂର୍ଣ୍ଣ ଭାବରେ ନିଜର ବ୍ୟକ୍ତିଗତ ପସନ୍ଦ ରହିବ । ତାଙ୍କ ପସନ୍ଦ ଉପରେ କହିବାର ସ୍ୱାମୀର ଅଧିକାର ନାହିଁ । ସ୍ୱାମୀ ସ୍ତ୍ରୀ ଉପରେ ଅଧିକାର ସାବ୍ୟସ୍ତ କରି ପାରିବ ନାହିଁ ।

ଯେହେତୁ ଯୌ-ନ ସମ୍ପର୍କ ସ୍ଥାପନ ମହିଳାଙ୍କର ଏକ ଆବଶ୍ୟକତା ତେଣୁ ଏହା ସମ୍ପୂର୍ଣ୍ଣ ଭାବରେ ତାଙ୍କ ଉପରେ ନିର୍ଭର କରେ ଯେ ସେ କାହା ସହିତ ସୁରକ୍ଷିତ । ସୁପ୍ରିମକୋର୍ଟ ବୟାନ ଅନୁଯାୟୀ ଏହା ଶୁଣା ଯାଇଛି ଯେ ଜଣକୁ ବିବାହ କଲେ ସ୍ୱାମୀଙ୍କ ବିନା ଅନୁମତିରେ ସ୍ତ୍ରୀ ଅନ୍ୟ କାହା ସହିତ ଯୌ-ନ ସମ୍ପର୍କ ରଖି ପାରିବ ନାହିଁ ବୋଲି ସହମତି ଦେଇ ନାହାଁନ୍ତି ।

ମଣିଷ ହୋଇଥିବାରୁ ନିଜର ସୁଖ ପାଇଁ ଯୌ-ନ ଇଚ୍ଛାକୁ ପୂରଣ କରିବାକୁ ସବୁ ସ୍ତ୍ରୀର ଇଚ୍ଛା ରହିଥାଏ । ଯାହା ମନୁଷ୍ୟ ବ୍ୟବହାରର ଏକ ପ୍ରତିଫଳନ । ମଣିଷର କାମବାସନା ତାଙ୍କ ପରିଚୟର ଏକ ଜରୁରୀ ଦିଗ । ତେଣୁ ସ୍ତ୍ରୀ ନିଜ ଇଚ୍ଛା ଅନୁଯାୟୀ ମଧ୍ୟ ଏକାଧିକ ବ୍ୟକ୍ତିଙ୍କ ସହିତ ଯୌ-ନ ସମ୍ପର୍କ ରଖିପାରନ୍ତି ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଚନ୍ଦ୍ରଚୁଡ଼ କହିଛନ୍ତି । ଯେଉଁ ବୟାନକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *