ପରକୀୟା ପ୍ରୀତିରେ ଲିପ୍ତ ସ୍ତ୍ରୀ, ସ୍ଵାମୀ ବିରୋଧ କରିବାରୁ ସ୍ୱାମୀକୁ ଦେଲା ହା-ଣି

କି ଯୁଗ ହେଲା ଯେ ପରକୀୟା ପ୍ରୀତିରେ ଆଜିର ନାରୀ ପୁରୁଷ ମାନେ ଲିପ୍ତ ହୋଇ ଯାଉଛନ୍ତି । ବିଶେଷ କରି ବିବାହ ପରେ ସେମାନେ ନିଜ ସ୍ଵାମୀ ସ୍ତ୍ରୀକୁ ଛାଡ଼ି ଦେଇ ଅନ୍ୟ ମାନଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି । ତେବେ ଏହା କିଛି ନୂଆ କଥା ନୁହେଁ । ପ୍ରତିଦିନ ଏପରି ଅନେକ ଘଟଣା ଦେଖିବାକୁ ମିଳୁଛି ।

ତେବେ ପୁଣିଥରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା , ଯାହା ଆପଣଙ୍କୁ ଭୟଭୀତ କରିଦେବ । ସ୍ତ୍ରୀକୁ ପରକୀୟା ପ୍ରୀତିରୁ ବାରଣ କରିବାରୁ ସ୍ତ୍ରୀ ସାଜିଲା ନୃଶଂସ । ଆଉ ନେଲା ଏପରି ପଦକ୍ଷେପ । ସ୍ୱାମୀକୁ ଦେଲା ହାଣି ।

ତେବେ ପୁରୀ ଜିଲ୍ଲାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ଡେଲାଙ୍ଗ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସ୍ଵାମୀ ଆଉ ନିଜ ସ୍ତ୍ରୀ ଆଉ ଅନ୍ୟ ଦୁର୍ବୃତ୍ତ ମାନଙ୍କ ବିରୋଧରେ ଦେଇଛନ୍ତି ଅଭିଯୋଗ । ତେବେ ସୂଚନା ଅନୁଯାୟୀ , ଡେଲାଙ୍ଗ ଥାନା ଅନ୍ତର୍ଗତ ନିପୁର ଗ୍ରାମରେ ବିପିନ ପ୍ରଧାନ ସହ ଖୋର୍ଦ୍ଧା ଜିଲ୍ଲାର ସୀମା ବଡ଼ଜେନାଙ୍କର ୨୦୧୯ ମସିହାରେ ବିବାହ ହୋଇଥିଲା । ଦୁହିଁଙ୍କ ବିବାହିତ ଜୀବନ କିଛି ଦିନ ପର୍ଯ୍ୟନ୍ତ ଠିକ୍ ଠାକ୍ ଚାଲିଥିଲା । କିନ୍ତୁ ୬ ମାସ ପରେ ସ୍ଵାମୀ ବିପିନ ଜାଣିବାକୁ ପାଇଥିଲେ କି , ସ୍ତ୍ରୀ ସୀମାଙ୍କର ନିଜ ଭିଣେଇଙ୍କ ସହିତ ସମ୍ପର୍କ ରହିଛି ।

ଭିଣେଇ ରଞ୍ଜିତ ନାୟକଙ୍କ ସହିତ ସ୍ତ୍ରୀ ସୀମା ଅନେକ ସମୟରେ କଥା ହେଉଥିଲେ । ତେବେ ବିପିନ ବାହାରେ ଚାକିରି କରୁଥିବା ସମୟରେ ସ୍ତ୍ରୀ ସୀମା ତାଙ୍କ ଭିଣେଇଙ୍କୁ ଅନେକ ସମୟରେ ଘରକୁ ଡାକିବା ସହିତ ତାଙ୍କ ସହିତ ରଖୁଥିଲେ ଶାରୀରିକ ସମ୍ପର୍କ ।

ତେବେ ଏ ବିଷୟରେ ବିପିନଙ୍କ ମାଆ ତାଙ୍କୁ ଜଣାଇଥିଲେ । ବିପିନ ସୀମାଙ୍କୁ ଏପରି କାଣ୍ଡ କରିବାକୁ ଅନେକ ଥର ମନା କରିଥିଲେ ମଧ୍ୟ ସେ ମାନିବାକୁ ନାରାଜ ଥିଲେ । ଆଉ ତାଙ୍କୁ ବାରମ୍ବାର ମନା କଲେ ସେ ବିପିନଙ୍କୁ ହାଣି ପକାଇବା କଥା କହିଥିଲେ । ଆଉ ଏହାପରେ ବିପିନ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ କିଛି ଦିନ ପାଇଁ ରଞ୍ଜିତଙ୍କୁ ଥାନାରେ ରଖି କିଛି ଦିନ ପରେ ପୁଣି ଛାଡି ଦେଇଥିଲା । ଆଉ ଏହାପରେ ମଧ୍ୟ ପୁଣିଥରେ ଦୁହିଁଙ୍କର ପ୍ରେମ ଚାଲିଥିଲା । ତେବେ କଥା ଯେତେବେଳେ ଅତି ରୁ ଇତି ହୋଇଗଲା , ସେତେବେଳେ ବିପିନ ବାରମ୍ବାର ସୀମାଙ୍କୁ ବାରଣ କଲେ । କିନ୍ତୁ ଏହାପରେ ଯାହା ହେଲା ଆପଣ ଜାଣି ଭୟଭୀତ ହୋଇ ଯିବେ ସୀମା ନିଜ ଭିଣେଇଙ୍କ ପରିବାର ସହିତ ମିଶି ବିପିନଙ୍କୁ ହାଣି ପକାଇ ଥିଲେ ।

ଆଉ ଏହାପରେ ବିପିନ ପାଟି କରିବାରୁ ପଡିଶା ଘର ଲୋକ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ । ଆଉ ବିପିନଙ୍କ ଅବସ୍ଥା ଦେଖି ତାଙ୍କୁ ହସ୍ପିଟାଲରେ ଭର୍ତି କରିଥିଲେ । ତେବେ ବର୍ତ୍ତମାନ ସମୟରେ ବିପିନ ଥାନାର ଦ୍ବାରସ୍ଥ ହୋଇ ନ୍ୟାୟ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *