ସ୍ୱାମୀ ଘରେ ନଥିବା ସମୟରେ ସ୍ତ୍ରୀ ଭୁଲରେ ବିକରନ୍ତୁ ନାହିଁ ଏହି କାମ , ନଚେତ …..!!!!!

ଗରୁଡ଼ ପୁରାଣରେ ଜଣେ ଗ୍ରହସ୍ଥ ପୁରୁଷ ପାଇଁ କଠୋର ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି । ସେହିଭଳି ପତିବ୍ରତା ସ୍ତ୍ରୀ ମାନଙ୍କ ପାଇଁ ମଧ୍ୟ ଅନେକ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି । ଯେଉଁ ସ୍ତ୍ରୀ ଏହିସବୁ ନିୟମର ପାଳନ କରେ ନାହିଁ ସେହି ସ୍ତ୍ରୀର ସୌଭାଗ୍ୟ ନଷ୍ଟ ହୋଇଯାଏ । ଏହାବ୍ୟତୀତ ଜୀବନରେ ଦୁର୍ଭାଗ୍ୟ ମଧ୍ୟ ଆସିଥାଏ । ମାତା ଲକ୍ଷ୍ମୀଙ୍କର କୃପା ମଧ୍ୟ ହୁଏନାହିଁ ।

ମାତା ଲକ୍ଷ୍ମୀ ଅସତୀ ସ୍ତ୍ରୀଙ୍କ ପାଖକୁ କେବେ ଯାଆନ୍ତି ନାହିଁ ଏବଂ ସେହି ଘରର ତ୍ୟାଗ କରି ସବୁଦିନ ପାଇଁ ପାଇଁ ଚାଲି ଯାଆନ୍ତି । ଗରୁଡ଼ ପୁରାଣରେ ପତିବ୍ରତା ସ୍ତ୍ରୀ ମାନଙ୍କ ପାଇଁ ଜରୁରୀ ଉପଦେଶ ଦିଆଯାଇଛି । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସ୍ୱାମୀ ଘରେ ନଥିଲେ ସ୍ତ୍ରୀ କୁ କେଉଁ କାମ ଆଦୋୖ କରିବା ଉଚିତ ନୁହେଁ । ଯେଉଁ ସ୍ତ୍ରୀ ଏହିସବୁ ନିୟମର ପାଳନ କରିଥାଏ ସେହି ବ୍ୟକ୍ତିର ଜୀବନରେ ସର୍ବଦା ସୁଖ ଶାନ୍ତି ବଜାୟ ରହିଥାଏ

ନଚେତ ପରିବାର ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ଦେଖା ଦେଇଥାଏ । ଶାସ୍ତ୍ରରେ ଘରର ସ୍ତ୍ରୀଙ୍କୁ ଲକ୍ଷ୍ମୀ କୁହାଯାଇଛି । ତେଣୁ ସ୍ତ୍ରୀଙ୍କୁ ମାତା ଲକ୍ଷ୍ମୀଙ୍କ ଭଳି ଗୁଣବାନ ରହିବା ଉଚିତ । ଚରିତ୍ରବାନ ଏବଂ ପତିବ୍ରତା ସ୍ତ୍ରୀ ଙ୍କ ଠାରୁ ଦେବତା ମଧ୍ୟ ଭୟଭୀତ ରହନ୍ତି । ପତିବ୍ରତା ସ୍ତ୍ରୀ ହିଁ ନିଜ ସ୍ୱାମୀର ଉନ୍ନତିର ସାଧନ ଅଟେ । ସେହି ପତିବ୍ରତା ଧର୍ମ କାରଣରୁ ତାକୁ ମୂଲ୍ୟ ମିଳିଥାଏ । ତେଣୁ ପ୍ରତ୍ୟେକ ପତିବ୍ରତା ସ୍ତ୍ରୀ ପତିବ୍ରତାର ନିୟମ ପାଳନ କରିବା ଉଚିତ ।

ପ୍ରଥମତଃ ସ୍ୱାମୀ ଘରେ ନଥିଲେ ସ୍ତ୍ରୀ ଶୃଙ୍ଗାର କରିବା ଉଚିତ ନୁହେଁ । ଗରୁଡ଼ ପୁରାଣ ଅନୁସାରେ ଯଦି କେହି ସ୍ତ୍ରୀର ସ୍ୱାମୀ ବାହାରକୁ ଯାଇଛନ୍ତି ତେବେ ସେହି ସ୍ତ୍ରୀକୁ ସ୍ନାନ କରିବା ଉଚିତ କିନ୍ତୁ ଶୃଙ୍ଗାର କରିବା ଉଚିତ ନୁହେଁ । କାରଣ ସ୍ତ୍ରୀର ଶୃଙ୍ଗାର କେବଳ ସ୍ୱାମୀ ପାଇଁ ହୋଇଥାଏ । ଯଦି ସ୍ୱାମୀ ଅନୁପସ୍ଥିତିରେ ସେ ସ୍ତ୍ରୀ ଶୃଙ୍ଗାର କରେ ତେବେ ତା ମଧ୍ୟରେ ଦୋଷ ଉତ୍ପନ୍ନବ ହୋଇଥାଏ । ତେଣୁ ଏହି ସମୟରେ ଶୃଙ୍ଗାର କରିବା ଉଚିତ ନୁହେଁ ।

୨ . ଗରୁଡ଼ ପୁରାଣ ଅନୁସାରେ କୌଣସିବି ସ୍ତ୍ରୀକୁ ଭୁଲରେ ଅନ୍ୟ ପୁରୁଷ ସହିତ ଗୋଟିଏ ଆସନରେ ବସିବା ଉଚିତ ନୁହେଁ । ଏହାଦ୍ବାରା ତାଙ୍କ ଚରିତ୍ରରେ ଦୋଷ ଲାଗିଥାଏ । ନଚେତ ଅନ୍ୟ ଲୋକ ସେହି ସ୍ତ୍ରୀକୁ ଭୁଲ ନଜରରେ ଦେଖି ପାରନ୍ତି । ପ୍ରତ୍ୟେକ ସ୍ତ୍ରୀକୁ କୌଣସି କାମ ସମୟରେ କେବଳ ନିଜ ସ୍ୱାମୀ ସହିତ ହିଁ ଗୋଟିଏ ଆସନରେ ବସିବା ଉଚିତ ।

 

୩ . ସ୍ତ୍ରୀ କୁ ନିଜ ସ୍ୱାମୀ ବ୍ୟତୀତ ପର ପୁରୁଷ ସହିତ ବାହାନରେ ବସିବା ଆଦୋୖ ଉଚିତ ନୁହେଁ । ନଚେତ ସେହି ସ୍ତ୍ରୀର ପତିବ୍ରତା ଧର୍ମ ନଷ୍ଟ ହୋଇଯାଏ । ସମାଜରେ ତାର ନିନ୍ଦା ହୋଇପାରେ । ପୁରୁଷକୁ ମଧ୍ୟ ନିଜ ସ୍ତ୍ରୀ ବ୍ୟତୀତ ଅନ୍ୟ କୌଣସି ମହିଳାଙ୍କ ସହିତ ବାହନରେ ବସିବା ଉଚିତ ନୁହେଁ ।

୪ . ଗରୁଡ଼ ପୁରାଣ ଅନୁଯାୟୀ ସ୍ତ୍ରୀଙ୍କୁ କେବେବି ନିଜ ସ୍ୱାମୀର ଅନୁପସ୍ଥିତିରେ ପର ପୁରୁଷକୁ ଘରେ ଆଶ୍ରୟ ଦେବା ଉଚିତ ନୁହେଁ । ନଚେତ ସେହି ସ୍ତ୍ରୀର ଚରିତ୍ରରେ ଦୋଷ ଆସିଥାଏ । ସ୍ୱାମୀ ସ୍ତ୍ରୀ ର ସମ୍ପର୍କରେ ଗୋଟିଏ ଛୋଟ ଭୁଲ ମଧ୍ୟ ସମସ୍ୟା ସୃଷ୍ଟି କରଥାଏ । ଏଥିପାଇଁ ସ୍ତ୍ରୀଙ୍କୁ ସାବଧାନ ରହିବା ଉଚିତ ।

୫ . ଗରୁଡ଼ ପୁରାଣ ଅନୁଯାୟୀ କୌଣସି ସ୍ତ୍ରୀକୁ ନିଜ ସ୍ୱାମୀ ଦୂରରେ ଥିଲେ ଅନ୍ୟ ଲୋକ ଘରେ ରହିବା ଉଚିତ ନୁହେଁ । ନଚେତ ସେ ପଥଭ୍ରଷ୍ଟ ହୋଇ ପାରନ୍ତି । ନିଜ ଘରକୁ ଛାଡ଼ି ଅନ୍ୟ ଘରେ ନିବାସ କରୁଥିବା ନାରୀର ପତିବ୍ରତା ଧର୍ମ ନଷ୍ଟ ହୋଇଯାଏ । ଏଥିପାଇଁ ସ୍ତ୍ରୀଙ୍କୁ କେବେ ଅନ୍ୟ ଘରେ ରହିବା ଉଚିତ ନୁହେଁ ।

୬ . ଗରୁଡ଼ ପୁରାଣରେ କୁହାଯାଇଛି ଯେ କୌଣସିବି ଯଜ୍ଞ ବିନା ସ୍ୱାମୀ ସ୍ତ୍ରୀରେ ପୁରା ହୋଇପାରେ ନାହିଁ । ତେଣୁ ସ୍ୱାମୀ ଘରେ ନଥିଲେ ସ୍ତ୍ରୀ କୌଣସି ଯଜ୍ଞ କିମ୍ବା ଅନୁଷ୍ଠାନରେ ବସିବା ଉଚିତ ନୁହେଁ ।ଏପରି କରିବା ଅଶୁଭ ହୋଇଥାଏ । ଏହାଦ୍ବାରା ଅଗ୍ନିଦେବ କ୍ରୋଧିତ ହୁଅନ୍ତି । ସେହି ସ୍ତ୍ରୀକୁ ସେହି ଯଜ୍ଞର କୌଣସି ଫଳ ମିଳେନାହିଁ । ବରଂ ତାହାର ବିପରୀତ ଫଳ ଭୋଗିବାକୁ ପଡ଼ିଥାଏ ।

୭ . ଶାସ୍ତ୍ର ଅନୁସାରେ ସ୍ତ୍ରୀଙ୍କୁ କେବେ ଶୁନଶାନ ସ୍ଥାନ କିମ୍ବା ନକରାତ୍ମକ ସ୍ଥାନ ଯେପରିକି ସ୍ମଶାନ ଭଳି ସ୍ଥାନକୁ ଏକୁଟିଆ ଯିବା ଉଚିତ ନୁହେଁ । ଏହାଦ୍ବାରା ତାଙ୍କ ଭିତରକୁ ନକରାତ୍ମକ ଆତ୍ମା ପ୍ରବେଶ କରିପାରେ । ଯାହାଦ୍ୱାରା ଏହାର ଖରାପ ପ୍ରଭାବ ଜୀବନ ଉପରେ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *