ନବରାତ୍ରୀରେ ତକିଆ ତଳେ ରଖନ୍ତୁ ଏହି ଗୋଟିଏ ଜିନିଷ । ନଅ ଦିନ ମଧ୍ୟରେ ହୋଇଯିବେ କୋଟିପତି…

ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦ ଠାରୁ ନବରାତ୍ରୀର ଆରମ୍ଭ ହୋଇଥାଏ ଏବଂ ଚଳିତ ବର୍ଷ ଏହା ଅକ୍ଟୋବର ୧୫ ରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ଅକ୍ଟୋବର ୨୪ ରେ ଶେଷ ହେବ । ନବରାତ୍ରୀରେ ମାତାଙ୍କର ଭିନ୍ନ ଭିନ୍ନ ରୂପକୁ ଭିନ୍ନ ଭିନ୍ନ ବିଧିରେ ପୂଜା କରାଯାଇ ପ୍ରସନ୍ନ କରାଯାଏ । ଏହି ସମୟରେ କିଛି ଲୋକ ବାର ବ୍ରତ ଉପାସନା , ଯଜ୍ଞ ଏବଂ ଦାନ ଧର୍ମ କରିଥାନ୍ତି । ତେଣୁ ଆପଣବି ଯଦି ନବରାତ୍ରୀର ନଅ ରାତି ପର୍ଯ୍ୟନ୍ତ ଶୋଇବା ସମୟରେ ରାତିରେ ତକିଆ ତଳେ କିଛି ଏପରି ଜିନିଷ ରଖି ଶୁଅନ୍ତି ତେବେ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳି ପାରିବ ।

୧ . ତୁଳସୀ ପତ୍ର:-

ତୁଳସୀ ପତ୍ର ହିନ୍ଦୁ ସନାତନ ଧର୍ମର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହାକୁ ଯଦି ଆପଣ ନବରାତ୍ରୀର ନଅ ଦିନ ପର୍ଯ୍ୟନ୍ତ ରାତିରେ ଶୋଇବା ସମୟରେ ତକିଆ ତଳେ ରଖି ଶୁଅନ୍ତି ତେବେ ଆପଣଙ୍କ ଜୀବନ ବଦଳିଯିବ ଏବଂ ସବୁପ୍ରକାରର ଅଶାନ୍ତି , ସମସ୍ୟା , ବିପତ୍ତି ମଧ୍ୟ ଦୂର ହେବ । ଏହାକୁ ସକାଳୁ ଉଠି ସେବନ କରି ପାରିବେ । କିନ୍ତୁ ତୁଳସୀ ପତ୍ରକୁ ସନ୍ଧ୍ୟା କିମ୍ବା ରାତିରେ ଆଦୋୖ ଛିଡ଼ାନ୍ତୁ ନାହିଁ । ଏହାଦ୍ବାରା ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ପ୍ରତ୍ୟେକ ଦିନ ତୁଳସୀ ପୂଜା କଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ ।

୨ . ମୟୁର ପର:-

ସକାରାତ୍ମକ ଶକ୍ତିକୁ ସକ୍ରିୟ କରିବା ପାଇଁ ଏବଂ ନିଜ ଜୀବନରେ ସବୁ କାର୍ଯ୍ୟରେ ସଫଳ ହେବା ପାଇଁ ନିଜ ତକିଆ ତଳେ ମୟୁର ପର ନିଶ୍ଚିତ ରଖିବା ଉଚିତ । ଏହାର ପ୍ରଭାବ ଅତ୍ୟନ୍ତ ଲାଭକାରୀ ସିଦ୍ଧ ହୋଇଥାଏ । ତକିଆ ତଳେ ମୟୁର ପର ରଖି ଶୋଇବା ଦ୍ୱାରା ବ୍ୟକ୍ତିର ଜାତକରେ ଲାଗିଥିବା ଦୋଷ ଧୀରେ ଧୀରେ ଶେଷ ହୋଇଯାଏ । ଏହି କାରଣରୁ ବ୍ୟକ୍ତିର ଭାଗ୍ୟ ସର୍ବଦା ତାର ସପକ୍ଷରେ ଥାଏ । ଦୁର୍ଘଟଣାରୁ ମୁକ୍ତି ମିଳିଥାଏ । ଏହାପରେ ସକାଳୁ ନିଦରୁ ଉଠି ତକିଆ ତଳେ ରଖିଥିବା ମୟୁର ପରର ଦର୍ଶନ କରନ୍ତୁ । ନବରାତ୍ରୀରେ ତକିଆ ତଳେ ମୟୁର ପର ରଖିଲେ ତାହାର ଅଧିକ ଫାଇଦା ମିଳିଥାଏ ।

୩ . କୋଏନ:-

ରାତିରେ ଶୋଇବା ସମୟରେ ତକିଆ ତଳେ ଟଙ୍କିକିଆ କୋଏନ ରଖି ଦିଅନ୍ତୁ । ସକାଳୁ ଉଠି ତାହାକୁ କୌଣସି ଗରିବ ବ୍ୟକ୍ତିକୁ ଦାନ କରି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ସମସ୍ୟାର ଅନ୍ତ ହୋଇଯିବ ଏବଂ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳି ଯିବ । ଏହାଦ୍ବାରା ବ୍ୟକ୍ତିର ଦୋଷ ଧୀରେ ଧୀରେ କମ ହୋଇଥାଏ ଏବଂ ତା ଉପରେ ସକାରାତ୍ମକ ଶକ୍ତିର ସଞ୍ଚାର ବଢ଼ିଥାଏ ।

୪ . ଲୁହା ଚାବି:-

ଯଦି ଆପଣଙ୍କର ସମୟ ଭଲ ଚାଲୁ ନାହିଁ ଏବଂ ଭିନ୍ନ ଭିନ୍ନ ଖରାପ ଭାବନା ମନକୁ ଆସିବା ସହିତ ନିଦ ହେଉନାହିଁ ତେବେ ରାତିରେ ତକିଆ ତଳେ ଚାବି ରଖି ଶୋଇ ପାରିବେ । ଏହାଦ୍ବାରା ରାହୁ ଏବଂ କେତୁର ଖରାପ ପ୍ରଭାବ ଦୂର ହୋଇଥାଏ ଏବଂ ନକରାତ୍ମକତା ମଧ୍ୟ ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *