କଳା ପଲସରରେ ବୋହୁ ମାରିଲା ଚମ୍ପଟ…

ଅନଲାଇନ ବୋହୁ ଫସେଇ ଦେଇ ଗଲା । ଇନ୍ଷ୍ଟା ଗ୍ରାମରୁ ପ୍ରେମ ହେଲା ପୁଅ ସେ ଅନଲାଇନ୍ ରୁ ପ୍ରେମ କରୁଥିବା ଝିଅକୁ ବାହା ହେଇ ଘରକୁ ଆଣିଲା । ଘରେ କେହି ରାଜି ନଥିଲେ ବି ଶେଷରେ ପୁଅର ଖୁସି ପାଇଁ ଆମେ ରାଜି ହେବାକୁ ବାଧ୍ୟ ହେଲୁ । ହେଲେ ଏବେ ବୋହୁ ଶାଶୁ ଘର ଇଜ୍ଜତକୁ ତଳେ ପକାଇ ବୋହୁ କଳା ପଲସରରେ ଫେରାର ହୋଇଗଲା ।

ଏଭଳି ଘଟଣା ଘଟିଛି ଭୁବନେଶ୍ୱରରେ ଜଣେ ଯୁବକ ଇନଷ୍ଟାଗ୍ରାମରେ ରିଲସ କରୁଥିବା ବେଳେ କେନ୍ଦୁଝର ଅଞ୍ଚଳର ଜଣେ ଯୁବତୀ ମଧ୍ୟ ଇନଷ୍ଟାଗ୍ରାମରେ ରିଲ୍ସ କରୁଥିଲେ । ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହେଲା ପ୍ରେମ ସମ୍ପର୍କ । ଶେଷରେ ନିଜ ପ୍ରେମକୁ ପାଇବା ପାଇଁ ଯୁବକ ଧାଇଁ ଯାଇଥିଲେ ଯୁବତୀଙ୍କ ପାଖକୁ ।

ଯୁବତୀଙ୍କ ଘରେ ପହଞ୍ଚି ଯୁବକ କହିଥିଲେ କି ମୁଁ ସେ ଝିଅକୁ ଭଲ ପାଉଛି ତାକୁ ହିଁ ବାହା ହେବାକୁ ଚାହେଁ । ଏହା ପରେ ଯୁବକଙ୍କ ଘରର ଇଚ୍ଛା ନଥିଲେ ମଧ୍ୟ ଯୁବକଙ୍କ ଖୁସି ପାଇଁ ପରିବାର ଲୋକେ ରାଜି ହୋଇଥିଲେ । ଶେଷରେ ଦୁଇ ପରିବାର ଲୋକଙ୍କ ସହମତି କ୍ରମେ ।

ସାତ କଳସୀ ଆଠ ଦୀପକୁ ସାକ୍ଷୀ ରଖି ହିନ୍ଦୁ ରୀତିନୀତି ଅନୁଯାୟୀ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ । ବିବାହ ପରେ ମାତ୍ର ଦୁଇଟା ମାସ ଯାଇନି ବୋହୁ ବାହାର କରିଥିଲେ ଆଉ ଗୋଟିଏ ରୂପ । ଶାଶୂଙ୍କ କହିବା ଅନୁଯାୟୀ ବୋହୂଙ୍କୁ ରିଲ୍ସ ବନେଇବା ପାଇଁ ମନା କରିଥିଲେ ସ୍ବାମୀ । ଆଉ ଏହା ପରେ ବୋହୂଙ୍କ ମୁଣ୍ଡ ଆଉ କାମ କରିନଥିଲା ।

ବୋହୂର ଇନଷ୍ଟାଗ୍ରାମକୁ ଯେବେ ସ୍ବାମୀ ବନ୍ଦ କରିଦେଇଥିଲେ ସେବେ ବୋହୁ ସବୁବେଳେ ପଞ୍ଜୁରୀ ଭିତରୁ ମୁକ୍ତ ହେବାକୁ ଚହୁଥିଲା । କାରଣ ବୋହୂର ଇନଷ୍ଟାରେ କେହି ଜଣେ ଯୁବକ ବୋହୂକୁ ପ୍ରେମ ନିବେଦନ କରୁଥିବା ପୁଅ ଦେଖିଥିଲେ ଆଉ ଏହାକୁ ନେଇ ପୁଅ ବୋହୂଙ୍କ ମଧ୍ୟରେ ମଧ୍ୟ ସାମାନ୍ୟ ଝଗଡା ବି ହୋଇଥିଲା ।

ତେବେ ଏହା ପରେ ବୋହୂକୁ ପରିବାର ଲୋକେ ବୁଝାଇ ଥିଲେ ଏବଂ ପୁଅ କହିଥିଲା କି ତୁ ଆଉ ଇନଷ୍ଟା ବ୍ୟବହାର କରିବୁ ନାହିଁ । ଏହା କହି ପୁଅ ଚାକିରୀକୁ ଚାଲିଯିବା ବେଳେ ଶାଶୁ କାମ କରିବାକୁ ବାହାରକୁ ଚାଲିଯାଇଥିଲେ । ଆଉ ଏହି ସୁଯୋଗରେ ବୋହୁ ଏକ କଳା ପଲସରରେ ଚମ୍ପଟରେ ମାରିଥିଲେ ।

ତେବେ ବର୍ତ୍ତମାନ ସ୍ତ୍ରୀ ସ୍ବାମୀଙ୍କୁ ଅଧା ରାସ୍ତାରେ ଧୋକା ଦେଇ ଚାଲିଯାଇଥିବାରୁ ସ୍ବାମୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ଆଉ ଶାଶୂଙ୍କ କହିବା କଥା ଯଦି ସେ ଝିଅ ପାଇଁ ମୋ ପୁଅ ପାଗଳ ହୁଏ ସେଥି ପାଇଁ ଦାୟୀ ରହିବେ ସେ ଝିଅ ଓ ତାର ବୋହୁ । ତେବେ ସେପଟେ ସ୍ବାମୀ ମଧ୍ୟ ଅନଲାଇନ୍ ରୁ ବାହା ହୋଇ ଭୁଲ କରିଦେଲେ ବୋଲି ଅନୁତାପ କରୁଥିବା ବେଳେ । ସ୍ବାମୀ କହୁଛନ୍ତି ଅନଲାଇନ୍ ସ୍ତ୍ରୀ ଭଲ ପାଇ ଠକି ଦେଇ ଗଲା ।

Leave a Reply

Your email address will not be published. Required fields are marked *