ନବରାତ୍ରୀରରେ ଭୁଲରେବି କରନ୍ତୁ ନାହିଁ ଏହି ସାତୋଟି କାମ । ନଚେତ ମାତା ରାଣୀ ଦେବେ ବଡ ଦଣ୍ଡ

ଆଶ୍ୱିନ ମାସର ଅମାବାସ୍ୟାରେ ପିତୃ ପକ୍ଷର ସମାପ୍ତି ହୋଇଥାଏ । ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦ ଠାରୁ ନବରାତ୍ରୀର ଆରମ୍ଭ ହୋଇଯାଏ । ଏଥର ଶାରଦୀୟ ନବରାତ୍ରୀର ଆରମ୍ଭ ଅକ୍ଟୋବର ୧୫ ରୁ ହୋଇ ଅକ୍ଟୋବର ୨୪ ରେ ଶେଷ ହେବ । ନବରାତ୍ରୀରେ ଏହି ନଅ ଦିନରେ ମାତା ରାଣୀଙ୍କର ଭିନ୍ନ ଭିନ୍ନ ନଅ ରୁପର ପୂଜା ଆରାଧନା କରାଯାଏ । ନବରାତ୍ରୀରେ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଭିନ୍ନ ଉପାୟ ମଧ୍ୟ କରାଯାଇଥାଏ । ଏହି ନଅ ଦିନରେ ବ୍ୟକ୍ତି ବ୍ରତ ପାଳନ କରି ଯାହାବି ମନସ୍କାମନା କରିଥାଏ ତାହା ନିଶ୍ଚିତ ପୂର୍ଣ୍ଣ ହୋଇଥାଏ । କିନ୍ତୁ ମାତାଙ୍କୁ ପୂଜା କରିବା ସମୟରେ ନିଷ୍ଠା ଏବଂ ବିଶ୍ୱାସ ରହିବା ଆବଶ୍ୟକ ।

କିନ୍ତୁ କିଛି ଏଭଳି କାମ ରହିଛି ଯାହାକୁ ଯଦି ଆପଣ ନବରାତ୍ରୀ ସମୟରେ କରନ୍ତି ତେବେ ମାତା କ୍ରୋଧିତ ହୁଅନ୍ତି । ମାତା ଯେତେ ଜଲଦି ନିଜ ଭକ୍ତ ଉପରେ ସନ୍ତୁଷ୍ଟ ହୁଅନ୍ତି । କିଛି ଭୁଲ ପାଇଁ ସେତେ ଜଲଦି ରୁଷ୍ଟ ମଧ୍ୟ ହୁଅନ୍ତି । ତେବେ ଚାଲନ୍ତୁ ସେହି ସାତୋଟି କାମ ବିଷୟରେ ଜାଣିନେବା ।

୧ . ନବରାତ୍ରୀରେ ମହିଳାଙ୍କୁ ଅପମନା ଦେବା କିମ୍ବା ନିନ୍ଦା କରିବା ଉଚିତ ନୁହେଁ । ହିନ୍ଦୁ ଧର୍ମରେ ମହିଳାଙ୍କୁ ମାତା ରାଣୀଙ୍କ ରୂପ ମାନା ଯାଇଥାଏ । ଯେଉଁମାନେ ମହିଳାଙ୍କର ସମ୍ମାନ କରନ୍ତି , ସେମାନଙ୍କ ଉପରେ ମାତା ଦୁର୍ଗା ନିଜ କୃପା ଦୃଷ୍ଟି ସବୁବେଳେ ବଜାୟ ରଖନ୍ତି । ନବରାତ୍ରୀରେ ଯେଉଁ ବ୍ୟକ୍ତି ମହିଳାଙ୍କ ପ୍ରତି ଖରାପ ଭାବନା ଆଣିଥାଏ ତାକୁ ମାତା ଦଣ୍ଡ ଦିଅନ୍ତି ।

୨ . ନବରାତ୍ରୀ ସମୟରେ କୌଣସି ବୃଦ୍ଧ , ପଥଚାରି କିମ୍ବା କନ୍ୟା କେହିବି ଭୋଜନ ନିମିତ୍ତ ଆସିଲେ ସେମାନଙ୍କୁ ଅପମାନ କରିବା ଉଚିତ ନୁହେଁ । ଏହାବ୍ୟତୀତ ଘରେ ଯଦି କେହି ଚାକର କିମ୍ବା ଦାସୀ ଅଛନ୍ତି ତେବେ ତାଙ୍କୁ ମଧ୍ୟ ଅପମାନିତ କରିବା ଉଚିତ ନୁହେଁ । ନବରାତ୍ରୀରେ ସେମାନଙ୍କୁ ଭୋଜନ କରାଇବା ବ୍ୟତୀତ କିଛି ନା କିଛି ଉପହାର ନିଶ୍ଚିତ ଦିଅନ୍ତୁ ।

୩ . ନବରାତ୍ରୀ ସମୟରେ ଖରାପ କାମ ଯଥା , ନିଷ୍ପାପ ପଶୁକୁ କଷ୍ଟ ଦେବା , ଅନ୍ୟ କାହାର ଦୁର୍ବଳତାର ଫାଇଦା ଉଠାଇ ସମସ୍ୟା ସୃଷ୍ଟି କରିବା କିମ୍ବା କାହା ମନରେ ଆଘାତ ସହିତ ମିଛ କହିବା ମଧ୍ୟ ଉଚିତ ନୁହେଁ । ଏପରି କାର୍ଯ୍ୟ ରାକ୍ଷସ ପ୍ରବୃତ୍ତିର ହୋଇଥାଏ । ତେଣୁ ଏସବୁ କରିବା ଠାରୁ ଦୂରେଇ ରୁହନ୍ତୁ ।

୪ . ନବରାତ୍ରୀରେ କୌଣସି ପରିସ୍ଥିତିରେ ଭୁଲରେବି ତାମସିକ ଭୋଜନ କରନ୍ତୁ ନାହିଁ । ନଚେତ ମାତା ରାଣୀ କ୍ରୋଧିତ ହେବେ । ଏହାଦ୍ବାରା ଆପଣଙ୍କର ଅନିଷ୍ଟ ମଧ୍ୟ ହେବ । ନବରାତ୍ରିର ନଅ ଦିନ ଉପବାସ ସହିତ ସାତ୍ଵିକ ଭୋଜନ କରିବା ଉଚିତ ।

୫ . ନବରାତ୍ରୀ ସମୟରେ ଶାରୀରିକ ସମ୍ପର୍କ ବର୍ଜିତ ଅଟେ । କାରଣ ଏହି ସମୟରେ ବାର ଉପବାସ ବ୍ରତ , ମାତାଙ୍କ ପୂଜା ବିଧିର ପରମ୍ପରା ରହିଛି । ତେଣୁ ଏହି ସମୟରେ ଶାରୀରିକ ସମ୍ପର୍କ ରଖିଲେ ଶରୀର ଅଶୁଦ୍ଧ ହୋଇଯାଏ । ଯାହାଦ୍ୱାରା ମାତା ମଧ୍ୟ କ୍ରୋଧିତ ହୁଅନ୍ତି ।

୬ . ନବରାତ୍ରୀରେ କେବେବି ଘରକୁ ଏକୁଟିଆ ଛାଡ଼ି ତାଲା ଲଗାଇ କୁଆଡ଼େ ଯିବା ଉଚିତ ନୁହେଁ । କାରଣ ଏହି ସମୟରେ ମାତା ରାଣୀ ଘରକୁ ଆସିଥାନ୍ତି । ତାଲା ଲାଗିଥିଲେ ମାତା ରାଣୀ ଦ୍ୱାରରୁ ଫେରିଯିବେ । ତେଣୁ ଯଦି ଆପଣ କୁଆଡ଼େ ବହାରକୁ ଯାଉଛନ୍ତି ତେବେ ଘରେ କେହି ନା କେହି ଜଣେ ରହିବା ଉଚିତ ।

୭ . ନବରାତ୍ରୀରେ ଭୁଲରେବି ଦିନରେ ଶୁଅନ୍ତୁ ନାହିଁ । ଏହା ବର୍ଜିତ ଅଟେ । ଏହାବ୍ୟତୀତ ନବରାତ୍ରୀରେ କେଶ ଏବଂ ନଖ କାଟିବା ମଧ୍ୟ ବର୍ଜିତ ଅଟେ ।

Leave a Reply

Your email address will not be published. Required fields are marked *