କେବଳ ଅଳ୍ପ କିଛି ଧନିଆ ଏହି ସ୍ଥାନରେ ରଖି ଦିଅନ୍ତୁ ଦେଖିବେ ଚମତ୍କାର….

ପ୍ରାୟ ସବୁ ଲୋକ ଧନିଆ ର ବ୍ୟବହାର କରିଥାନ୍ତି । ଏହାକୁ ଲୋକେ ବିଭିନ୍ନ ଉପାୟ ପାଇଁ ବ୍ୟବହାର କରିଥାନ୍ତି । ତାହା ପୁଣି ଚାକିରୀ ବ୍ୟବସାୟ ହେଉ କିମ୍ୱା ଅନ୍ୟ କିଛି ହେଉ । ସାଧରଣତଃ ଆର୍ଥିକ ଲାଭ ପାଇଁ ଲୋକେ ଏହାର ଉପଯୋଗ କରିଥାନ୍ତି । ଖାଦ୍ୟରେ ମଧ୍ୟ ଏହାର ଉପଯୋଗ ହୋଇଥାଏ । ଯଦି ଆପଣ ଏହାକୁ ନେଇ ଏକ ଛୋଟ ଉପାୟ କରନ୍ତି ତେବେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ । ଏହାଦ୍ବାରା ଆପଣଙ୍କ ଘରକୁ ଧନ ଆକର୍ଷିତ ହୋଇ ଆସିବ ।ଆର୍ଥିକ ଲାଭ ସହିତ ସୁଖ ପ୍ରାପ୍ତ କରିବା ପାଇଁ ଧଣିଆର ଉପଯୋଗ କରି କରାଯାଉଥିବା ଉପାୟ ବିଷୟରେ ଆଜିକାର ଲେଖାରେ କହିବୁ ।

୧ . ଆପଣଙ୍କ ଘରେ ମାଟିର ଏକ ପାତ୍ର ଥିଲେ ସେଥିରେ କିଛି ଧଣିଆ , ଏକ ମୁଦ୍ରା , ତାପରେ ତାହାକୁ ଏକ ନାଲି କପଡ଼ାରେ ଢାଙ୍କି ଘରର ପୂର୍ବ ଉତ୍ତର ଦିଗରେ ରଖି ଦିଅନ୍ତୁ । ଆଗାମୀ ଦିନ ସେହି ଧଣିଆକୁ ମାଟିରେ କିମ୍ବା ଗାଉଁଲାରେ ମାଟିରେ ପୋତି ଦିଅନ୍ତୁ । ମୁଦ୍ରାକୁ ଏକ ନାଲି କପଡ଼ାରେ ବାନ୍ଧି ଘର ଧନ ଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ସମସ୍ୟା ଦୂରେଇ ଯିବ । ଏହି ଉପାୟକୁ ଆପଣ କୌଣସି ଦିନ ବି କରି ପାରିବେ ।

୨ . ଯଦି ଆପଣଙ୍କୁ ଏମିତି ଲାଗୁଛି ଯେପରି ଆପଣଙ୍କର ନିଜ ଲୋକ ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି ଏବଂ ଜୀବନରେ ସବୁକିଛି ଶେଷ ହୋଇଯିବା ଭଳି ପ୍ରତୀତ ହେଉଛି ତେବେ ସେହି ସମୟରେ ଏକ ନାଲି କପଡ଼ାରେ କିଛି ଧଣିଆ ବାନ୍ଧି ହନୁମାନଙ୍କ ଚରଣରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ନଷ୍ଟ ହୋଇ ଯାଇଥିବା ସମ୍ମାନ ପୁଣିଥରେ ଫେରି ଆସିବ ଏବଂ ମାନ ସମ୍ମାନ ପ୍ରତିଷ୍ଠା ହେବ । ନଷ୍ଟ ହୋଇଥିବା ଧନ ସମ୍ପତ୍ତି ମଧ୍ୟ ଫେରି ଆସିବ ।

୩ . ଯଦି ଏମିତି ପରିସ୍ଥିତି ଥାଏ ଯେମିତି କେହି ଆପଣଙ୍କ ଠାରୁ ଟଙ୍କା ନେଇ ଦେଉ ନାହାଁନ୍ତି ତେବେ ଶନିବାର , ରବିବାର କିମ୍ବା ମଙ୍ଗଳବାର ଦିନ ଏକ ସାଧା ପେପର ଆଣି ସେଥିରେ ତା ଉପରେ କିଛି ଧଣିଆ ରଖି ସେହି ବ୍ୟକ୍ତିର ନାମ ଲେଖି ଦିଅନ୍ତୁ । ତାପରେ ତାହାକୁ ଜାଳି ଦିଅନ୍ତୁ । ଦେଖିବେ ଟଙ୍କା ମିଲିଯିବାର ଆଶାଙ୍କା ବଢ଼ିଯିବ ।

୪ . ଘରେ ଅନେକ ସମୟରେ କଳି ଝଗଡ଼ା ଲାଗିଥାଏ ତେଣୁ ଏପରି ପରିସ୍ଥିତିରେ ଏକ ମାଟିର ପାତ୍ରରେ କିଛି ଶୁଖିଲା ଧଣିଆ ଦବାଇ ଦିଅନ୍ତୁ । ଏହା ଏକ ସହଜ ଏବଂ ପ୍ରଭାବୀ ଉପାୟ ଅଟେ ।ଏହି ଉପାୟ କରିବା ଦ୍ୱାରା ପରିବାରକୁ ଖୁସି ଫେରି ଆସିଥାଏ ।

୫ . ଅନେକ ସମୟରେ ଆର୍ଥିକ ଅଭାବ ଅଧିକ ସମସ୍ୟା ସୃଷ୍ଟି କରେ । ତେଣୁ ଏପରି କ୍ଷେତ୍ରରେ କୌଣସି ଦିନ ସବୁଜ ଧଣିଆ ଗାଈକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂରେଇ ଯିବ । ମାତ୍ର ଗାଈକୁ ଧଣିଆ ଖୁଆଇବା ସମୟରେ ନିଜର ମନସ୍କାମନା ନିଶ୍ଚୟ କୁହନ୍ତୁ ।

୬ . ଯଦି ଆପଣଙ୍କର କରଜ ସମସ୍ୟା ରହିଛି ଏବଂ ମୂଳଧନ ଠାରୁ ସୁଧ ଅଧିକ ହୋଇଯାଇଛି ତେବେ ରାତିରେ ଶୋଇବା ସମୟରେ କିଛି ଶୁଖିଲା ଧଣିଆ ନେଇ ନିଜ ମୁଣ୍ଡ ପାଖରେ ରଖି ଦିଅନ୍ତୁ । ସକାଳ ସମୟରେ ତାହାକୁ ନେଇ କୌଣସି ଏକ ଅଶ୍ୱତ୍ଥ ବୃକ୍ଷ ତଳେ ଦବାଇ ଦିଅନ୍ତୁ । ଦେଖିବେ କରଜ ସମସ୍ୟା ସବୁଦିନ ପାଇଁ ଦୂରେଇ ଯିବ ।

୭ . ଯଦି ଘରର କୌଣସି ସଦସ୍ୟଙ୍କ ଉପରେ ନଜର ଦୋଷ ପଡ଼ିଛି ତେବେ କିଛି ଶୁଖିଲା ଧଣିଆ ବାମ ହାତରେ ନେଇ ଉକ୍ତ ବ୍ୟକ୍ତିଙ୍କ ମୁଣ୍ଡ ଉପର ଦେଇ ଓଲଟା ୭ ଥର ବୁଲାଇ ବାହାରେ ଫିଙ୍ଗି ଦିଅନ୍ତୁ । ଦେଖିବେ ନଜର ଦୋଷ ଉତୁରିଯିବ । ମନେ ରଖନ୍ତୁ ଯେ ଏହି ଉପାୟ କରିବା ସମୟରେ ଯେପରି କେହି ନଦେଖନ୍ତି ।

Leave a Reply

Your email address will not be published. Required fields are marked *