ମୁଁ ବାଇକରୁ ପଡିଯାଇଥିଲି, ଗୁଣ୍ଡ ଲଗେଇ ମୋ ସହ ଏମିତି କଲେ…

ଜଣେ ନାରୀ ନିଜ ଅଧିକାର ପାଇଁ କେବେ ବି ଅନ୍ୟ ସହିତ ଲଢ଼ିବା ଛାଡି ନଥାଏ । ନିଜ ଅଧିକାର ପାଇଁ ସେ କାହା ସହ ବି ଲଢ଼ିଯାଏ । ଠିକ୍ ସେମିତି ଦୀପିକା , ଯାହାଙ୍କୁ ଆପଣ ପ୍ରାୟତଃ ସମସ୍ତେ ଜାଣି ସାରିଥିବେ । ବ୍ରହ୍ମପୁରର ଝିଅ ତଥା ବୋହୂ ଦୀପିକା । ବିବାହ ନ କରୁଣୁ ହୋଇ ଯାଇଥିଲେ ଗର୍ଭବତୀ । ଆଉ ତାଙ୍କ ଗର୍ଭରୁ ଜନ୍ମ ହୋଇଛି ଗୋଟିଏ ପୁଅ। ତେବେ ପିଲା ଜନ୍ମ ହେବା ପରେ ଦୀପିକାଙ୍କ ପ୍ରେମିକ ତାଙ୍କୁ ଗ୍ରହଣ କରିବାକୁ ରାଜି ନଥିଲେ ଆଉ ତାଙ୍କ ଶାଶୁ ଘର ଲୋକ ବି ତାଙ୍କୁ ଗ୍ରହଣ କରିବାକୁ ପୁରା ନାରାଜ ।

ତେଣୁ ଦୀପିକା ବାଧ୍ୟ ହୋଇ ନିଜ ଅଧିକାର ପାଇଁ ଲଢିଥିଲେ ଆଉ କେବଳ ନିଜ ପାଇଁ ନୁହେଁ , ନିଜ ପୁଅକୁ ବାପାର ପରିଚୟ ଦେବା ପାଇଁ ଆଉ ସମାଜରେ ମୁଣ୍ଡ ଟେକି ଆଗକୁ ବଢିବା ପାଇଁ ସେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଦୀପିକା ନିଜ ଶାଶୁ ଘର ଆଗରେ ଯାଇ ଧାରଣା ଦେଇ ବସିଥିଲେ । ଆଉ କାହା କଥାକୁ ଖାତିର ନ କରି କି ଲୋକଙ୍କ କଥାକୁ ନ ଶୁଣି ଧାରଣା ଦେଇ ବସିଥିଲେ । ଏହାରି ମଧ୍ୟରେ ତାଙ୍କୁ ଅନେକ କଷ୍ଟ ଯନ୍ତ୍ରଣା ମଧ୍ୟ ସହିବାକୁ ପଡିଥିଲା । କେତେ ଯେ ଖରା କେତେ ଯେ ବର୍ଷା ଆସିଛି , ତଥାପି ଦୀପିକା ଆଜି ପର୍ଯ୍ୟନ୍ତ ହାର ମାନି ନାହାଁନ୍ତି ।

ଏ ମଧ୍ୟରେ ଦୀର୍ଘ ୩ ମାସରୁ ଅଧିକ ସମୟ ବିତି ଯାଇ ସାରିଛି । ତଥାପି ଦୀପିକା ଆଜି ପର୍ଯ୍ୟନ୍ତ ଧାରଣା ଦେଇ ଶାଶୁ ଘର ଆଗରେ ବସି ରହିଛନ୍ତି । କିନ୍ତୁ ଏହା ମଧ୍ୟରେ ତାଙ୍କୁ ଅନେକ କଷ୍ଟ ସହିବାକୁ ପଡୁଛି । ଶାଶୁ ଘର ଲୋକ ତାଙ୍କୁ ହଇରାଣ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନାହାଁନ୍ତି । ତାଙ୍କର ଆଉ ଦିନେଶଙ୍କ ମାମଲା କୋର୍ଟରେ ବିଚାରଧୀନ ଅବସ୍ଥାରେ ରହିଛି । ବର୍ତ୍ତମାନ କିଛି ଦିନ କୋର୍ଟ ବନ୍ଦ ରହିଥିବା କାରଣରୁ ସେ ମାମଲା ବିଷୟରେ କିଛି ବି ପଦକ୍ଷେପ ନିଆ ଯାଇ ପାରୁନାହିଁ। ଅନ୍ୟ ପକ୍ଷରେ ଦୀପିକା କାଲି ନିଜ ଶାଶୁ ଘର ଲୋକଙ୍କ ଉପରେ ଆଉ ଏକ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସେ କହିଛନ୍ତି କି , ଶାଶୁ ଘର ଲୋକ ତାଙ୍କ ରହୁଥିବା ଟେଣ୍ଟ ଫୋପାଡ଼ି ଦେଇଛନ୍ତି । ଆଉ ଜାଳି ମଧ୍ୟ ଦେଇଛନ୍ତି । ତାଙ୍କ ସମସ୍ତ ଜିନିଷକୁ ନାଳରେ ଫୋପାଡ଼ି ଦେବା କଥା ସେ କହିଛନ୍ତି । ସେ ଯେଉଁ ସମୟରେ ଘରେ ନ ଥିଲେ , ସେହି ସମୟରେ ତାଙ୍କ ସହିତ ଏପରି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି , ତାଙ୍କ ଶାଶୁ ସେ ବସିଥିବା ସମୟରେ ତାଙ୍କ ଉପରକୁ ଥଣ୍ଡା ପାଣି ଫୋପାଡ଼ି ଦେଇଛନ୍ତି । ଆଉ ଏଥିପାଇଁ ତାଙ୍କୁ ଅନେକ କଷ୍ଟ ମଧ୍ୟ ହେଉଛି । ଆଉ ଏ ବାବଦରେ ଦୀପିକା ନିହାତି ଲଢ଼ିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *