ସ୍ତ୍ରୀକୁ କଷ୍ଟ କରି ପାଠ ପଢ଼ାଇଲା ସ୍ଵାମୀ, ସ୍ତ୍ରୀ ସେପଟେ ପର ପୁରୁଷ ସହ ବିତାଇଲା ରାତି

ଏମିତି ଖବର ଥରେ ଥରେ ଶୁଣିବା ପରେ ଆଶ୍ଚର୍ଯ୍ୟ ଅନୁଭବ ହୋଇଥାଏ । ଯାହା ପାଇଁ ଯେତେ କଲେ ବି ସେ ସନ୍ତୁଷ୍ଟ ହୋଇ ନଥାଏ ଆଉ ଶେଷରେ ଏପରି କିଛି କାମ କରିଥାଏ, ଯାହା ସେହି ମଣିଷକୁ ଅତ୍ୟନ୍ତ ଲଜ୍ଜିତ କରିଥାଏ । ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଏହି ଘଟଣା ମଧ୍ୟ ଠିକ୍ ସେହିଭଳି । ଆଉ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବାରେ ଲାଗିଛି । ଯାହା ପାଇଁ ଦିନେ ସ୍ଵାମୀଟିଏ ଏତେ କଷ୍ଟ କରିଥିଲା , ଶେଷରେ ସେହି ସ୍ତ୍ରୀ ଏପରି ଧୋକା ଦେଲା ।

ଆଉ ସେ ଏମିତି ଧୋକା ଦେଲା ଯେ , ସେ କ୍ଷମା ପାଇବା ଯୋଗ୍ୟ ବି ନୁହେଁ । ଜଣେ ସ୍ଵାମୀ ନିଜ ସ୍ତ୍ରୀର ସବୁ ଇଚ୍ଛା ପୁରା କରିବା ପାଇଁ ଦିନରାତି କରିଥିଲେ ପରିଶ୍ରମ କିନ୍ତୁ ଶେଷରେ ସେହି ସ୍ତ୍ରୀ ନିଜ ସ୍ବାମୀଙ୍କୁ ଏମିତି ଶକ୍ତ ଧୋକା ଦେଇ ଚାଲିଗଲେ , ଯାହାକୁ କହିବା ମଧ୍ୟ କଠିନ ଅଟେ । ତେବେ ସେହି ସ୍ତ୍ରୀ ଜଣକ ନିଜ ସ୍ବାମୀଙ୍କୁ ଧୋକା ଦେଇ ପର ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ ବୋଲି ବର୍ତ୍ତମାନ ଜାଣିବାକୁ ମିଳିଛି । ଆଉ ଏପରି କାଣ୍ଡ କରିଛନ୍ତି ଏସଡିଏମ ମାଡ଼ାମ୍ । ନିଜ ହୋମଗାର୍ଡ ସ୍ଵାମୀଙ୍କ ସବୁ ବିଶ୍ୱାସ ଭାଙ୍ଗି ଦେଇଛନ୍ତି ସେ ।

ସୂଚନା ଅନୁଯାୟୀ , ଉତ୍ତରପ୍ରଦେଶର ବରେଲି ଜିଲ୍ଲାର ଆଲୋକ ବରିଆଙ୍କ ପତ୍ନୀ ଜ୍ୟୋତି ବରିଆ । ୧୦ ବର୍ଷ ପୂର୍ବରୁ ଦୁହିଁଙ୍କ ବିବାହ ହୋଇଥିଲା । ଆଉ ବିବାହ ସମୟରେ ଜ୍ୟୋତି ପାଠ ପଢ଼ାପଢ଼ି କରୁଥିଲେ ଆଉ ସରକାରୀ ଚାକିରୀ କରିବେ ବୋଲି ଇଚ୍ଛା ରଖିଥିଲେ । ତେବେ ଯେତେବେଳେ ସ୍ଵାମୀ ନିଜ ସ୍ତ୍ରୀଙ୍କ ଇଚ୍ଛା ବିଷୟରେ ଜାଣିବାକୁ ପାଇଥିଲେ , ସେ ମଧ୍ୟ ସ୍ତ୍ରୀଙ୍କ ସାଥ ଦେଇଥିଲେ ଆଉ ନିଜେ ହୋମଗାର୍ଡ ଚାକିରୀ କରି ସ୍ତ୍ରୀଙ୍କ ସବୁ ଇଚ୍ଛା ପୁରା କରିଥିଲେ । ତେବେ ୨୦୧୫ ମସିହାରେ ଜ୍ୟୋତି ଏସଡିଏମ ଭାବରେ ଚାକିରୀ ପାଇଥିଲେ ।

ଯାହା ଶୁଣିବା ପରେ ତାଙ୍କ ସ୍ଵାମୀ ବହୁତ ଖୁସି ହୋଇ ଯାଇଥିଲେ । କିନ୍ତୁ ଏହି ଖୁସି ତାଙ୍କର ବେଶୀ ଦିନ ତିଷ୍ଠି ନଥିଲା । କାହିଁକି ନା ଏହା ମଧ୍ୟରେ ତାଙ୍କ ସ୍ତ୍ରୀ ତାଙ୍କୁ ଧୋକା ଦେବା ଆରମ୍ଭ କରି ଦେଇଥିଲେ ଆଉ ପର ପୁରୁଷ ସହିତ ଯାଇ ରାତି ବିତାଉ ଥିଲେ । ଯେତେ କହିଲେ ମଧ୍ୟ କାହା କଥା ଶୁଣି ନଥିଲେ , ନା ବାପଘର ନା ଶାଶୁ ଘର । ଦୁହିଁଙ୍କର ଦୁଇଟି ପିଲା ମଧ୍ୟ ରହିଛନ୍ତି । ତେବେ ଏତେ ପରେ ସ୍ଵାମୀ ଆଲୋକ ଯାଇ ପୋଲିସ ପାଖରେ ଯାଇ ନିଜ ସ୍ତ୍ରୀ ନାମରେ ଅଭିଯୋଗ କରିଥିଲେ । କିନ୍ତୁ ଓଲଟା ଜ୍ୟୋତି ଯାଇ ଅଭିଯୋଗ କରିଛନ୍ତି କି , ତାଙ୍କ ସ୍ଵାମୀ ତାଙ୍କୁ ନିର୍ଯାତନା ଦେଉଥିଲେ ।

Leave a Reply

Your email address will not be published. Required fields are marked *