ପୁରୀ ରଥଯାତ୍ରା ସମୟର ସବୁ ଲାଜ ଭୁଲିଗଲେ କିଛି ଅଯୋଗ୍ୟ ଯୁବକ ଏବଂ ଯୁବତୀ, ଦେଖନ୍ତୁ ଭିଡିଓ…..

ସମଗ୍ର ଦେଶର ଚାରି ଧାମ ମଧ୍ୟରୁ ପୁରୀ ଜଗନ୍ନାଥ ଧାମ ଅନ୍ୟତମ ଅଟେ । ଏବଂ ସବୁଠାରୁ ଏହି ଧାମରେ ସ୍ୱତନ୍ତ୍ର ଏହା ଯେ ଏଠାରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଳିତ ହୋଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ତ ଏମିତିରେ ପ୍ରତ୍ୟେକ ଦିନ ଦେଶ ବିଦେଶରୁ କୋଣ ଅନୁକୋଣରୁ ଲକ୍ଷ ଭକ୍ତ ଆସନ୍ତି କିନ୍ତୁ ରଥଯାତ୍ରା ସମୟରେ ତାହାର ଦୃଶ୍ୟ ସବୁଦିନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । କୁହାଯାଏ ଯେ ଏହିଦିନ ପ୍ରାୟ ୨୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ , ତାହା ପୁଣି କେବଳ ମହାବାହୁଙ୍କ ଦର୍ଶନ କରିବାକୁ ଏବଂ ମହାବାହୁଙ୍କୁ ନିଜ ମାଉସୀ ଘରକୁ ରଥରେ ପାଛୋଟି ନେବାକୁ । ଖାସ ଏଥିପାଇଁ ପ୍ରତିବର୍ଷ ରଥଯାତ୍ରା ପାଳିତ ହୋଇ ଆସୁଛି ।

ଅକ୍ଷୟ ତୃତୀୟା ଠାରୁ ରଥ ତିଆରି , ତାପରେ ଦିବସ୍ନାନ ପୂର୍ଣ୍ଣିମା ଏବଂ ତାପରେ ରଥରେ ବିଜେ ହୁଅନ୍ତି ଶ୍ରୀଜଗନ୍ନାଥ । ଯେଉଁଠି ସବୁଦିନ ଅନେକ ବିଦେଶୀ ମହାବାହୁଙ୍କୁ ଦର୍ଶନ କରିବାକୁ ଆସି ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ନପାଇ ନିରାଶ ହୁଅନ୍ତି , ସେଠାରେ ପୁଣି ରଥଯାତ୍ରା ଦିନ ମହାପ୍ରଭୁ ନିଜେ ମନ୍ଦିର ବାହାରକୁ ଆସି ଘଣ୍ଟା ଘଣ୍ଟା ଧରି ସବୁ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ମାତ୍ର ଚଳିତ ବର୍ଷ ରଥଯାତ୍ରା ସମୟରେ କିଛି ଏଭଳି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ତାହା ବାସ୍ତବରେ ନିନ୍ଦନୀୟ ଅଟେ ।

କିଛି ଲୋକଙ୍କର କାରନାମା ଦେଖିଲେ ଆପଣ ମୁଣ୍ଡରେ ହାତ ଦେବେ । ତେବେ କହି ରଖିବୁ ଯେ କିଛି ଭିଡ଼ିଓକୁ ବର୍ତ୍ତମାନ ବେଶ ନିନ୍ଦା କରାଯାଉଛି କାରଣ ସେହି ଭିଡ଼ିଓରେ ରଥଯାତ୍ରା ଦେଖିବାକୁ ଆସିଥିବା କିଛି ଲୋକଙ୍କ କଳା କର୍ତ୍ତୃତ୍ୱ ସାମ୍ନାକୁ ଆସିଛି । ଭିଡ଼ିଓ ଅନୁଯାୟୀ ଜଣେ ଯୁବତୀ ଗହଳି ମଧ୍ୟରେ ଛିଡ଼ା ହୋଇଥିବା ବେଳେ ତାଙ୍କ ପଛରେ ଜଣେ ପୁରୁଷ ଲୋକ ଛିଡ଼ା ହୋଇଛନ୍ତି । ହଠାତ ଗହଳିର ସୁଯୋଗ ଉଠାଇ ପୁରୁଷ ଲୋକ ଜଣକ ଯୁବକଙ୍କ ଅଜାଗାରେ ହାତ ମାରୁଛନ୍ତି । ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ ।

ପୁଣି ଏକ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଯୁବକ ଯୁବତୀ ଭିଡ଼ ମଧ୍ୟରେ ପରସ୍ପରକୁ ଆଲିଙ୍ଗନ କରି ଛିଡ଼ା ହୋଇଛନ୍ତି । ପୁଣି ଜଣେ ମହିଳା ବନ୍ଧା ଯାଇଥିବା ବାଉଁଶ ଉପରକୁ ଉଠି ଯାଉଛନ୍ତି । ଯାହା ବର୍ଜିତ ଅଟେ । କହିରଖିବୁ ଯେ ରଥଯାତ୍ରା ଠାରୁ ଏଭଳି ଅନେକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଲୋକେ ନିନ୍ଦା କରିଛନ୍ତି । ଭଗବାନ ଜଗନ୍ନାଥଙ୍କୁ ଦର୍ଶନ କରିବା ନାଁରେ କିଛି ଅଯୋଗ୍ୟ ଲୋକ ଗହଳିର ଫାଇଦା ଉଠାଇ ଏଭଳି କାମ କରୁଛନ୍ତି । ଯାହାକୁ କେହି କେହି ବିଶ୍ୱାସ କରିପାରି ନାହାଁନ୍ତି ।

Leave a Reply

Your email address will not be published. Required fields are marked *