ସ୍ତ୍ରୀ ଓ ଶାଳୀ ମ-ର୍ଡ-ର ମାମଲାରେ ଚାଂଚଲ୍ୟକର ଖୁଲାସା, ସ୍ୱାମୀ ଥିଲେ ନପୁଂସକ ଆଉ….

ଭୁବନେଶ୍ୱରରେ ଘଟିଥିବା ଲୋମଟାଙ୍କୁରା ଡବଲ ମର୍ଡର ମାମଲା ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । କିପରି ଭାବରେ ଗୋଟିଏ ମଣିଷ ମାନସିକ ଚାପରେ ଜର୍ଜରିତ ହୋଇ ଦୁଇ ଦୁଇଟି ହ-ତ୍ୟା-କା-ଣ୍ଡ ଘଟାଇ ପାରିଲା , ତାହା ବିଶ୍ୱାସ କରି ହେଉନାହିଁ । ତେବେ ଏହିଥିରୁ ଆପଣ ଅନୁମାନ କରି ପାରୁଥିବେ ଯେ , ମାନସିକ ଚାପ କେତେ ଯେ ଭୟଙ୍କର ହୋଇପାରେ । ମାନସିକ ଚାପ ଆଗରେ ନିଜର ପର କିଛି ମଧ୍ୟ ଦେଖା ଯାଏନାହିଁ । କୌଣସି ରକ୍ତସମ୍ପର୍କୀୟକୁ ମଧ୍ୟ ସେ ଶେଷ କରି ଦେଇପାରେ ।

ତେବେ ଏହି ଘଟଣା ଘଟାଇଥିବା ବିଜୟ ସେଠୀକୁ ପୋଲିସ ଗିରଫ କରିନେଇଛି ଆଉ କୋର୍ଟ ଚାଲାଣ ମଧ୍ୟ କରିଦେଇଛି । ଆଉ ବର୍ତ୍ତମାନ ସମୟରେ ସେ ଝାରପଡା ଜେ-ଲରେ ଜେଲ-ଦଣ୍ଡ ଭୋଗୁଛି । ନିଜ ସ୍ତ୍ରୀ ଏବଂ ଶାଳୀକୁ ନିର୍ମମ ଭାବରେ ହ-ତ୍ୟା କରିଥିଲା ବିଜୟ ଆଉ ଅସ୍ତ୍ର ସ୍ୱରୁପ ଟାଙ୍ଗିଆ ଏବଂ କଟୁରି ବ୍ୟବହାର କରିଥିଲା । ଏହାପରେ ଶବ ଗୁଡିକୁ ଦୀର୍ଘ ତିନି ଦିନ ଘର ମଧ୍ୟରେ ଲୁଚାଇ ରଖିଥିଲା । କିନ୍ତୁ ତିନି ଦିନ ପରେ ଶବ ଗୁଡିକରୁ ଦୁର୍ଗ-ନ୍ଧ ବାହାରିବାରୁ ସେ ଶବ ଗୁଡିକୁ ଗାଏବ କରି ଦେବା ପାଇଁ ଚେଷ୍ଟା କରୁଥିଲା ।

କିନ୍ତୁ ନିଜର ଏହି ଯୋଜନାରେ ସଫଳ ହୋଇ ପାରିନଥିଲା ବିଜୟ । ସ୍କୁଟି ଧରି ଚମ୍ପଟ ମାରିବାକୁ ବସି ଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଧରି ନେଇଥିଲେ ଆଉ ପୋଲିସର ହେପାଜତରେ ଦେଇ ଦେଇଥିଲେ । ତେବେ ପୋଲିସ କବଜାରେ ନିଜର ସବୁ ଭୁଲକୁ ସ୍ୱୀକାର କରିଥିଲା ଅଭିଯୁକ୍ତ ବିଜୟ । ଆଉ ସେ ଯାହା କହିଥିଲା ଯାହା ଆଶ୍ଚର୍ଯ୍ୟକର ଥିଲା । ତାର କହିବା ଅନୁଯାୟୀ , ହତ୍ୟା-କାଣ୍ଡ ପଛର ମୁଖ୍ୟ କାରଣ ତାର ନପୁଂସକତା ଥିଲା ବୋଲି ସେ କହିଛି । ଆଉ ଏହି କାରଣ ପାଇଁ ତାକୁ ସମସ୍ତେ ସବୁବେଳେ ସମାଲୋଚନା ମଧ୍ୟ କରୁଥିଲେ । ଯେଉଁଥିପାଇଁ ସେ ମାନସିକ ଚିନ୍ତାରେ ପୀଡିତ ହୋଇ ରହୁଥିଲା ।

ଏହାବ୍ୟତୀତ ସେ ଗୋଟିଏ ପିଲା ପାଇଁ ବହୁଥର ମନ୍ଦିର ମଧ୍ୟ ଯାଇଥିଲା ଏବଂ ଭଗବାନଙ୍କ ନିକଟରେ ଗୋଟିଏ ପିଲା ପାଇଁ ପ୍ରାର୍ଥନା ମଧ୍ୟ କରିଥିଲା । କିନ୍ତୁ ଭଗବାନ ତାର ଡାକ ଶୁଣି ନଥିଲେ । କେବଳ ଏତିକି ନୁହେଁ , ସେ ଡାକ୍ତରଖାନା ମଧ୍ୟ ଯାଇଥିଲା ଆଉ ନିଜର ଚିକିତ୍ସା କରାଇଥିଲା । ତାପରେ ମଧ୍ୟ ସବୁକିଛି ବିଫଳ ହୋଇଯାଇଥିଲା । ବିଜୟ ବାପା ହେବାରେ ସକ୍ଷମ ହୋଇ ପାରିନଥିଲା । ତେବେ ଏହାପରେ ଅନ୍ୟର ସମାଲୋଚନା ଶୁଣି ଶୁଣି ସେ ଥକି ଯାଇଥିଲା ଆଉ ମାନସିକ ଭାରସ୍ୟାମ ହରାଇ ବସି କରି ବସିଲା ବହୁତ ବଡ଼ କା-ଣ୍ଡ ।

Leave a Reply

Your email address will not be published. Required fields are marked *