ମାଠିଆ ପାଣି ପିଉଥିବା ଲୋକ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ମାଠିଆ ପାଣି ପିଇବାର ଫାଇଦା।

ଯଦି ଆପଣଙ୍କ ଘରେ ମାଠିଆ ଅଛି ତେବେ ଏହି ଜିନିଷ ନିଶ୍ଚୟ ଜାଣି ରଖନ୍ତୁ ଏବଂ ଏପରି ଭୁଲ ବିଲକୁଲ କରନ୍ତୁ ନାହିଁ। ଜାଣି ରଖନ୍ତୁ ମାଠିଆ ପାଣିର ଫାଇଦା ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏପରି ଘର ବର୍ବାଦ ହବାକୁ ଡେରି ଲାଗେନା। ଜାଣି ରଖନ୍ତୁ କିଛି ଏପରି ଜିନିଷ ବିଷୟରେ ଯାହା ଆମ ଘରୁ ଦାରିଦ୍ର୍ୟତା ଦୂର କରିଥାଏ ଅବା କାଙ୍ଗାଳ କରିଦେଇଥାଏ। ସ୍ୱୟଂ ଭଗବାନ ବିଷ୍ଣୁ କହିଛନ୍ତି ଏହି ସବୁ ବସ୍ତୁ ବିଷୟରେ ତେବେ ଆସନ୍ତୁ ଜାଣିବା।

ବନ୍ଧୁମାନେ ଆପଣ ଯଦି ପିଉଥାନ୍ତି ମାଠିଆର ପାଣି ତେବେ ଜାଣି ରଖନ୍ତୁ ବହୁତ୍ ସାରା ଜିନିଷର ଫାଇଦା ବିଷୟରେ। ଆଜି କାଲି ଲୋକେ ଫ୍ରିଜ ପାଣି ବେଶୀ ପିଅନ୍ତି ମାଠିଆ ପାଣି ବ୍ୟତୀତ। ହେଲେ ଏହି ମାଠିଆ ପାଣି ଫ୍ରୀଜ ପାଣି ଠାରୁ ବେଶୀ ଫାଇଦା ଦେଇଥାଏ ବୋଲି କୁହାଯାଏ। ଏହାର ଅଲଗା ସ୍ଵାଦ ମଧ୍ୟ ରହିଛି।

ମାଟି ମାଠିଆରେ ପାଣି ରଖି ପିଇବା ଦ୍ଵାରା ଏହା ବହୁ ଫାଇଦା ଦେଇଥାଏ। ଏହା ବାସ୍ତୁ ଗତ ଦୃଷ୍ଟି କୋଣରୁ ମଧ୍ୟ ବହୁତ୍ ଶୁଭ ହୋଇ ଥାଏ। ଶୁଭ କାର୍ଯ୍ୟରେ ପାଣି ମାଠିଆ ଦେଖିବା ମଧ୍ୟ ଏକ ଶୁଭ କାର୍ଯ୍ୟ ବୋଲି ମାନା ଯାଇଛି। ଯଦି ଆପଣ ରାସ୍ତାରେ ଯାଉଛନ୍ତି ଏବଂ ଏକ ମାଟି ମାଠିଆ ପାଣିରେ ପୂର୍ଣ୍ଣ ଥିବା ଦେଖିବାକୁ ମିଳେ। ତେବେ ଏହା ବହୁତ୍ ଶୁଭ ହୋଇଥାଏ ଓ ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ ବୋଲି ଜଣା ଯାଏ।

ଯଦି ମାଟି ଘଡି ବା ମାଠିଆକୁ ଉଚିତ୍ ଦିଗ ବା ସ୍ଥାନରେ ରଖା ଯାଏ।ତେବେ ଆମକୁ ବହୁତ୍ ଫାଇଦା ମିଳେ ଯେପରି ଧନ ଜନିତ ସମସ୍ୟା ଦୂର ହୁଏ। ଘର ଲୋକଙ୍କ ଆୟ ବଢ଼ିଥାଏ ଓ ତାଙ୍କର ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ। ମାଟି ମାଠିଆ ବ୍ୟତୀତ ମାଟି ସୁରେଇ ମଧ୍ୟ ରଖାଯାଏ। ପାଣି ଯେତିକି ଥଣ୍ଡା ଥାଏ ସେତିକି ଶାନ୍ତି ଏବଂ ସ୍ବାସ୍ଥ୍ୟ ପକ୍ଷେ ଲାଭକାରୀ ହୋଇଥାଏ।

ଏହି ପାଣି ଥଣ୍ଡା ଦେବା ସହ ପାଚନ ତନ୍ତ୍ରକୁ ମଜବୁତ୍ କରିଥାଏ। ଏହି ପାଣି ପିଇଲେ ଥଣ୍ଡା, କାସ ଆଦି ହୁଏ ନାହିଁ। ବାସ୍ତୁ ଅନୁଯାୟୀ ଘରେ ଏକ ମାଟି ମାଠିଆ ବା ଶୁରେଇ ନିଶ୍ଚିତ ରଖିବା ଉଚିତ୍। ଯେପରି ଆପଣଙ୍କ ଘରୁ ବାସ୍ତୁ ଦୋଷ କଟିଯାଇ ସୁଖ ଏବଂ ସମୃଦ୍ଧି ଆସିଥାଏ। ସେପରି କୁହାଯାଏ କି ଗାଁ ଲୋକ ପାଣି ପିଇବା ପାଇଁ ମାଟି ମାଠିଆ ବା ସୁରେଇର ବ୍ୟବହାର କରିଥାନ୍ତି।

ବାସ୍ତୁ ଅନୁଯାୟୀ ଘରେ ସୂରେଇ ପାଣି ଭରି ହୋଇ ରହିଲେ ଘରେ ଧନର କମି ରୁହେ ନାହିଁ। ଯଦି ଏହି ମାଟି ଘଡି ଘରକୁ ଆଣୁଛନ୍ତି ତେବେ କିଛି ବାସ୍ତୁ କଥା ଉପରେ ଧ୍ୟାନ ଦିଅନ୍ତୁ।

୧. ଯଦି ମାଟି ଘଡି ଘରକୁ ଆଣୁଛନ୍ତି ତେବେ ସର୍ବ ପ୍ରଥମେ ଗୋଟେ ଛୋଟ ଛୁଆକୁ ଏହାର ପାଣି ପିଇବାକୁ ଦେବେ। ଏପରି କଲେ ଘରକୁ ଧନର ଆଗମନ ହୋଇଥାଏ।

୨. ଯଦି ଆପଣଙ୍କୁ କିଛି କଳସ ପାଇଁ ଘଡି ନମିଳେ ତେବେ ଆପଣ ଏହି ମାଟି ମାଠିଆକୁ ରଖି ପାରିବେ। ହେଲେ ଧ୍ୟାନ ରଖିବେ ଏଥିରେ ପାଣି ଭରି ହୋଇ ରହିବା ଉଚିତ୍। ଏହାକୁ କେବେ ଖାଲି ରଖିବେ ନାହିଁ। ମାଟି ଘଡି ଘରକୁ ଧନ ସମ୍ପତ୍ତିରେ ଭରା ରଖିଥାଏ।

୩. ଯଦି ଘରେ ବିପଦ ଆସିଥାଏ ତେବେ ମାଟି ଘଡି ଆଗରେ ଦୀପ ଜଳେଇ ରଖନ୍ତୁ। ବିପଦ ଟଳି ଯାଏ।

୪. ଘରେ ଯଦି କାହାର ଖରାପ ସମୟ ଆସିଥାଏ ତେବେ ଏହି ମାଟି ପାତ୍ରରେ ଭରା ପାଣି ସେ ଗଛକୁ ଦେବା ଉଚିତ୍। ଏହା ଦ୍ଵାରା ତାରା ମାନସିକ ଉନ୍ନତି ଘଟେ।

୫. ମାଟି ଘଡି ନଥିଲେ ଆପଣ ମାଟି ଶୂରେଇ ଘରେ ରଖି ପାରିବେ।

୬. ମାଟି ଘଡିକୁ ଉତ୍ତର ଦିଗକୁ ରଖିବା ଉଚିତ୍। ଏହି ଦିଗ ବରୁଣ ଦେବଙ୍କର ଯିଏ ଜଳର ଦେବତା ଅଟନ୍ତି। ଏହି ଦିଗକୁ ଘଡି ରଖିବା ଦ୍ଵାରା ଗୃହକୁ ଦୈବିକ ଶକ୍ତିର ପ୍ରଭାବ ଆସିଥାଏ। ଘରେ ଖୁସି ରୁହେ ଓ ଘରକୁ ଉନ୍ନତି ଆସେ।

୭. ଯଦି ଘରେ ରୋଗୀ ଅଛନ୍ତି ତେବେ ତାଙ୍କୁ ମଧ୍ୟ ମାଠିଆ ପାଣି ପିଇବାକୁ ଦେବା ଉଚିତ୍। ଯଦି ସୁଗର ସମସ୍ୟା ଅବା ହୃଦ୍ ରୋଗୀ ହୁଅନ୍ତି। ତେବେ ମାଠିଆ ପାଣି ପିଇବା ଉଚିତ୍।

ଆସନ୍ତୁ ଜାଣିବା କେଉଁ ଜିନିଷକୁ ଘରେ ରଖିବା ଦ୍ଵାରା ଘରେ ଅସୁବିଧା ବା ଅଶାନ୍ତି ବଢ଼ିଥାଏ। ଆସନ୍ତୁ ଜାଣିବା ଏହି ଜିନିଷ ଯାହା ଘରଠୁ ଦୂରେଇ ରହିଲେ ଦାରିଦ୍ର୍ୟତା ଦୂରେଇ ରହିଥାଏ।

କୁହାଯାଏ କି ଭଙ୍ଗା କାଚ ରହିବା ଏକ ଅଶୁଭ କାର୍ଯ୍ୟ ହୋଇଥାଏ। ବାସ୍ତୁ ଅନୁଯାୟୀ ଭଗବାନଙ୍କ ଭଙ୍ଗା ମୂର୍ତ୍ତି ଘରେ ରଖିବା ଅନୁଚିତ୍। ବାସ୍ତୁ ଅନୁଯାୟୀ କଣ୍ଟା ଜାତୀୟ ଗଛକୁ ଘରେ ଲଗେଇବା ଅନୁଚିତ୍। ଏଥିରେ ଉର୍ଜା ପ୍ରଭାବ ପଡିଥାଏ। ଛିଡ଼ା ଚପଲ ମଧ୍ୟ ଘରେ ରଖିବା ଅନୁଚିତ୍। ଭଙ୍ଗା ବା ଛିଡ଼ା ଚପଲ ଘରୁ ବାହାର କରିଦେବେ ନଚେତ୍ ଘରକୁ କାଙ୍ଗାଳ ଆସିଥାଏ ଓ ସନିଦେବ ମଧ୍ୟ କ୍ରୋଧ କରନ୍ତି l

ଆସନ୍ତୁ ଜାଣିବା କେଉଁ ଜିନିଷ ଘରେ ରଖିଲେ ତାହା ଶୁଭ ହୋଇଥାଏ। ଘରେ ଚନ୍ଦନ ରଖିବା ମଧ୍ୟ ବହୁତ୍ ଶୁଭ ହୋଇଥାଏ। ଏଥିରେ ନକାରାତ୍ମକ ଉର୍ଜା ମଧ୍ୟ ସମାପ୍ତ ହୋଇଥାଏ। ମଥାରେ ଚନ୍ଦନ ଟିକା ଲଗେଇଲେ ତାହା ଆମକୁ ଶାନ୍ତି ଦେଇଥାଏ। କାରଣ ଆମେ ଯେଉଁଠାରେ ତିଳକ ଲଗୋଉଛେ ସେଠାରେ ଆଜ୍ଞା ଚକ୍ର ଅଛି।

କୁହାଯାଏ କି ଘରେ ଗାଈ ଘିଅ ରଖିବା ଉଚିତ୍ ଏବଂ ନିୟମିତ ରୂପରେ ଏହାର ସେବନ କରିବା ଉଚିତ୍। ଘିଅରୁ ଶକ୍ତି ମିଳିଥାଏ ଓ ଘରେ ସନ୍ଧ୍ୟାରେ ଘିଅରେ ଦୀପ ଲଗେଇବା ଉଚିତ୍। ପୂଜା ପାଠରେ ଘିଅର ମହତ୍ଵ ଅଧିକ ଅଟେ।

ଘରେ ମହୁ ରଖିବା ଦ୍ଵାରା ବାସ୍ତୁ ଶାସ୍ତ୍ରର ବହୁତ୍ ମହତ୍ତ୍ଵ ରୁହେ ଓ ବହୁ ଗ୍ରହ ଶାନ୍ତ ରୁହେ। କୌଣସି ପୂଜା ପାଠରେ ଏହାର ବିଶେଷ ମହତ୍ତ୍ଵ ରହିଛି। ଘରେ ସଫା ଏବଂ ଶୁଦ୍ଧ ଜଳ ବ୍ୟବହାର କରିବେ। ଘରକୁ ଆସିଥିବା ଅତିଥିଙ୍କର ଜଳ ଦ୍ଵାରା ସ୍ଵାଗତ କରିବା ଉଚିତ୍। ଏହା ଦ୍ଵାରା କୁଣ୍ଡଳିର ବହୁତ୍ ସାରା ଦୋଷ କମିଯାଏ। ଏହା ଦ୍ଵାରା ମଣିଷର ବହୁ ସମସ୍ୟା ଦୂର ହୋଇଥାଏ। ଏହି ଉପାୟ ଗୁଡ଼ିକ ଧ୍ୟାନ ରଖିବେ।

Leave a Reply

Your email address will not be published. Required fields are marked *