ଗୋଟିଏ ହାତରେ ପତ୍ନୀଙ୍କର କଟା ମୁଣ୍ଡ, ଅନ୍ୟ ହାତରେ ଛୁରୀ ଏବଂ ମୁହଁରେ ହସ … ଦେଖି ଭୟଭୀତ ହୋଇଯିବେ …

ଇରାନର ଏକ ରାସ୍ତାରେ ଜଣେ ଯୁବକ ତାଙ୍କ ପତ୍ନୀଙ୍କ କଟା ମୁଣ୍ଡ ସହ ବୁଲୁଥିବାର ଏକ ଭିଡିଓ ଭାଇରାଲ ହେଉଛି । ଯେତେବେଳେ ବ୍ୟକ୍ତି ଜଣକ ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ ଅନ୍ୟ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ରଖିଛନ୍ତି, ସେତେବେଳେ ସେ ଏହିପରି କରିଥିଲେ । ପୋଲିସ୍ ସନ୍ଦେହ କରୁଛି କି 17 ବର୍ଷୀୟା ମୋନା ହୈଦରୀଙ୍କୁ ତାଙ୍କ ସ୍ୱାମୀ ଏବଂ ଭିଣେଇଁ ଦକ୍ଷିଣ-ପଶ୍ଚିମ ସହର ଅହବାଜ ଠାରେ ହତ୍ୟା କରିଥିଲେ । ଇରାନର ISNA ନ୍ୟୁଜ୍ ଏଜେନ୍ସି ଏହି ସୂଚନା ଦେଇଛି ।

ସରକାରୀ ନ୍ୟୁଜ୍ ଏଜେନ୍ସି ଆଇଆରଏନ୍ଏ ସୂଚନା ଦେଇଛନ୍ତି ଯେ ସ୍ଥାନୀୟ ପୋଲିସ୍ ଅଧିକାରୀ ସୋମବାର ଦିନ ରେଡ୍ କରି ଦୁଇ ଜଣଙ୍କୁ ଗିରଫ କଲେ । ଏହି ଘଟଣା ପରେ ଇରାନର ମହିଳାମାନଙ୍କ ସହ ଜଡ଼ିତ ମାମଲାର ଉପାଧ୍ୟକ୍ଷ ଏନ୍ସିହ ଖାଜାଲୀ, ସଂସଦର କର୍ତ୍ତୃପକ୍ଷଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ତଥା ଏଭଳି ଘଟଣା ରୋକିବା ପାଇଁ ସଚେତନତା ସୃଷ୍ଟି କରିବାକୁ ଆହ୍ବାନ ଦେଇଛନ୍ତି ।

ଇରାନର ଖବରକାଗଜ ଏବଂ ସୋସିଆଲ ମିଡିଆରେ ଏହି ହତ୍ୟାକାଣ୍ଡକୁ ନେଇ ଆଶ୍ଚର୍ଯ୍ୟ ଏବଂ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି । ତେବେ ଅନେକ ଲୋକ ସାମାଜିକ ତଥା ଆଇନଗତ ସୁଧାର ଆଣିବାକୁ ଅନୁରୋଧ କରିଛନ୍ତି । ସୁଧାରବାଦୀ ଡେଲି ସଜାନ୍ଦେଜି ପତ୍ରିକା ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯାଇଥିଲା, ହତ୍ୟାକାରୀ ମୁଣ୍ଡକୁ ରାସ୍ତାରେ ସମସ୍ତଙ୍କୁ ଦେଖାଇଥିଲା ଏବଂ ସେ ଏଥି ପାଇଁ ଗର୍ବିତ ଥିଲା । ଆମେ ଏପରି ଦୁଃଖଦ ଘଟଣାକୁ କିପରି ସ୍ୱୀକାର କରିପାରିବା ? ଏହା ଉପରେ କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରିବା ଉଚିତ ଯେପରିକି ଅନ୍ୟ କୌଣସି ମହିଳାଙ୍କ ସହିତ ଏପରି ନଘଟେ ।

ଲୋକପ୍ରିୟ ନାରୀବାଦୀ ଚଳଚ୍ଚିତ୍ର ନିର୍ମାତା ତହମିନେ ମିଲାନି ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ମୋନା ହୈଦରୀ ବିନାଶକାରୀ ଅଜ୍ଞାନତାର ଶିକାର ହୋଇଥିଲେ । ଏହି ଅପରାଧ ପାଇଁ ଆମେ ସମସ୍ତେ ଦାୟୀ ବୋଲି । ହୈଦରୀଙ୍କ ହତ୍ୟା ପରେ ମହିଳାଙ୍କୁ ପାରିବାରିକ ହିଂସାରୁ ରକ୍ଷା କରିବା ପାଈଁ ଆଇନରେ ସୁଧାର ଏବଂ ବିବାହ ପାଇଁ ଆଇନଗତ ବୟସ ବଢ଼ାଇବା ପାଇଁ ଆଇନର ସଂସ୍କାରର ଦାବି ପୁଣି ଜୋରଦାର ହୋଇଛି । ବର୍ତ୍ତମାନ ଇରାନରେ ବିବାହର ସର୍ବନିମ୍ନ ବୟସ 13 ବର୍ଷ ଅଟେ ।

ଇରାନର ମିଡ଼ିଆ ଅନୁସାରେ, ବିବାହ ସମୟରେ ପୀଡିତାଙ୍କୁ ମାତ୍ର 12 ବର୍ଷ ହୋଇଥିଲା ଏବଂ ବର୍ତ୍ତମାନ ହତ୍ୟା ସମୟରେ ତାଙ୍କର ଏକ ତିନି ବର୍ଷର ପୁଅ ଅଛି । ଆଇନଜୀବୀ ଅଲି ମୋଜତହେଦଜାଦେହ ସୁଧାରବାଦୀ ପତ୍ରିକା ସାର୍ଗରେ ଏହି “ଅନରକିଲିଂ” ପଛରେ ଦୁର୍ବଳ ଆଇନକୁ ଦାୟୀ କରିଛନ୍ତି ।

ସଂସଦର ସଦସ୍ୟ ଏଲହମ୍ ନାଦାଫ୍ ILNA ନ୍ୟୁଜ୍ ଇଜେନ୍ସିକୁ କହିଛନ୍ତି “ଦୁର୍ଭାଗ୍ୟବଶତଃ ଆମେ ଏଭଳି ଘଟଣା ଦେଖୁଛୁ କାରଣ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ କୌଣସି ଉପଯୁକ୍ତ ଆଇନ୍ ନାହିଁ ।

IRNA ସୂଚନା ଅନୁସାରେ ଅଧିକାରୀମାନେ ନ୍ୟୁଜ୍ ୱେବସାଇଟ୍ Rokna କୁ ବନ୍ଦ କରି ଦେଇଛନ୍ତି କାରଣ ଏହି ୱେବସାଇଟ୍ ବ୍ୟକ୍ତିଙ୍କ ଭିଡିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲା ​​।

Leave a Reply

Your email address will not be published. Required fields are marked *