ହତ୍ୟା-କାରୀ ଖେଳନା ! ଖେଳନା ନେଇଗଲା 17 ମାସର ନିରୀହ ଶିଶୁର ଭୟାନକ ମୃତ୍ୟୁ…

ଶିଶୁମାନଙ୍କ ପାଇଁ ଖେଳନା ଅତ୍ୟନ୍ତ ସୁନ୍ଦର ହୋଇଥାଏ । ଖେଳନା ପ୍ରତି ପିଲାମାନଙ୍କର ଅନେକ ଦୁର୍ବଳତା ରହିଛି । କିନ୍ତୁ ଗ୍ଲାସ୍ଗୋରେ ଏକ ଖେଳଣା ହିଁ ଏକ ଶିଶୁର କାଳ ସାଜିଲା । ଖେଳନାଟିର ବ୍ୟାଟେରୀ ଗିଳିଦେବା କାରଣରୁ ଶିଶୁଟିର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି । ଆସନ୍ତୁ ଜାଣିବା ଏହି ଯନ୍ତ୍ରଣାଦାୟକ ଦୃଶ୍ୟ ବିଷୟରେ …

କ୍ରିଷ୍ଟିନ୍ ମ୍ୟାକଡୋନାଲ୍ଡ ଏବଂ ହ୍ୟୁଗ୍ ମ୍ୟାକମୋହନଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । 17 ମାସର ଏକମାତ୍ର ସନ୍ତାନ ସେମାନଙ୍କୁଙ୍କ ଛାଡି ଚାଲିଗଲା । ଅନେକ ଚେଷ୍ଟା ସତ୍ତ୍ଵେ ସେ ତାଙ୍କ ହୃଦୟର କଲିଜାକୁ ବଞ୍ଚାଇ ପାରିଲେ ନାହିଁ ।

‘ଦି ମିରର’ର ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବରୁ ନିରୀହ ଶିଶୁଟି ଖେଳିବା ସମୟରେ ତା’ର ଟେଡି ବିଅର୍ ଖେଳଣାର ବଟନ୍ ବ୍ୟାଟେରୀକୁ ଗିଳିଦେଲା । କିଛି ସମୟ ପରେ ତାକୁ କଷ୍ଟ ଅନୁଭବ ହେଲା ।

ଏହି ଘଟଣାଟି ଗତ ବର୍ଷ ଡିସେମ୍ବର ମାସର ଅଟେ । ଶିଶୁର ମାତା କ୍ରିଷ୍ଟିନ୍ କହିଥିଲେ ଯେ ପିଲାଟି ସହିତ କ’ଣ ଘଟିଲା ସେ ପ୍ରଥମେ ବୁଝି ପାରିନଥିଲେ । ପରେ ସେ ଟେଡି ବିୟରର ବ୍ୟାଟେରୀ ନିଖୋଜ ଥିବା ଦେଖିଲେ, ତା’ପରେ ସେ ବୁଝିଲେ ଯେ ଶିଶୁଟି ବ୍ୟାଟେରୀକୁ ଗିଳି ଦେଇଛି ।

କ୍ରିଷ୍ଟିନ୍ ଏବଂ ହ୍ୟୁଗ୍ ଶିଶୁଟିକୁ ନେଇ ମଦରୱେଲ ସ୍ଥିତ ୱିଶା ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ପହଞ୍ଚିଲେ । ସେଠାରେ ଜଣାପଡ଼ିଲା ଯେ ବ୍ୟାଟେରୀର ଏସିଡ୍ ଶିଶୁର ରକ୍ତରେ ସଂପୂର୍ଣ୍ଣ ଭାବରେ ମିଶି ଯାଇଛି । ଡାକ୍ତରମାନେ କହିଲେ ଯେ ଶିଶୁଟିକୁ ବଞ୍ଚାଇବା ବର୍ତ୍ତମାନ ଅସମ୍ଭବ । ଶିଶୁଟିର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଲା । ଏକ ସପ୍ତାହ ମଧ୍ୟରେ ହିଁ ସେ ତାଙ୍କ ପିତାମାତାଙ୍କ କୋଳରେ ମୃତ୍ୟୁ ବରଣ କଲା ।

ସେମାନଙ୍କର ଏକମାତ୍ର ସନ୍ତାନକୁ ହରାଇବା ପରେ, କ୍ରିଷ୍ଟିନ୍ ଏବଂ ହ୍ୟୁଗ ଖେଳନାରେ ଛୋଟ ବ୍ୟାଟେରୀ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଉଭୟ ବର୍ତ୍ତମାନ ଛୋଟ ବ୍ୟାଟେରୀ ବିକ୍ରିକୁ ରୋକିବା ପାଇଁ ଆଇନ ବଦଳାଇବାକୁ ଚେଷ୍ଟା କରୁଛନ୍ତି ।

Leave a Reply

Your email address will not be published. Required fields are marked *