୫୦ ହଜାର ଟଙ୍କା ଋଣ ନେଇ ୪ ଭାଇ ତିଆରି କଲେ ସାଇକେଲର ଦୁନିଆଁ….

ସାଇକେଲ ସହ ସମସ୍ତଙ୍କର ଏକ ଅଲଗା ଡୋର ରହିଥାଏ । ବଡ଼ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସାଇକେଲକୁ ଅତ୍ୟନ୍ତ ଭଲ ପାଆନ୍ତି ଆଉ ନିଜର ସାଙ୍ଗ ମଧ୍ୟ ଭାବନ୍ତି । କାହିଁକି ନା ଚାରିଆଡେ ସେମାନଙ୍କୁ ସାଇକେଲ ହିଁ ନେଇଯାଏ । କିନ୍ତୁ ବର୍ତ୍ତମାନର ଦୁନିଆଁ ବଦଳି ଗଲାଣି । ପିଲା ଆଉ ସାଇକେଲକୁ ପଚାରୁନାହାଁନ୍ତି । ସେମାନେ ସ୍ମାର୍ଟଫୋନକୁ ନିଜର ସାଙ୍ଗ କରି ଦେଉଛନ୍ତି । ଜନ୍ମ ହେଉ ହେଉ ହାତରେ ସେମାନେ ଫୋନ ଧରି ପକାଉଛନ୍ତି । ଆଗରୁ ପିଲାମାନଙ୍କ ହାତରେ ସ୍ମାର୍ଟଫୋନ ନଥିଲା , ତେଣୁ ସେମାନେ ଖେଳ ପ୍ରତି ଅତ୍ୟନ୍ତ ଆଗ୍ରହୀ ହେଉଥିଲେ । କିନ୍ତୁ ବର୍ତ୍ତମାନର ପିଲାମାନେ ହାତରେ ସ୍ମାର୍ଟଫୋନ ଧରି ଖେଳ ଆଦିକୁ ଭୁଲିଗଲେଣି ଆଉ ବହୁ ଜିନିଷକୁ ବି ଭୁଲି ଯାଇଛନ୍ତି ।

ଆଗରୁ ପିଲାମାନେ ନିଜ ସାଙ୍ଗସାଥି ମାନଙ୍କ ସହ ମିଶି ସାଇକେଲ ଚଲାଇ କେତେ ଉପଭୋଗ କରିଥିଲେ ଏବଂ ମଜା ମଧ୍ୟ କରୁଥିଲେ । ବଡ଼ ଲୋକ ମଧ୍ୟ କେଉଁ ଆଡକୁ ଯିବାପାଇଁ ଏହାର ଉପଯୋଗ କରୁଥିଲେ । ତେବେ ଏହାର ଇତିହାସ , ଏହାର ନିର୍ମାଣ ପ୍ରକ୍ରିୟା ବିଷୟରେ ଆସନ୍ତୁ ଜାଣିବା । ବର୍ତ୍ତମାନ ସମୟରେ ପିଲା ଟିକିଏ ବଡ଼ ହେଉ ହେଉ ବାପାମାଙ୍କୁ ଗାଡି ମାଗି ଦେଉଛନ୍ତି ଆଉ ଜିଦ୍ ମଧ୍ୟ କରି ବସୁଛନ୍ତି । କିନ୍ତୁ ଆଗରୁ ପିଲା ଟିକିଏ ବି ସଫଳତା ଅର୍ଜନ କଲେ ଗୋଟିଏ ସାଇକେଲ ନିଶ୍ଚିତ ଭାବରେ ମାଗୁଥିଲା । ତେବେ ଚାଲନ୍ତୁ ଏହାର ଇତିହାସ ବିଷୟରେ ଜାଣିବା ।

ସର୍ବପ୍ରଥମେ ଏହି ସାଇକେଲକୁ ଚାରିଭାଇ ମିଶି କରି ନିର୍ମାଣ କରିଥିଲେ । ଆଉ ସେମାନେ ବ୍ରିଜମୋହନ ଲାଲ ମୁଞ୍ଜାଲ ଆଉ ତାଙ୍କ ତିନି ଭାଇ ଦୟାନନ୍ଦ , ସତ୍ୟାନନ୍ଦ ଏବଂ ଓମପ୍ରକାଶ ଅଟନ୍ତି । ବାସ୍ତବରେ ସେମାନେ ପଞ୍ଜାବର ଟୋବଟେକ ସିଂହ ଜିଲ୍ଲାର ନିକଟସ୍ଥ କମାଲିଆର ବାସିନ୍ଦା ଥିଲେ ଏବଂ ଭାରତ ପାକିସ୍ତାନ ବିଭାଜନରେ ସେମାନେ ଅମୃତସର ଆସି ଯାଇଥିଲେ ଆଉ ସାଇକେଲର ବିଭିନ୍ନ ଅଂଶ ବିକ୍ରୟ କରୁଥିଲେ । କିନ୍ତୁ ଏକଦା ବଡ଼ ଭାଇ ଅନ୍ୟ ଭାଇ ମାନଙ୍କ ସମ୍ମୁଖରେ ସାଇକେଲ ନିର୍ମାଣ କରିବାର ପ୍ରସ୍ତାବ ରଖିଥିଲେ । ତେବେ ତିନି ଭାଇ କିଛି ସମୟ ପରେ ରାଜି ହୋଇ ଯାଇ ଲୁଧିଆନାରେ କାମ ଆରମ୍ଭ କରିବା କଥା କହିଥିଲେ ।

ତେବେ ବ୍ରିଜମୋହନ ଲାଲ ମୁଞ୍ଜାଲ ଯେତେବେଳେ ଅମୃତସରରୁ ଲୁଧିଆନା ଯିବା ପାଇଁ ପ୍ରସ୍ତୁତି କରୁଥିଲେ , ସେତେବେଳେ ଜଣେ ମୁସଲମାନ ବ୍ୟକ୍ତି କରିମ ଦିନ ପାକିସ୍ତାନକୁ ଯାଉଥିଲେ । କହିରଖୁଛୁ କି କରିମ ଦିନଙ୍କର ସାଇକେଲ ବିକ୍ରି କରିବାର ବ୍ୟବସାୟ ଥିଲା ଏବଂ ସେ ନିଜ ବ୍ରାଣ୍ଡ ନାମ ନିଜେ ହିଁ ଦେଇଥିଲେ । ତେବେ ଶେଷ ଥର ପାଇଁ ଯେତେବେଳେ କରିମ ନିଜ ବନ୍ଧୁ ଓମପ୍ରକାଶଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ , ସେତେବେଳେ ସେ ତାଙ୍କୁ ତାଙ୍କ ବ୍ରାଣ୍ଡ ନାମ ନେବାପାଇଁ ଅନୁମତି ମାଗିଥିଲେ । ଆଉ ତାଙ୍କ ବନ୍ଧୁ କରିମ ହଁ ମାରିଥିଲେ , ଯାହାର ନାମ ଆଉ କିଛି ନୁହେଁ ବରଂ ହିରୋ ଥିଲା ।

ତେବେ ବ୍ୟବସାୟ ଆରମ୍ଭ କରିବା ସେମାନଙ୍କ ପାଇଁ ଏତେ ସହଜ ନଥିଲା । ବିଭାଜନ ପରେ ପଞ୍ଜାବରୁ ଲୁଧିଆନରେ ଯାଇ ରହିଥିବା ଭାଇ ମାନଙ୍କ ପାଇଁ ପରିସ୍ଥିତି ଏତେ ସହଜ ନଥିଲା । ତେଣୁ ସର୍ବପ୍ରଥମେ ସେମାନେ ରାସ୍ତା କଡରେ ନିଜର ଜିନିଷ ବିକ୍ରି କରିବା ଆରମ୍ଭ କରିଥିଲେ । ତେବେ ୧୯୫୬ ମସିହାରେ ସେମାନଙ୍କ ଭାଗ୍ୟ ଏକ ନୂତନ ମୋଡ଼ ନେଇଥିଲା । ଚାରି ଭାଇ ମିଶି ୫୦ ହଜାର ଟଙ୍କା ଋଣ ନେଇଥିଲେ ଏବଂ ଲୁଧିଆନାରେ ସାଇକେଲର ପାର୍ଟ ପ୍ରସ୍ତୁତ କରିବାର ସଂସ୍ଥା ସ୍ଥାପନ କରିଥିଲେ । ଆଉ ୧୦ ବର୍ଷ ମଧ୍ୟରେ ଏହି ସଂସ୍ଥା ସର୍ବୋଚ୍ଚରେ ମଧ୍ୟ ପହଞ୍ଚି ଯାଇଥିଲା ଏବଂ ୧୯୬୬ ମସିହା ବେଳକୁ ଏହି ହିରୋ କମ୍ପାନୀ ଏକ ଲକ୍ଷ ସାଇକେଲ ତିଆରି କରି ଚାରିଆଡେ ସୁପ୍ରସିଦ୍ଧତା ଅର୍ଜନ କରିଥିଲା ।

ଆଉ ତାପରେ ଏମାନଙ୍କ ପରିଶ୍ରମ ଏକ ନୂତନ ରଙ୍ଗ ଆଣିଥିଲା ଏବଂ ୧୯୮୬ ମସିହାରେ ହିରୋ କମ୍ପାନୀ ଦୁନିଆଁର ସବୁଠାରୁ ବଡ଼ ସାଇକେଲ ଉତ୍ପାଦକ ଭାବରେ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲା । ତେବେ ହିରୋ ସାଇକେଲର ସଫଳତା ପଛରେ ମୁଞ୍ଜାଲ ଭାଇଙ୍କର ଜ୍ଞାନ କାମ ଦେଇଥିଲା । କମ୍ପାନୀ ବଢିବା ସହ କାମ କରୁଥିବା ଲୋକ , ନିବେଶକାରୀ ଏବଂ ଗ୍ରାହକ ମାନଙ୍କର ସଂଖ୍ୟା ମଧ୍ୟ ବଢିଥିଲା ।

ଆଉ ହିରୋ ଅନ୍ୟ କମ୍ପାନୀ ମାନଙ୍କୁ ପଛରେ ପକାଇ ଆଗକୁ ବଢିଥିଲା । ଆଉ ଏକ ରୋଚକ କଥା ଏହା ଯେ ୧୯୮୦ ମସିହାରେ ହିରୋ ର ଏକ ଟ୍ରକ ସାଇକେଲ ଦୁର୍ଘଟଣା ପରେ ଜଳି ଯାଇଥିଲା । ଆଉ ମୁଞ୍ଜାଲ ଭାଇ ମାନେ ସର୍ବପ୍ରଥମେ ନିଜର କ୍ଷତି କଥା ନ ପଚାରି ଡ୍ରାଇଭରର କଥା ପଚାରିଥିଲେ । ତାପରେ ସେମାନେ ତାଙ୍କ ମ୍ୟାନେଜରକୁ କହି ଡିଲର ନିକଟକୁ ଆଉ ଏକ ଟ୍ରକ ସାଇକେଲ ପଠାଇବାକୁ କହିଥିଲେ ।

ତେବେ ହିରୋ ସାଇକେଲ ଦୁନିଆଁରେ ସଫଳତା ହାସଲ କରିବା ପରେ ଅଟୋମୋବାଇଲ ଦୁନିଆଁରେ ପାଦ ଥାପିଥିଲା ଏବଂ ବିଭିନ୍ନ ଅଂଶ ତିଆରି କରିଥିଲା । ଏହାପରେ ଦୁଇ ଚକିଆ ଯାନ ପ୍ରସ୍ତୁତ ମଧ୍ୟ କରିଥିଲା । ତାପରର କଥା ୧୮୯୪ ମସିହାର ଅଟେ , ଯେତେବେଳେ ହିରୋ କମ୍ପାନୀ ଜାପାନର ପ୍ରସିଦ୍ଧ ଦୁଇ ଚକିଆ ଯାନ ପ୍ରସ୍ତୁତ କରୁଥିବା କମ୍ପାନୀ ହୋଣ୍ଡା ସହ ମିଶି ହିରୋ ହୋଣ୍ଡା ମୋଟରର ସ୍ଥାପନ କରିଥିଲେ ଏବଂ ଏହି କମ୍ପାନୀ ୧୯୮୫ ମସିହା ଏପ୍ରିଲ ୧୩ ତାରିଖରେ ସିଡ଼ି ୧୦୦ ପ୍ରଥମ ବାଇକ ଲଞ୍ଚ କରିଥିଲେ । ଆଉ ତାପରେ ଦୀର୍ଘ ୨୭ ବର୍ଷ ପର୍ଯ୍ୟନ୍ତ ଏହି ଦୁଇ କମ୍ପାନୀ ଏକାଠି ରହିଥିଲେ । ଆଉ ତାପରେ ୨୦୧୧ ମସିହାରେ ଦୁଇ କମ୍ପାନୀ ଅଲଗା ହୋଇ ହିରୋକର୍ପ ଆରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *