ଭୟଙ୍କର ଯୁଦ୍ଧ ମଧ୍ୟରେ ୟୁକ୍ରେନ ଛାଡି ଚାଲିଗଲେ ରାଷ୍ଟ୍ରପତି ,  ଅନ୍ୟ ଦେଶରେ ଆଶ୍ରୟ ନେଇଥିବାର ଖବର

ଯୁଦ୍ଧ ପ୍ରଳୟକାରୀ , ଯୁଦ୍ଧ ଭୟାନକ , ଯୁଦ୍ଧ ଅଭିଶାପ ଏଭଳି ନାନା ପ୍ରକାରର କଥା ଆମେ ଯୁଦ୍ଧ ବିଷୟରେ ଶୁଣିବାକୁ ପାଇଥାଉ । ଏହା ପ୍ରତି ମୁହୂର୍ତ୍ତରେ ମଶା ମାଛି ଭଳି ଜୀବନ ନେଇଯାଏ ବୋଲି ଶୁଣାଯାଏ । ତେବେ ଥରେ ଭାବନ୍ତୁ ଯେଉଁମାନେ ଏହାକୁ ପାଖରେ ହୃଦୟଙ୍ଗମ କରୁଥିବେ , ସେମାନଙ୍କର କଣ ହେଉନଥିବ । ପ୍ରତି ମୁହୂର୍ତ୍ତରେ ସେମାନଙ୍କୁ ମୃତ୍ୟୁର ଭୟ ଘାରୁଥିବ । ଆଉ ମୃତ୍ୟୁ ଯେମିତି ସେମାନଙ୍କ କବାଟ ପାଖରେ ଅପେକ୍ଷା କରି ବସିଛି ବୋଲି , ସେମାନଙ୍କୁ ଅନୁଭବ ହେଉଥିବ ।

ତେବେ ଏହି ମୃତ୍ୟୁ ମୁହଁରୁ ରକ୍ଷା ପାଇବା ପାଇଁ କୌଣସି ସହଜ ଉପାୟ ନଥାଏ । ଆଉ ଏହି ମୃତ୍ୟୁରୁ ଅଳ୍ପକେ କେହି କେହି ବର୍ତ୍ତି ଯାଇଥାନ୍ତି । ତେବେ ଆପଣ ମାନେ ସମସ୍ତେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ । ସେଠାରେ ପ୍ରତିଦିନ ଆଉ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ପ୍ରକାରର ଘଟଣା ଘଟୁଅଛି । ତେବେ ଏ ସବୁ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଅଛି । ଆଉ ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇ ରହିଯିବେ ।

ତେବେ ମିଳିଥିବା ସୂଚନା ଅନୁଯାୟୀ , ୟୁକ୍ରେନର ରାଷ୍ଟ୍ରପତି ଜେଲେସ୍କି ଦେଶ ଛାଡି ଚାଲି ଯାଇଛନ୍ତି । ଆଉ ସେ ପୋଲାଣ୍ଡ ଠାରେ ଯାଇ ଆଶ୍ରୟ ନେଇଛନ୍ତି ବୋଲି ଋଷ ଗଣମାଧ୍ୟମ ଦାବି କରିଅଛି । ଯୁଦ୍ଧକୁ ମଝିରେ ଛାଡି ଦେଇ ଜେଲେସ୍କି କୁଆଡେ ଚାଲି ଯାଇଛନ୍ତି ବୋଲି ନିକଟରେ ଖବର ଆସିଥିଲା । ତେବେ ଏହି ଖବର ପରେ ଋଷର ଗଣମାଧ୍ୟମ ଜେଲେସ୍କିଙ୍କର ପୋଲାଣ୍ଡରେ ଅବସ୍ଥାପନ କରିଥିବାର ଖବର ପ୍ରକାଶ କରିଅଛି ।

ଏହାକୁ ଛାଡି ଦେବା ପରେ ଆହୁରି ଚକିତ କରିଦେବା ଭଳି ଖବର ସାମ୍ନାକୁ ଆସିଅଛି । ଆଉ ଯାହା ମୁତାବିକ ଜେଲେସ୍କିଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ତିନି ଥର ହତ୍ୟା କରାଯିବା ପାଇଁ ଚେଷ୍ଟା କରା ଯାଇଥିଲା । ବ୍ରିଟେନର ଖବରକାଗଜ ଦ ଟାଇମ୍ସ ଏଭଳି ଖବର ବିଷୟରେ ଖୋଲାସା କରିଥିଲା । ତେବେ ଖବରକାଗଜରୁ ମିଳିଥିବା ସୂଚନା ଅନୁଯାୟୀ , ହତ୍ୟା ପାଇଁ ଏହି ଚେଷ୍ଟା ଋଷର ଏଜେନ୍ସି ଦ୍ୱାରା ହିଁ ବିଫଳ କରାଯାଇଛି କାରଣ ଏଭଳି ଆଶ୍ଚର୍ଯ୍ୟକର ଖବର ଆସିଅଛି କି ଋଷର କିଛି ଏଜେନ୍ସି ଯୁଦ୍ଧ ବିରୁଦ୍ଧରେ ଅଛନ୍ତି । ତେବେ ଅନ୍ୟପକ୍ଷରେ କହିବାକୁ ଗଲେ ୟୁଏନଏଚଆରସିରେ ୟୁକ୍ରେନର ସଙ୍କଟ ଉପରେ ଭୋଟ ହୋଇଥିଲା । ତେବେ ସୂଚନା ମିଳିଛି କି , ଏଥିରେ ଭାରତ ଅଂଶଗ୍ରହଣ କରିନଥିଲା।

ତେବେ ଏଭଳି ଘଟଣା ପରେ କହିଵାକୁ ଗଲେ ୟୁକ୍ରେନର ଜାପରିହା ପାୱାର ପଏଣ୍ଟରେ ବୋମା ମାଡ଼ ହେବା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜେଲେସ୍କିଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିଥିଲେ । ଆଉ ଏଥିରେ ସୈନ୍ୟ , ଆର୍ଥିକ ଏବଂ ମାନବିୟ ସାହାଯ୍ୟ ଉପରେ ଆଲୋଚନା ହୋଇଥିଲା । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ , ଯେଉଁଠାରେ ବୋମା ମାଡ଼ ହୋଇଛି , ତା ଠାରୁ ମାତ୍ର କିଛି ଦୂରରେ ନ୍ୟୁକ୍ଲିୟର୍ସ ରିଏକଟର ରହିଛି ।

ତେବେ ଅନ୍ୟପକ୍ଷରେ ଋଷ ସହ କଥାବାର୍ତ୍ତା ବେଳେ ଆମେରିକା , ଋଷକୁ ବୋମା ମାଡ଼ ବନ୍ଦ କରିଦେବା ପାଇଁ ଅନୁରୋଧ କରିଥିଲା । ଯାହାଫଳରେ ଫାୟାର ବ୍ରିଗେଡ ଭିତରକୁ ଯାଇ ଧୂଆଁର ଅନ୍ୱେଷଣ କରି ପଦକ୍ଷେପ ନିଆ ଯାଇପାରିବ । ତେବେ ଋଷକୁ ଆମେରିକା ଅନୁରୋଧ କରିଛି କି  , ଯଦି ସେ ୟୁକ୍ରେନରୁ ନିଜ ସେନା ଉଠାଇନିଏ , ତେବେ ତା ଉପରେ ଲଗା ଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯିବ ।
କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଋଷ ଉପରେ ଏହାର କୌଣସି ପ୍ରଭାବ ପଡିବା ଭଳି ଦେଖା ଯାଉନାହିଁ ।

Leave a Reply

Your email address will not be published. Required fields are marked *