ଜନବସତି ଆଡକୁ ମାଡି ଆସିଲା ଚିତା ବାଘ, ଲୋକଙ୍କ ଉପରକୁ ଆକ୍ରମଣ କଲା ଏବଂ ପଛରେ ପଡିଲା। ଦେଖନ୍ତୁ ଏହି shocking ଭିଡ଼ିଓ।

“ଶୋଇଥିବା ବାଘକୁ ଜଗାନ୍ତୁ ନାହିଁ” ଆପଣ ଏହି ଲୋକବାଣୀ ନିଶ୍ଚିତ ରୂପେ ଶୁଣି ଥିବେ। ଯଦି କିଏ ଶୋଇ ରହିଥିବା ବାଘକୁ ଜାଗ୍ରତ କରେ ତେବେ ତାହା କେତେ ଭୟଙ୍କର ହୋଇଥାଏ ବୋଧହୁଏ ବହୁତ କମ ଲୋକ ଏହି ବିଷୟରେ ଜାଣିଥିବେ। ବର୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ତାହା କେତେ ଭୟାନକ ଏହି ଭିଡ଼ିଓ ଦେଖିବା ପରେ ଆପଣ ଜାଣି ପାରିବେ। ଏହି ଭିଡ଼ିଓକୁ ଅମିତ ସିଂ ନାମକ ଜଣେ ବ୍ୟକ୍ତି ନିଜର ଅଫିସିଆଲ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି।

ଏହି ଦିନ ଗୁଡିକରେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ବହୁତ ମାତ୍ରାରେ ସେୟାର କରାଯାଉଛି। ଉତ୍ତରପ୍ରଦେଶର ମେରଠରେ ଗୋଟେ ଚିତା ବାଘ ବଡ ଗାତରେ ପଡିଥିବାର ନଜରକୁ ଆସିଲା। ଚିତା ବାଘର ନିକଟରେ ବହୁତ ଲୋକ ଜମା ହୋଇଛନ୍ତି। ଉପସ୍ଥିତ ଥିବା ସମସ୍ତ ଲୋକ ମାନେ କୋଳାହଳ କରୁଛନ୍ତି। ସମସ୍ତେ ଚିତା ବାଘର ଫଟୋ ଉଠେଇବାରେ ବ୍ୟସ୍ତ ହୋଇଗଲେ। ପରବର୍ତ୍ତୀ ଅବସ୍ଥାରେ ଯାହା ହେଲା ତାହା ଦେଖିବା ପରେ ଆପଣ ସମସ୍ତଙ୍କର ଲୋମ ଟାଙ୍କୁରି ଉଠିବ। ଶେଷରେ ଚିତା ବାଘ ନିଜର ଧର୍ଯ୍ୟ ହରାଇ ଗୌରବ ନାମକ ଏକ ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିଦେଇଥିଲା। ୨୧ ସେକେଣ୍ଡର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଜଲ୍ଦି ଭାଇରାଲ ହେବାରେ ଲାଗିଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଶୁକ୍ରବାର ସକାଳେ ଏହି ଚିତାବାଘଟି ମେରଠ ପଲ୍ଲବପୁରମର କ୍ୟୁ ପକେଟ କଲୋନୀ ଆଡକୁ ଚାଲି ଆସିଥିଲା। ତେବେ ଚିତା ବାଘକୁ ଦେଖିବା ପରେ ଲୋକମାନେ ବନ ବିଭାଗକୁ କଲ୍ କରିଥିଲେ। ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ଥିଲେ ଏବଂ ବାଘଟି କୁ ଧରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଲୋକ ମାନଙ୍କ କୋଳାହଳରେ ଚିତା ବାଘଟି ବନ ବିଭାଗ ବିଛେଇ ଥିବା ଜାଲ ରୁ ଖସି ପଳାଇ ଥିଲା। ଏହାପରେ ଲୋକ ମାନଙ୍କ ଉପରକୁ ଆକ୍ରମଣ କରିଥିଲା। ତେବେ ଏହି ସମସ୍ତ ଦୃଶ୍ୟକୁ କାରରେ ବସି ଥିବା ବ୍ୟକ୍ତି ଜଣକ କ୍ୟାମେରାରେ ରେକର୍ଡ଼ କରି ସୋସିଆଲ ମିଡ଼ିଆରେ ସେୟାର କରିଥିଲେ ଏବଂ ଏହି ଭିଡ଼ିଓ ଖୁବ ମାତ୍ରାରେ ଭାଇରାଲ ହୋଇଥିଲା।

ତେବେ ଏହି ଭିଡ଼ିଓ ଭାଇରାଲ ହେବାପରେ ଲୋକମାନେ ଜୀବଜନ୍ତୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଟିପଣି ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ ଜଙ୍ଗଲୀ ଜୀବଜନ୍ତୁଙ୍କ ସହ ହଉଥିବା ବ୍ୟବହାର ନିନ୍ଦନୀୟ ଅଟେ। କହିଛନ୍ତି ଯେ ମହାବଳ ବାଘ ହେଉ ଅବା ଚିତା ବାଘ ହେଉ ଯେ ପର୍ଯ୍ୟନ୍ତ ସେମାନଙ୍କୁ ଚିଡା ବା ଥଟ୍ଟା ନ କରାଯାଇଛି ସେ ପର୍ଯ୍ୟନ୍ତ ସେମାନେ କୌଣସି କ୍ଷତି ଘଟାଇବେ ନାହିଁ। କିନ୍ତୁ ସେମାନଙ୍କ ଘରେ ଯଦି ସେମାନଙ୍କ ସହ ଦୁର୍ବ୍ୟବହାର କରିବେ ତେବେ ପରିଣାମ କେତେ ଖରାପ ହେବ ଆପଣ ତାହା ଭଲ ଭାବରେ ଜାଣି ସାରିଥିବେ।

Leave a Reply

Your email address will not be published. Required fields are marked *