ଆଗ୍ରାର ଏକ ହସ୍ପିଟାଲରେ ରୋଗୀର ବାମ ଗୋଡ଼ ବଦଳେ ଡାହାଣ ଗୋଡ଼ର ଅପରେସନ କଲେ ଡାକ୍ତର :- ଆଉ ତାପରେ….

ଅମ୍ବଲଖେଡ଼ା ର ନିବାସୀ ଯୋଗେନ୍ଦ୍ର ସିଂହ ଜଣେ କୃଷକ ଅଟନ୍ତି । ସେ କହିଛନ୍ତି ଯେ ଜାନୁଆରୀ ୨୩ ରେ ବାଇକ ଯୋଗେ ଯାଉଥିବା ସମୟରେ ଏକ ଟ୍ରକ ତାଙ୍କୁ ଧୋକ୍କା ଦେଲା ।ଯାହାଦ୍ୱାରା ସେ ଆହତ ହୋଇ ଯାଇଥିଲେ ଏବଂ ଏତ୍ମାଦୌଲା କ୍ଷେତ୍ର ରେ ସ୍ଥିତ ଡ଼ା. ଶଶିପାଲ ସଡାନା ଙ୍କ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଗଲା ।

ଥାନା ଏତ୍ମାଦୌଲା କ୍ଷେତ୍ରର ଏକ ହସ୍ପିଟାଲରେ ରୋଗୀଙ୍କ ପରିଜନ ମାନେ ଚିକିତ୍ସକଙ୍କ ଉପରେ ଭୁଲ ଅପରେସନ ର ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା କଥା ଯେ ବାମ ଗୋଡ଼ରେ ହାଡ଼ ସମ୍ବନ୍ଧିତ ସମସ୍ୟା ଥିଲେ ହେଁ ଡାହାଣ ଗୋଡ଼ର ଅପରେସନ କରାଯାଇଛି । ଗୁରୁବାର ଦିନ ପରିଜନ ଲୋକଙ୍କ ଗଣ୍ଡଗୋଳ କାରଣରୁ ପୋଲିସ ଆସିଥିଲା କିନ୍ତୁ କେହିବି ଅଭିଯୋଗ କରି ନାହାଁନ୍ତି । ପୁଣି ଡାକ୍ତର ଏହି ଅଭିଯୋଗ କୁ ଭୁଲ ବୋଲି ମନ୍ତବ୍ୟ ରଖିଛନ୍ତି ।

ଅମ୍ବଲଖେଡ଼ା ନିବାସୀ ଯୋଗେନ୍ଦ୍ର ସିଂହ ଜଣେ କୃଷକ । ତାଙ୍କ ଅନୁଯାୟୀ ସେ ଜାନୁଆରୀ ୨୩ ତାରିଖରେ ବାଇକ ରେ ଯିବା ସମୟରେ ଏକ ଟ୍ରକ ତାଙ୍କୁ ଧୋକ୍କା ଦେଲା ଏବଂ ଆହତ ଅବସ୍ଥାରେ ତାଙ୍କୁ ଏତ୍ମାଦୌଲା କ୍ଷେତ୍ର ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଗଲା । ସେଠାରେ ତାଙ୍କର ଡାହାଣ ଗୋଡ଼ର ଅପରେସନ କରଗଲା । କିନ୍ତୁ ଘରକୁ ଯିବା ପରେ ବି ତାଙ୍କ ଗୋଡ଼ ଯନ୍ତ୍ରଣାରେ କୌଣସି ପରିବର୍ତ୍ତନ ଆସିଲା ନାହିଁ । ବାମ ଗୋଡ଼ରେ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହେଲା । ଏହି ପରିପ୍ରେକ୍ଷୀରେ କମଲା ନଗର ସ୍ଥିତ ଏକ ହସ୍ପିଟାଲରେ ତାଙ୍କର ପରିକ୍ଷଣ କରଫଳ । ଏକ୍ସରେ ପରେ ସିଟିସ୍କେନ ମଧ୍ୟ କରାଗଲା ।

ଡାକ୍ତରଙ୍କ ଅନୁଯାୟୀ ତାଙ୍କର ଡାହାଣ ଗୋଡ଼ ପୁରାପୁରି ଠିକ ଅଛି । କିନ୍ତୁ ବାମ ଗୋଡ଼ରେ କ୍ଷତ ହୋଇଛି । ଏହି ସମ୍ବନ୍ଧରେ ସେମାନେ ଡ଼ା . ଶଶିପାଳ ସଡାନା ଙ୍କ ହସ୍ପିଟାଲରେ କୁ ଗଲେ ଏବଂ ଏହାର ଅଭିଯୋଗ କଲେ । ଗୁରୁବାର ଦିନ ଦ୍ୱିପ୍ରହର ସମୟରେ ସେଠାରେ ଗଣ୍ଡଗୋଳ ସୃଷ୍ଟି ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା । ମାତ୍ର ଡାକ୍ତର ଚିକିତ୍ସା ର ଆଶ୍ୱାସନା ଦେବାରୁ କେହିବି ପୋଲିସ ପାଖରେ ଅଭିଯୋଗ କରି ନଥିଲେ ।

ଡ଼ା. ଶଶିପାଳ ସଡାନା କହିଛନ୍ତି ଯେ ରୋଗୀର ଉଭୟ ଗୋଡ଼ ଏବଂ ଜଙ୍ଘ ପାଖରେ କ୍ଷତ ହୋଇଛି । ତେଣୁ ତାଙ୍କୁ ଗୋଡ଼ ମୋଡ଼ିବାରେ ସମସ୍ୟା ହେଉଛି । ଏହାର ଉପଚାର କରାଯାଇଛି । ଠିକ ଭାବରେ ଅପରେସନ ମଧ୍ୟ କରାଯାଇଛି । ତେଣୁ ସମସ୍ତ ଅଭିଯୋଗ ମିଛ ଅଟେ । ରୋଗୀଙ୍କୁ ସବୁ ରିପୋର୍ଟ ଦେଖାଇ ଦିଆଯାଇଛି । ସେ ସନ୍ତୁଷ୍ଟ ମଧ୍ୟ ହୋଇଛନ୍ତି । ଏବେ ତାଙ୍କର କୌଣସି ପ୍ରକାରର ସମସ୍ୟା ନାହିଁ ।

ଥାନା ଏତ୍ମାଦୌଲା ର ପ୍ରଭାରୀ ନିରୀକ୍ଷକ ସତ୍ୟ ଦେବ ଶର୍ମା ଙ୍କ କହିବା କଥା ଯେ ବାମ ଗୋଡ଼ ସ୍ଥାନରେ ଡାହାଣ ଗୋଡ଼ ର ଅପରେସନ କରିବାର ଅଭିଯୋଗ ଥିଲା । ଗଣ୍ଡଗୋଳ ହେବାରୁ ପୋଲିସ ପହଞ୍ଚିଲା । କିନ୍ତୁ ରୋଗୀ କୌଣସି ଅଭିଯୋଗ କରିବାକୁ ମନା କରିଥିଲା । ତେଣୁ ଲିଖିତ ଅଭିଯୋଗ ଆସିବା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *