ଲୋକେ ମୋତେ କହୁଥିଲେ ମାଇଚିଆ , ମୁଁ କାହାକୁ ମୋ ବିଷୟରେ କହି ପାରିଲିନି – ସୋନୀ

ଏ ସଭ୍ୟ ସମାଜରେ ବଢ଼ିବାକୁ ହେଲେ ଅନେକ ବାଧା ବିଘ୍ନ ଦେଇ ଆଗକୁ ବଢ଼ିବାକୁ ପଡ଼ିଥାଏ । ଆଉ ଏହି କଥା ଆମେ ସମସ୍ତେ ଜାଣିଛନ୍ତି । କିନ୍ତୁ ଜଣେ ସାଧାରଣ ମଣିଷ ଆଉ ଜଣେ ଟ୍ରାନ୍ସଜେଣ୍ଡର ମଧ୍ୟରେ ଏହା ବହୁତ ଫରକ ରହିଥାଏ । କାହିଁକି ନା ଏହାକୁ ଆମ ସଭ୍ୟ ସମାଜ ସହଜରେ ଗ୍ରହଣ କରି ପାରି ନଥାଏ ଆଉ ଅନେକ ଆଙ୍ଗୁଠି ଉଠାଇ ଥାଏ । ତେବେ ସେମାନେ ମଧ୍ୟ ଏହି ସମାଜରେ ସଭ୍ୟ ହୋଇ ବଞ୍ଚିବାକୁ ଚେଷ୍ଟା କରିଥାନ୍ତି କିନ୍ତୁ ଲୋକେ ତାଙ୍କ ସାଥ ଦେଇ ନଥାନ୍ତି ।

ତେବେ ଏପରି ଜଣେ ମଣିଷ ହେଉଛନ୍ତି ସନ୍ତୋଷ ରୁ ସାଜିଥିବା ସୋନି । ସେ ବି ସମସ୍ତଙ୍କ ଭଳି ସାଧାରଣ ଭାବରେ ବଞ୍ଚିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ସାଥ ଦେଇ ନଥିଲା ତାଙ୍କ ପରିବେଶ । ଆଉ ସେହି ସବୁ କଥା ଆଜି ମନେ ପକାଇ କହିଛନ୍ତି ସେ । ତେବେ ଗୋଟିଏ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସେ । ଘରେ ସେ ଏକମାତ୍ର ପୁଅ ଥିଲେ ଆଉ ସମସ୍ତଙ୍କର ବେଶ ଗେହ୍ଲା ଥିଲେ । ଯେହେତୁ ଘରର ଏକମାତ୍ର ପୁଅ ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା ।

କିନ୍ତୁ ବୟସ ବଢିବା ସହିତ ତାଙ୍କ ଚାଲି ଚଳନ ମଧ୍ୟ ବଦଳି ଯାଇଥିଲା । ସେ ପୁଅ ନୁହେଁ ଝିଅ ବୋଲି ନିଜକୁ ଭାବୁଥିଲେ କିନ୍ତୁ କାହାକୁ କହି ପାରୁ ନଥିଲେ । ସ୍କୁଲରେ ତାଙ୍କର ବହୁତ ମଜାକ ଉଡ଼ାଉ ଥିଲେ ସମସ୍ତେ ଆଉ ଗୋଟିଏ କଥା କହିବାକୁ ଲାଗିଥିଲେ କି , ତୁ ଗୋଟିଏ ଛକା ଟା । ଏପରିକି ସ୍କୁଲରେ ଶିକ୍ଷକଙ୍କୁ କହିବା ପରେ ମଧ୍ୟ ସେ କହିଥିଲେ ତୁ ଯାହା ତୋତେ ସମସ୍ତେ ତାହା କହିବେ , ଏଥିରେ କିଛି ଅସୁବିଧା ନାହିଁ । ତେବେ ସେଦିନ ଠାରୁ ତାଙ୍କ ଜୀବନରେ ସଂଘର୍ଷ ଆରମ୍ଭ ହୋଇ ଯାଇଥିଲା ।

ଆଉ ପ୍ରତି ମୁହୂର୍ତ୍ତରେ ସେ ବଞ୍ଚିବା ପାଇଁ ସଂଘର୍ଷ କରି ଚାଲିଥିଲେ । ଆଉ ସଭ୍ୟ ସମାଜରେ ଟିକିଏ ବଞ୍ଚିବା ପାଇଁ ଚେଷ୍ଟା କରିଥିଲେ । ତେବେ ଏହି ଯାତ୍ରା ଏତେ ସହଜ ନଥିଲା । ତେବେ କ୍ରୀଡ଼ାରେ ମଧ୍ୟ ବେଶ ଭଲ ଥିଲେ ସେ ଆଉ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସେ ଖେଳିବାକୁ ଯାଇଥିଲେ । ସେଠାରେ ମଧ୍ୟ ସମସ୍ତେ ତାଙ୍କୁ ଛକା କହୁଥିଲେ । ତେବେ ବହୁତ କଷ୍ଟରେ ସେ ଆଜି ସନ୍ତୋଷରୁ ସୋନି ସାଜିଛନ୍ତି । ଆଉ ବର୍ତ୍ତମାନ ସେ ବହୁତ ଖୁସିରେ ମଧ୍ୟ ଅଛନ୍ତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *