ଦୁଷ୍କ-ର୍ମକା-ରୀଙ୍କୁ ଦଣ୍ଡ ସ୍ୱରୂପ କରି ଦିଆଯିବ ନପୁଂସକ , ବ୍ୟବହାର କରାଯିବ କେମିକାଲ :-

ବର୍ତ୍ତମାନ ସମୟରେ ଗଣ-ଦୁ-ଷ୍କ-ର୍ମ ମାମଲା ଏତେ ମାତ୍ରାରେ ବଢ଼ି ଯାଇଛି ଯେ ପ୍ରତ୍ୟେକ ଦିନ ନ୍ୟୁଜ କିମ୍ବା ଖବରକାଗଜରେ ଏହି ସମ୍ବନ୍ଧିତ ଘଟଣା ଶୁଣିବାକୁ ମିଳୁଛି । ଏଥିରେ ଅନେକ ନାବାଳିକା ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ମଧ୍ୟ ପୀଡ଼ିତ ହେଉଛନ୍ତି । ତେଣୁ ଏହାକୁ ନେଇ ସମାଧାନ ସ୍ୱରୂପ ଅନେକ ଦେଶ ଏବଂ ଅନେକ ରାଜ୍ୟରେ ଅତି କଠିନ ଦ-ଣ୍ଡ ଏବଂ ନିୟମ ପ୍ରଣୟନ କରାଯାଇଛି । ଯାହା ମଧ୍ୟରୁ ଦୁ-ଷ୍କର୍ମ-କାରୀ-ଙ୍କୁ ନପୁଂ-ସକ କରିବା ନିୟମ ମଧ୍ୟ ରହିଛି । ଅନେକ ଦେଶ ଏବଂ ରାଜ୍ୟରେ ଏହି ନିୟମ ଲାଗୁ ହୋଇଛି ।

ବର୍ତ୍ତମାନ ଆଉ ଏକ ଦେଶରେ ଏହି ନିୟମ ଲାଗୁ ହେବାକୁ ଯାଉଛି ମାତ୍ର ସେଥିରେ କିଛି ସମସ୍ୟା ରହିଛି । ତେବେ ସୂଚନା ଅନୁଯାୟୀ ପେରୁର ରାଷ୍ଟ୍ରପତି ପେଡ୍ରୋ କ୍ୟାଷ୍ଟିଲୋ ଘୋଷଣା କରିଛନ୍ତି ଯେ ଆଗାମୀ ସମୟରେ ଦୁ-ଷ୍କ-ର୍ମ କରୁଥିବା ବ୍ୟକ୍ତିଙ୍କୁ ଦ-ଣ୍ଡ ସ୍ୱରୂପ କେମିକାଲ ଦ୍ୱାରା ନପୁଂସକ କରି ଦିଆଯିବ । ତେବେ ଏପରି ନିୟମ ପାଇଁ ପ୍ରସ୍ତାବ ରଖିବାରେ ପେରୁ କେବଳ ଗୋଟିଏ ଦେଶ ନୁହେଁ ଏହା ପୂର୍ବରୁ ଦକ୍ଷିଣ କୋରିଆ , ପୋଲାଣ୍ଡ , ଚେକ ରିପବ୍ଲିକ ଓ ଆମେରିକାର କିଛି ରାଜ୍ୟ ଏହି ପ୍ରକାରର ଦ-ଣ୍ଡ ବ୍ୟବସ୍ଥା ଲାଗୁ କରିଛି । ତେବେ ପେରୁ ଏହି ପ୍ରସ୍ତାବ ପଠାଯିବା ପରେ ବର୍ତ୍ତମାନ କେବଳ କଂଗ୍ରେସ ସମର୍ଥନକୁ ଅପେକ୍ଷା କରାଯାଇଛି ।

ତେବେ ଏହି ଦ-ଣ୍ଡ ପ୍ରଣୟନ ହେବାରେ ଦୁଇ ପ୍ରକାରର ସମସ୍ୟା ରହିଛି । ଯେଉଁ କାରଣରୁ ଏହାକୁ ମଞ୍ଜୁରୀ ମିଳିନାହିଁ । ପ୍ରଥମ ସମସ୍ୟା ପେରୁର ସାମ୍ବିଧାନିକ ପ୍ରସଙ୍ଗ ଅନୁଯାୟୀ ଶାରୀ-ରିକ ଦ-ଣ୍ଡ ନି-ଷେଧ କରାଯାଇଛି । ଆଉ ଅନ୍ୟ ସମସ୍ୟା ଏହା ଯେ ଏପରି ଦ-ଣ୍ଡ ପ୍ରଣୟନ କଲେ ଯୌ-ନ ଇଚ୍ଛା ହ୍ରାସ ପାଇବ । କିନ୍ତୁ ପୂର୍ବ ପ୍ରଣୀତ ଦଣ୍ଡ ଅନୁସାରେ ପେରୁରେ ଦୁ-ଷ୍କ-ର୍ମ-କାରୀଙ୍କୁ ପେନାଲ କୋଡର ଅନୁଚ୍ଛେଦ ୧୭୩ ଅନୁଯାୟୀ ଆଜୀବନ କାରା-ଦଣ୍ଡରେ ଦଣ୍ଡିତ କରାଯାଏ । ଏବଂ ୩୫ ବର୍ଷ ପରେ ଦୋ-ଷୀଙ୍କ ଦ-ଣ୍ଡ-ର ସମୀକ୍ଷା କରାଯାଏ ।

ତେଣୁ ଯେହେତୁ ଦଣ୍ଡ ସ୍ୱରୂପ ନପୁଂସକ କରିବା ପ୍ରସ୍ତାବ ୧୯୯୦ ଦଶକରୁ ଚାଲି ଆସୁଛି ତେଣୁ ଏଥିରେ ପେରୁ ଲିବ୍ରେର କଂଗ୍ରେସ ଓମେନ ଏବଂ Congressional Woman’s Commission ଅଧ୍ୟକ୍ଷା ଏଲିଜବେଥ ମଦିନା ପ୍ରସ୍ତାବକୁ ସମର୍ଥନ କରିଛନ୍ତି । କିନ୍ତୁ ଏହା ବିରୋଧରେ ଫ୍ୟୁରଜା ପପୁଲାର ପାର୍ଟିର କଂଗ୍ରେସ ମ୍ୟାନ ହେକ୍ଟର ଭେଞ୍ଚୁଆ ଏଥିପାଇଁ ସହମତ ନାହାଁନ୍ତି । କାରଣ ତାଙ୍କ ଅନୁଯାୟୀ ଏହା କୌଣସି ସମାଧାନ ନୁହେଁ । ତେଣୁ ସେ ପ୍ରସ୍ତାବକୁ କଂଗ୍ରେସକୁ ମଞ୍ଜୁରୀ ପାଇଁ ପଠାଇବା ପୂର୍ବରୁ ମନ୍ତ୍ରୀ ପରିଷଦ ଦ୍ୱାରା ଅନୁମୋଦନ କରିବାକୁ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *