ଶେଷରେ ନଇଁଲେ ୟୁକ୍ରେନ ରାଷ୍ଟ୍ରପତି, ରୁଷର ସର୍ତ୍ତ ମାନିବାକୁ ରାଜି ହେଲେ ରାଷ୍ଟ୍ରପତି :- ନାଟ ଲଗେଇଲା ନାଟକ

ଦୀର୍ଘ ଦିନର ଯୁଦ୍ଧ ପରେ ପରେ ବର୍ତ୍ତମାନ କିଛି ଆଶ୍ୱାସନା ମୂଳକ କଥା ଶୁଣାଯାଉଛି । ଏମିତି ଏକ ଖବର ବର୍ତ୍ତମାନ ଶୁଣାଯାଉଛି ଯେ ୟୁକ୍ରେନ ରାଷ୍ଟ୍ରପତି ବର୍ତ୍ତମାନ ବୁଝାମଣା କରିପାରନ୍ତି । ଏମିତିକି ନାଟୋ ରେ ଆଉ ମିଶିବାକୁ ଆଗ୍ରହ ନଥିବା କଥା ମଧ୍ୟ ରାଷ୍ଟ୍ରପତି କହିଥିବା ସୂଚନା ରହିଛି । ଋଷ ୟୁକ୍ରେନ ଯୁଦ୍ଧକୁ ବର୍ତ୍ତମାନ ୧୩ ଦିନ ବିତି ଯାଇଥିଲେ ହେଁ ରାଷ୍ଟ୍ରପତି ଜେଲେନସ୍କି ବର୍ତ୍ତମାନ ବୁଝାମଣା କରିବାକୁ ମନସ୍ଥ କରିଥିବା କାହାଯାଉଛି ।

ବାସ୍ତବରେ ନାଟୋ ସଦସ୍ୟତା ପାଖରୁ ହିଁ ଏହି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବର୍ତ୍ତମାନ ରାଷ୍ଟ୍ରପତି ନା ଟୋ ସଦସ୍ୟତା ପାଇଁ ଆଉ ଆଗ୍ରହ ନଥିବା କଥା ପ୍ରକାଶ କରିଛନ୍ତି । ତେବେ ଏନେଇ ଏବିସି ନ୍ୟୁଜ ରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ସାକ୍ଷାତକାର ରେ କହିଛନ୍ତି ଯେ ନାଟୋ ସଦସ୍ୟତା ଗ୍ରହଣ କରିବାକୁ ୟୁକ୍ରେନ ପ୍ରସ୍ତୁତ ନୁହେଁ ବୋଲି କହିଛନ୍ତି । ପୁଣି ଯେଉଁ ଦୁଇଟି ଋଷ ସପକ୍ଷବାଦୀ ଏବଂ ୟୁକ୍ରେନ ର ବିଛିନ୍ନତାବାଦୀ ଅଞ୍ଚଳକୁ ଫେବୃଆରୀ ୨୪ ରେ ୟୁକ୍ରେନ ଆକ୍ରମଣ ପୂର୍ବରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ୱାଧୀନ ରାଷ୍ଟ୍ର ର ମାନ୍ୟତା ଦେଇଥିଲେ ତାହାକୁ ମାନ୍ୟତା ଦିଆଯିବ ବୋଲି ମଧ୍ୟ ନିଜର ମତ ରଖିଛନ୍ତି ।

ତେବେ ପୂର୍ବରୁ ଋଷ ସପକ୍ଷବାଦୀ ଦୁଇ ଅଞ୍ଚଳ ଡୋନେସ୍କ ଏବଂ ଲୁହାଂସ୍କ ସ୍ୱାଧୀନ ଥିଲା କିନ୍ତୁ ତାହା ୟୁକ୍ରେନ ଆକ୍ରମଣର ଅବ୍ୟବହିତ ପୂର୍ବରୁ । କିନ୍ତୁ ବର୍ତ୍ତମାନ ପୁଟିନ ଙ୍କ ଇଚ୍ଛା ଅନୁସାରେ ସେ ଚାହାଁନ୍ତି ଯେ ୟୁକ୍ରେନ ପୁଣିଥରେ ସେହି ଦୁଇ ସ୍ଥାନକୁ ସ୍ୱାଧୀନତା ପ୍ରଦାନ କରୁ । ତେଣୁ ମୂଳ ଉଦ୍ଦେଶ୍ୟ ନାଟୋ ସଦସ୍ୟତା କୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଚରମ ସୀମା ରେ ପହଞ୍ଚିବ ବୋଲି କୁହାଯାଉଛି । ତେଣୁ ୟୁକ୍ରେନ ଦୀର୍ଘ ୧୩ ଦିନର ଯୁଦ୍ଧ ପରେ ବିଶ୍ୱର ବିଶାଳ ସେନା ଋଷ ସାମ୍ନାରେ ନଇଁବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *