ବାଘ ଯନ୍ତା ଭିତରକୁ ଖସି ପଡିଲେ ଯୁବକ, ତା’ପରେ ବାଘ ….. ଦେଖନ୍ତୁ ଏହି ଛାତି ଥରା ଦୃଶ୍ୟ। କମଜୋର ହୃଦୟ ବ୍ୟକ୍ତି ଭିଡ଼ିଓକୁ ଦେଖନ୍ତୁ ନାହିଁ।

ସୋସିଆଲ ମିଡ଼ିଆରେ ସର୍ବଦା କିଛି ନା କିଛି ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ମିଳିଥାଏ। ତେବେ ସେଥିମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ଭିଡ଼ିଓ ଜୀବଜନ୍ତୁ ମାନଙ୍କ ହୋଇଥାଏ। ଅନେକ ସମୟରେ ୟୁଜର ମାନେ ଜୀବଜନ୍ତୁ ମାନଙ୍କ ଭିଡ଼ିଓ ଏବଂ ଫଟୋ ସେୟାର କରି ଭାଇରାଲ କରିଥାନ୍ତି। ତେବେ ବର୍ତ୍ତମାନ ସମୟରେ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଯୁବକ ଜଣକ ବାଘ ଯନ୍ତାରେ ଖସି ପଡିଲେ ଏବଂ ଏହାପରେ ବାଘ ଯୁବକଙ୍କ ସହ କିଛି ଏପରି କରିଥିଲା।

ଅନେକ ସମୟରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତେ ଜୀବଜନ୍ତୁ ଦେଖିବାକୁ ପସନ୍ଦ କରନ୍ତି। ତେବେ ମନରଞ୍ଜନ କରିବା ପାଇଁ ଆମେ ଚିଡିଆଖାନା ଏବଂ ସଫାରି ଆଦି ବୁଲେଇବା ପାଇଁ ଯାଇଥାଉ। ସେଠାରେ ବନ୍ୟା ପ୍ରାଣୀଙ୍କୁ ବୁଲୁଥିବାର ଦେଖି ଖୁସି ହୁଅନ୍ତି। ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ତାହା ଏକ ଚିଡିଆଖାନାର ଦୃଶ୍ୟ ଅଟେ। ତେବେ ଏହି ଭିଡ଼ିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କେବଳ ସେତିକି ନୁହେଁ ଏହି ଭିଡ଼ିଓ ଅନେକଙ୍କ ଛାତି ଥରେଇ ଦେଇଛି

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓ ଟି ଦିଲ୍ଲୀ ଚିଡିଆଖାନାର ବୋଲି ଜଣା ପଡ଼ିଛି। ଚିଡିଆଖାନା କୁ ଅନେକ ଲୋକ ବୁଲିବା ପାଇଁ ଆସନ୍ତି। ଦିଲ୍ଲୀ ଚିଡିଆଖାନା କୁ ମହଦ ନାମକ ଏକ ୨୨ ବର୍ଷୀୟ ଯୁବକ ମଧ୍ୟ ଯାଇଥିଲେ। ତେବେ ସେ ମହାବଳ ବାଘ ରହୁଥିବା ହୁଆଡ଼ ପାଚେରୀ ଉପରେ ଛିଡା ହୋଇ ଦେଖୁଥିଲେ। ତେବେ ସେ ଜାଣି ଥିଲେ ଯେ ଏହା ବିପଦପୂର୍ଣ୍ଣ ଅଟେ। ଯଦି ସନ୍ତୁଳନ ହରାନ୍ତି ତେବେ ସିଧା ବାଘ ଯନ୍ତାରେ ଯାଇ ପଡିବେ।

ତେବେ ଯୁବକ ଜଣକ ପାଚେରୀ ଉପରେ ଛିଡା ହୋଇଥିବା ଦେଖି ସେଠାରେ ଥିବା ଲୋକମାନେ ବାରଣ କରିଥିଲେ। କିନ୍ତୁ ଯୁବକ ଜଣକ ମାନି ନଥିଲେ। ହଠାତ ଯୁବକ ଜଣକ ନିଜ ଉପରୁ ସନ୍ତୁଳନ ହରାଇ ସିଧା ବାଘ ଖୁଆଡ଼ ଭିତରକୁ ଖସି ପଡ଼ିଥିଲେ। କେବଳ ସେତିକି ନୁହେଁ ସେହି ସମୟରେ ପାଖରେ କୌଣସି ଚିଡିଆଖାନା କର୍ମଚାରୀ ନଥିଲେ। ସେହି ସମୟରେ ମହାବଳ ବାଘ ବିଜୟ ମଧ୍ୟ ଖୁଆଡ଼ ମଧ୍ୟରେ ଖୋଲାରେ ବିଚରଣ କରୁଥିଲା।

ତେବେ ଉପରୁ କିଛି ପଡିବା ଦେଖି ମହାବଳ ବାଘ ବିଜୟ ଯୁବକ ଆଡଙ୍କୁ ମାଡି ଆସିଲା। ବାଘକୁ ଦେଖି ଯୁବକ ଜଣକ ମଧ୍ୟ ଭୟଭୀତ ହୋଇପଡିଲେ। ପାଖାପାଖି ୨ ମିନିଟ ଧରି ବାଘକୁ ଜୀବନ ଭିକ୍ଷା ମଧ୍ୟ ମାଗିଥିଲେ ଯୁବକ। ବାଘ ମଧ୍ୟ କିଛି ସମୟ ପାଇଁ ଯୁବକକୁ କିଛି କରି ନଥିଲେ। କିନ୍ତୁ ଲୋକଙ୍କ କୋଳାହଳ ହୋହାଲା ପରେ ବାଘଟି ଯୁବକ ଜଣଙ୍କ ବେକକୁ ଧରି ଯନ୍ତା ଆଡେ ନେଇ ଯାଇଥିଲା। ଚାହୁଁ ଚାହୁଁ ଯୁବକଙ୍କ ଜୀବନ ସମସ୍ତ ଲୋକଙ୍କ ଆଖି ଆଗରେ ଚାଲିଗଲା।

ତେବେ ସେଠାରେ ଥିବା ସିସିଟିଭିରେ ଏହି ସମସ୍ତ ଦୃଶ୍ୟ କଏଦ ହୋଇଯାଇଥିଲା। ତେବେ ଏହି ଛାତି ଥରା ଦୃଶ୍ୟ କଏଦ ହେବା ପରେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ତେବେ ଏହି ଭିଡ଼ିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହେଇ ଯାଉଛନ୍ତି।

Leave a Reply

Your email address will not be published. Required fields are marked *