ପୁଟିନଙ୍କ ପଛରେ ୨୧ ବର୍ଷ ପୂର୍ବରୁ ଛିଡା ହୋଇଥିଲେ ମୋଦି , ଆଉ ଆଜି…

ଋଷ ଏବଂ ୟୁକ୍ରେନ ମଧ୍ୟରେ ଜୋରଦାର ଯୁଦ୍ଧ ଚାଲିଥିବାର ଘଟଣା ଆପଣ ସମସ୍ତେ ଜାଣିଥିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧ କେତେ ଯେ କ୍ଷତି ଘଟାଇଲାଣି ସେ ବିଷୟରେ କୌଣସି ସଠିକ ଖବର ନାହିଁ । ପ୍ରତି ସେକେଣ୍ଡରେ ଶହ ଶହ ଲୋକ ମୃତ୍ୟୁବରଣ କରୁଛନ୍ତି । ତେବେ ୟୁକ୍ରେନ ଏ ମଧ୍ୟରେ ଋଷର ସାମ୍ନା କରିବାକୁ ପଛାଉନାହିଁ । ଅତ୍ୟନ୍ତ ସାହସର ସହ ଋଷର ସାମ୍ନା କରୁଛନ୍ତି ୟୁକ୍ରେନ ସେନା । ଛାତି ଦେଖାଇ ଯୁଦ୍ଧ ଲଢୁଛନ୍ତି ସେମାନେ । ତେବେ ଋଷ ଏସବୁ ଦେଖି ପଛକୁ ପଛାଇବାକୁ ଆଦୌ ରାଜି ନାହିଁ । ସେ ଆହୁରି ଜୋରସୋରରେ ଆକ୍ରମଣ କରିବାରେ ଲାଗିଅଛି ।

ତେବେ ଏ ସବୁକୁ ଦୃଷ୍ଟିରେ ରଖି କିଛି ଦେଶ ବର୍ତ୍ତମାନ ୟୁକ୍ରେନକୁ ସାହାଯ୍ୟ କରିବାପାଇଁ ଆଗକୁ ଆସିଛନ୍ତି । ତେବେ ଅନ୍ୟପକ୍ଷରେ ୟୁକ୍ରେନରେ ଫସି ରହିଥିବା କିଛି ଭାରତୀୟ ବହୁତ ଚେଷ୍ଟା କରୁଛନ୍ତି ଭାରତକୁ ଫେରିବାପାଇଁ । କିଛି ଜଣଙ୍କର ସେଠାରେ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି । ତେବେ ଏ ସବୁ ମଧ୍ୟରେ ବର୍ତ୍ତମାନ ସମୟରେ ଏଭଳି କିଛି ଫୋଟ ଭାଇରାଲ ହୋଇଛି , ଯାହାକୁ ଆପଣ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଫୋଟକୁ ଦେଖିଲେ ଆପଣ ଜାଣିପାରିବେ କି , ଏହା ପାଖାପାଖି ୨୦୦୧ ମସିହାର ଫୋଟ ଅଟେ । ୨୦୧୯ ମସିହାର ମଧ୍ୟ ଏକ ଫୋଟ ଭାଇରାଲ ହେବାରେ ଲାଗିଅଛି । ତେବେ ଆପଣ ଏହି ଫୋଟରେ ଦେଖିପାରିବେ କି , ପୁଟିନ ଏବଂ ଅଟଳ ବିହାରୀ ବାଜପେୟୀ ଏକ ସମ୍ମିଳନୀରେ ବସିଛନ୍ତି ଆଉ ସେହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପଛରେ ଛିଡ଼ା ହୋଇଛନ୍ତି ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଏହାପରେ ୨୦୧୯ ମସିହାରେ ନରେନ୍ଦ୍ର ମୋଦି ପୁଟିନଙ୍କ ସହ ସାକ୍ଷାତ ହୋଇଥିଲେ । ଆଉ ଏହି ସାକ୍ଷାତ ପରେ ଭାରତ ଏବଂ ଋଷ ମଧ୍ୟରେ ଏକ ସମ୍ପର୍କ ଗଢି ଉଠିଥିଲା । ତେବେ ବର୍ତ୍ତମାନ ସମୟରେ ଭାରତର ଲୋକଙ୍କୁ ଭାରତକୁ ଆଣିବାପାଇଁ ମିଶନ ଗଙ୍ଗା ଆରମ୍ଭ ହୋଇଛି । ଆଉ ଏହା ମଧ୍ୟରେ ୟୁକ୍ରେନ ମଧ୍ୟ ଭାରତକୁ ସାହାଯ୍ୟ କରିବାପାଇଁ ଅନୁରୋଧ କରିଅଛି ।

ତେବେ ଭାରତ ବର୍ତ୍ତମାନ ୟୁକ୍ରେନକୁ ସାହାଯ୍ୟ କରିବାପାଇଁ ହାତ ବଢ଼ାଇଛି । ଆଉ କ୍ରମାଗତ ଭାବରେ ଚେଷ୍ଟା ଜାରି ରଖିଛି । ୟୁକ୍ରେନ ବର୍ତ୍ତମାନ ଭାରତ ସହ ଏବଂ ଅନ୍ୟାନ୍ୟ ଦେଶ ସହ କଥାବାର୍ତ୍ତା ଜାରି ରଖିଛି , ନିଜ ଦେଶକୁ ରକ୍ଷା କରିବାପାଇଁ । ତେବେ ଏ ସବୁ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଭାରତ ଭୋଟିଂରେ ଅଂଶଗ୍ରହଣ କରିନଥିଲା କି କିଏ ଠିକ୍ ଆଉ କିଏ ଭୁଲ୍ ଅଛି । ତେବେ ଭାରତ ଏ ସବୁ ମଧ୍ୟରେ ଅନ୍ୟ ଦେଶକୁ ନିବେଦନ କରିଛି ନିଜ ଦେଶ ବାସୀଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ । ଆଉ ଏକ ଖବର ସାମ୍ନାକୁ ଆସିଅଛି କି , ଭାରତ ଏବଂ ଋଷ ମଧ୍ୟରେ ଭଲ ସମ୍ପର୍କ ଥିବାରୁ ୟୁକ୍ରେନ ଭାରତକୁ ଅନୁରୋଧ କରିଛି , ଯୁଦ୍ଧ ବନ୍ଦ ପରାମର୍ଶ ଦେବା ପାଇଁ ।

Leave a Reply

Your email address will not be published. Required fields are marked *