ଶାଶୁଙ୍କ ନାଚ ଦେଖି ବର ସ୍ତବ୍ଧ , ସେଥିରେ ଶାଶୁ ସିଗାରେଟ ଟାଣି ଧୂଆଁ ଛାଡୁଥିଲେ… ଭୟରେ ବର ଫେରାର

ଏପରି କଥା ଆପଣ ଜୀବନରେ କେବେ ଶୁଣି ନଥିବେ । ଏମିତି ବି ଭାଙ୍ଗି ଯାଇପାରେ ବାହାଘର , ଯାହାକୁ କେହି ସ୍ଵପ୍ନରେ ବି କଳ୍ପନା କରି ନଥିବେ । ଭାବି ଶାଶୂଙ୍କ ମାତ୍ର ଗୋଟିଏ ଭୁଲ୍ ଅଡ଼ୁଆରେ ପକାଇ ଦେଲା ସବୁକିଛି ଆଉ ଶେଷରେ ବାହାଘର ଭାଙ୍ଗିବାକୁ ବାଧ୍ୟ ହେଲେ ବର ଘର ଲୋକ । ଡିଜେ ଗୀତର ତାଳେ ତାଳେ ନାଚିବା ତ ଠିକ୍ ଥିଲା , କିନ୍ତୁ ଶାଶୂଙ୍କ ସିଗାରେଟ ଫୁଙ୍କିବା ପଡ଼ିଲା ମହଙ୍ଗା ଆଉ ଯାହାର ପରିଣାମ ପଡ଼ିଲା ଝିଅକୁ । ବର ଘର ଲୋକ ବାହାଘର ଭାଙ୍ଗି ଘରକୁ ଫେରି ଗଲେ ।

ସୂଚନା ଅନୁଯାୟୀ , ଏପରି ଏକ ଅଦ୍ଭୂତ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ହୟାତନଗର ଥାନା ଅଞ୍ଚଳରେ । ଜାଣିବାକୁ ମିଳିଛି କି , ହୟାତନଗର ଥାନା ଅନ୍ତର୍ଗତ ସରାୟତରିନ ନିବାସୀ ଜଣେ ଯୁବକଙ୍କର ବିବାହ ସମ୍ବଲ ଜିଲ୍ଲାର ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା । ତେବେ ବିବାହ ଉଭୟ ପକ୍ଷର ସହମତି କ୍ରମେ ହୋଇଥିଲା । ସମସ୍ତ ରୀତିନୀତି ଅନୁଯାୟୀ , ବର ପକ୍ଷ ନିର୍ଦ୍ଧାରିତ ସମୟରେ ଯାଇ କନ୍ୟା ଘରେ ପହଞ୍ଚି ଯାଇଥିଲେ । ଆଉ ବେଶ୍ ଧୁମଧାମରେ ଡିଜେ ବଜାଇ କନ୍ୟାକୁ ଆଣିବା ପାଇଁ ଯାଇଥିଲେ ବର ପକ୍ଷ ।

ସେପଟେ ବରପକ୍ଷକୁ ପାଛୋଟି ନେବା ପାଇଁ ଆଗେଇ ଆସିଥିଲେ କନ୍ୟା ଘର ଲୋକ । ଆଉ କନ୍ୟାର ମାଆ ଆରତୀ ଥାଳି ଧରି ବରକୁ ବନ୍ଦାପନା କରିବା ପାଇଁ ଆସିଥିଲେ । ଆଉ ଠିକ୍ ଏହି ସମୟରୁ ଆରମ୍ଭ ହୋଇ ଯାଇଥିଲା ସମସ୍ୟା । କାହିଁକି ନା କନ୍ୟାର ମାଆ ମଦ ନିଶାରେ ପୁରା ଟଳମଳ ହେଉଥିଲେ । ତେବେ ଏହାକୁ ଏତେ ଖାତିର କରି ନଥିଲେ ବର ଘର ଲୋକ ଆଉ ବର ଯାଇ ବିବାହ ମଣ୍ଡପରେ ବସିଥିଲେ । ଆଉ ଏହି ସମୟରେ ଘଟିଥିଲା କିଛି ଧମାକାଦାର ଘଟଣା ।

କାହିଁକି ନା ଠିକ୍ ଯେତେବେଳେ ହାତ ଗଣ୍ଠି ପଡ଼ିବାକୁ ଯାଉଥିଲା , ସେହି ସମୟରେ କନ୍ୟାର ମାଆ ମଦ ନିଶାରେ ସିଗାରେଟ୍ ଟାଣି ଟାଣି ଧୁଆଁ ଛାଡି କରି ଡିଜେ ଗୀତର ତାଳେ ତାଳେ ନାଚିବାକୁ ଲାଗିଥିଲେ ଆଉ ଏହାକୁ ଦେଖି ସେପଟେ ବେଦୀ ଉପରେ ବସିଥିବା କନ୍ୟା ମାଆଙ୍କୁ ଫ୍ଲାଇଙ୍ଗ କିସ୍ ଦେବା ଆରମ୍ଭ କରିଥିଲେ । ଯାହାକୁ ଠିକ୍ ବୋଲି ଭାବି ନଥିଲେ ଆଉ ସାଙ୍ଗେ ସାଙ୍ଗେ ବେଦୀ ଉପରୁ ଉଠି ଯାଇ ବାହାଘର ଭାଙ୍ଗିବା କଥା କହିଥିଲେ । ଏପରି ପରିବାର ସହିତ ସମ୍ପର୍କ ଯୋଡ଼ିବେ ନାହିଁ ବୋଲି କହିଥିଲେ ବର । ଆଉ ବରର କଥାକୁ ସମ୍ମାନ ଜଣାଇ ବର ପକ୍ଷ ସେଠାରୁ ପଳାଇ ଆସିଥିଲେ । କନ୍ୟା ପକ୍ଷ ଯେତେ କହିଲେ ବି ବରପକ୍ଷ ଆଦୌ ମାନି ନଥିଲେ ।

Leave a Reply

Your email address will not be published. Required fields are marked *