ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ଚମ୍ପଟ ମାରିଲା ଗର୍ଭବତୀ ସ୍ତ୍ରୀ…

କୁହାଯାଏ ପ୍ରେମ ଅନ୍ଧ ହେଲେ ତା ମାନେ ନୁହେଁ ପ୍ରେମ ପାଇଁ ଦୁଇ ଦୁଇଟି ଜୀବନ ନଷ୍ଟ କରିଦେବା । କୁହାଯାଏ ଭଲ ପାଇଲେ ଏ ଦୁନିଆଟା ରଙ୍ଗୀନ ଲାଗେ ହେଲେ ତା ମାନେ ନୁହେଁ ଆଉ ଦୁଇ ଜଣଙ୍କ ଭଲ ପାଇବାକୁ ପାଦରେ ଆଡେଇ ଚାଲିଯିବା । ବନ୍ଧୁଗଣ ଆପଣ ଶୁଣିଥିବେ ବିବାହ ପରେ ଫେରାର ସ୍ତ୍ରୀର କଥା । ହେଲେ ଆପଣ କେବେ ଶୁଣିଛନ୍ତି କି ବିବାହ ପରେ ସ୍ୱାମୀକୁ ଛାଡ଼ି ପେଟରେ ତିନି ମାସର ଛୁଆକୁ ନେଇ ସ୍ତ୍ରୀ ପୁରୁଣା ପ୍ରେମିକ ସାଥିରେ ଫେରାର ହେବାର । ହଁ ଆଜ୍ଞା ଏପରି ଏକ ଘଟଣା ଘଟିଛି ଯାହା ଅବିଶ୍ୱସନିୟ ହେଲେ ମଧ୍ୟ ନିହାତି ସତ । ପ୍ରେମରେ ମଶଗୁଲ ସ୍ତ୍ରୀ ଭୀଆଇଛି ସାଙ୍ଘାତିକ କାଣ୍ଡ ।

ଦିନେ ସାତ କଳସ ଆଠ ଦୀପ ଆଉ ଅଗ୍ନିକୁ ସାକ୍ଷୀ ରଖୀ ସ୍ବାମୀ ହାତରୁ ସିନ୍ଦୂର ପିନ୍ଧିଥିଲା ସ୍ତ୍ରୀ । ବିବାହ ପରେ ସାତ ଜନ୍ମ ସ୍ୱାମୀର ସାଥୀ ହେବା ପାଇଁ କଥା ଦେଇଥିଲା ସ୍ତ୍ରୀ । ହେଲେ ସବୁକିଛି ବଦଳି ଯାଇଥିଲା ଯେତେବେଳେ ସ୍ତ୍ରୀର ଜୀବନକୁ ତାର ପୁରୁଣା ପ୍ରେମିକ ଧସେଇ ଆସିଥିଲା । ପୁଣି ଥରେ ପ୍ରେମର ସେହି ରଙ୍ଗୀନ ଦୁନିଆରେ ଉଡ଼ି ବୁଲିଥିଲା ସ୍ତ୍ରୀ । ଆଉ ଆଗ ପଛ କିଛି ନାଭାବି ନ ଚିନ୍ତି । ପୁଣି ଥରେ ପ୍ରେମରେ ମାତି ଉଠିଥିଲା ସ୍ତ୍ରୀ । ସେ ଭୁଲି ଯାଇଥିଲା ସେ ବର୍ତମାନ କାହାର ଜୀବନ ସାଥି ତ ଆଉ ଆଗକୁ କାହାର ମା ହେବାକୁ ଯାଉଛି । ହେଲେ ସବୁ କିଛିବି ଫରକ୍ ପକାଇ ପାରି ନଥିଲା ସ୍ତ୍ରୀ ଉପରେ ।

ଆଉ ଶେଷରେ ସ୍ତ୍ରୀ ପେଟରେ ଛୁଆକୁ ଧରି ପ୍ରେମିକ ସାଥିରେ ଫେରାର ହୋଇଯାଇଥିଲା । ଆଉ ଏପଟେ ସ୍ବାମୀ ସ୍ତ୍ରୀର ଫେରିବା ବାଟକୁ ଚାହିଁ ରହି ଦିନ ଗଣିବାରେ ଲାଗିଛନ୍ତି । କେବେ ସ୍ତ୍ରୀ ଆସିବ ଆଉ ତାଙ୍କ ଛୁଆ ଯିଏକି ଏ ଦୁନିଆ ଦେଖିନି ସେ କେବେ ଆସିବେ । ବନ୍ଧୁଗଣ ଏଭଳି ଚର୍ଚ୍ଚାର ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ ନାରଦମୁଣ୍ଡା ଗ୍ରାମରେ । ଏହି ଗ୍ରାମର ଗାଁର ଦଣ୍ଡଧର ପ୍ରଧାନଙ୍କ ପୁଅ ତୃତୀୟା ପ୍ରଧାନଙ୍କୁ ପାଲଲହଡ଼ା ବ୍ଲକ ଖମାର ଥାନା ଖେମଳା ପଞ୍ଚାୟତ ଅନ୍ତର୍ଗତ ଘେନକାନି ଗାଁର ନବିନା କିଷାନଙ୍କ ଝିଅ ସୌଦାମିନୀଙ୍କୁ ଗତ ମାର୍ଚ୍ଚ ୩ ତାରିଖ ଦିନ ବିବାହ କରିଥିଲେ ।

ସାହି ଭାଇ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ । ହିନ୍ଦୁ ଧର୍ମର ବୈଦିକ ରୀତିରେ ବିବାହ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଥିଲା । କନ୍ୟା ଘର ଲୋକ ଝିଅକୁ ମଧ୍ୟ ଛାଡି ନେଇଥିଲେ । ହେଲେ ବିବାହ ହୋଇଥିବା ଝିଅର ମନ କିନ୍ତୁ ମାନୁ ନଥଲା । ମନ ଥିଲା ପୂର୍ବତନ ପ୍ରେମିକ ପାଖରେ । ଆଉ ଶେଷରେ ସ୍ବାମୀ ଓ ନିଜ ପରିବାରକୁ ଛାଡ଼ି ପୂର୍ବତନ ପ୍ରେମିକ ସହ ଫେରାର ହୋଇଯାଇଥିଲା ସ୍ତ୍ରୀ । ଆଉ ଏହି ଘଟଣା ଘଟିବା ପରେ ଚାରି ଆଡ଼େ ଏହି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

Leave a Reply

Your email address will not be published. Required fields are marked *