ରାଜ୍ୟରେ ଶସ୍ତା ହେବ ବିଦେଶୀ ମଦ ଦର , ଆଉ ଠାକୁର କିମ୍ବା ବରିଷ୍ଠ ବ୍ୟକ୍ତି ନାମରେ ରହିବନି ଦୋକାନ :-

ରାଜ୍ୟରେ ଆଗାମୀ ସମୟରେ ବିଦେଶୀ ମଦ ଶସ୍ତା ହେବାକୁ ଯାଉଛି । କାରଣ ନୂତନ ଅବକାରୀ ନୀତି ଅନୁଯାୟୀ ବିଦେଶୀ ମଦ ଉପରୁ ଉତ୍ପାଦ ଶୁଳ୍କ ଉଠାଇ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଏହାର ଏକ ମାତ୍ର ଉଦ୍ୟମ ହେଉଛି ପଡ଼ୋଶୀ ରାଜ୍ୟ ଏବଂ ନିଜ ରାଜ୍ୟ ମଧ୍ୟରେ ଥିବା ପ୍ରଭେଦକୁ ଦୂର କରିବା ଏବଂ ଲୋକଙ୍କ ପାଇଁ ଉତ୍ତମମାନର ମଦ ଉପଲବ୍ଧି କରାଇବା ।

ଯେହେତୁ ବିଦେଶୀ ମଦର ଦାମ ଖୁବ ଅଧିକ ଏବଂ ଲୋକେ ଅଧିକ ଶୁଳ୍କ କାରଣରୁ ହାନୀକାରଣ ମଦ ପିଉଛନ୍ତି ଯାହାଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେଉଛି ।ଏଥିପାଇଁ ସରକାର ନୂତନ ନିୟମ ଅନୁଯାୟୀ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି । କିନ୍ତୁ ରାଜ୍ୟରେ ତିଆରି ହେଉଥିବା ବିଦେଶୀ ମଦ ଉପରେ ଶୁଳ୍କ ଅପରିବର୍ତ୍ତିତ ରହିବ ବୋଲି ସରକାର କହିଛନ୍ତି । ଏବଂ ଆଇଏମଏଫଏଲ ଶସ୍ତା ହେବ ନାହିଁ ବୋଲି କହିଛନ୍ତି ।

ପୂର୍ବରୁ ଖୋଲା ଠିପି ମଦ ଦୋକାନ ଅର୍ଥାତ ଅନ ସପ୍ ଖୋଲା ଯାଇ ପାରୁନଥିଲା । କାରଣ ଏହା କେବଳ ରେଷ୍ଟରାଣ୍ଟକୁ ଅନୁମତି ଥିଲା । କିନ୍ତୁ ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ ଠାରୁ ଭୁବନେଶ୍ୱର , ବ୍ରହ୍ମପୁର ଓ ରାଉରକେଲା ମହାନଗରନିଗମ ଅଞ୍ଚଳରେ ପ୍ରିମିୟମ ଅଫ ସପ୍ ଖୋଲିବାକୁ ବ୍ୟବସ୍ଥା କରାଯାଇଛି ।

ଏଥିପାଇଁ ବାର ଲାଇସେନ୍ସ ଫି କୁ ହ୍ରାସ କରାଯିବା ସହିତ ଅନ୍ୟ ସଂସ୍ଥାରେ ଲାଇସେନ୍ସ ଫି , ଏମଜିକ୍ୟୁ ପ୍ରସ୍ତୁତକାରୀ ସଂସ୍ଥା ଏବଂ ଯୋଗାଣକାରୀ ଓ ବ୍ୟବସାୟୀଙ୍କ ପାଇଁ ଆବେଦନ ଦେୟ ବୃଦ୍ଧି କରାଯାଇଛି । ଏହାସହିତ ଓଡିଶାକୁ ଯେପରି ଅଭିଜ୍ଞତା ନଥିବା ଯୋଗାଣକାରୀ ପ୍ରବେଶ ନକରିବେ ସେଥପାଇଁ ବ୍ରାଣ୍ଡ ପଞ୍ଜିକରଣ ପାଇଁ କିଛି ଗାଇଡ଼ଲାଇନ ଜାରି କରାଯାଇଛି । ଏହାଦ୍ବାରା ଅବକାରୀ ବିଭାଗ ମଜବୁତ ହେବ ଏବଂ ଏଥିପାଇଁ ଆବଶ୍ୟକ ପଡ଼ିଲେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କରାଯିବାକୁ ସ୍ଥିର ହୋଇଛି ।

ନିୟମ ଅନୁଯାୟୀ ଠାକୁର ନାମରେ କିମ୍ୱା କୌଣସି ବରିଷ୍ଠ ଲୋକଙ୍କ ନାମରେ ମଦ ଦୋକାନର ନାମ ଦିଆଯିବନି । ମଦ ବ୍ୟବସାୟୀ ଦୋକାନରେ ସ୍ୱୀକୃତିପ୍ରାପ୍ତ ଦୋକାନ ଲେଖିବା ବାଧ୍ୟତାମୂଳକ । ଏହାସହିତ ହୋମ ଡେଲିଭରି ସହ ବୋତଲ ଉପରେ ସର୍ବାଧିକ ଖାଉଟି ମୂଲ୍ୟ ଲେଖା ରହିବ । ରସିଦ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ମାତ୍ର ନିୟମ ଭଙ୍ଗ କଲେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *