ନିର୍ବାଚନରେ ସିନା ହାରିଲେ ହେଲେ ପୂର୍ବ ପ୍ରତିଶୃତି ରଖିଲେ :-

ପ୍ରତ୍ୟେକ ନିର୍ବାଚନ ଆରମ୍ଭରେ ପ୍ରଚାର ଠାରୁ ସବୁ ଜନତା ଏହା ଜାଣିଥାନ୍ତି ଯେ ଯାହାବି କିଛି ଜନତା ସାମ୍ନାରେ ପାର୍ଥୀ ପ୍ରତିଶୃତି ଦେଇଥାନ୍ତି ତାହା ପୂରଣ ହୁଏନାହିଁ । ନିର୍ବାଚନ ପରେ ବିଜୟୀ ପାର୍ଥୀ ଅନେକ କିଛି ପ୍ରତିଶୃତିକୁ ପୂରଣ କରିଥାନ୍ତି ଆଉ ଅନେକ ଲୋକ ନିରାଶ ମଧ୍ୟ ହୁଅନ୍ତି । କିନ୍ତୁ ଚଳିତ ବର୍ଷର ମ୍ୟୁନସିପାଲିଟି ନିର୍ବାଚନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜଣେ ହାରି ଯାଇଥିବା ପାର୍ଥୀ କିନ୍ତୁ ନିଜର ପ୍ରତିଶୃତି ଭୁଲି ନାହାଁନ୍ତି ଏବଂ ପ୍ରତିଶୃତିକୁ ପୂରଣ କରବାକୁ ଆଗେଇ ଆସିଛନ୍ତି ।

ତେବେ ସୂଚନା ଅନୁଯାୟୀ ମାଲକାନଗିରି ମ୍ୟୁନିସିପାଲିଟି ର ୧୯ଟି ୱାର୍ଡ ରେ ଚାଲିଥିବା ନିର୍ବାଚନରେ ଜି. ଶ୍ରୀନିବାସ ଘର ଘର ବୁଲି ପ୍ରଚାର କରିଥିଲେ । ସେହି ସମୟରେ ସେ ଜିଲ୍ଲାପାଳଙ୍କ ବାସଭବନ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ରହୁଥିବା କିଛି ପରିବାରର ପାନୀୟ ଜଳ ସମସ୍ୟାକୁ ହୃଦୟଙ୍ଗମ କରି ପାନୀୟଜଳର ଅସୁବିଧାକୁ ସମାଧାନ କରିବାକୁ ପ୍ରତିଶୃତି ଦେଇଥଲେ । କିନ୍ତୁ ସେ କହିଥିଲେ ଯଦି ନିର୍ବାଚନରେ ସେ ବିଜୟୀ ହୁଅନ୍ତି ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ନପକୂପ ଖୋଳାଇବେ ଏବଂ ପରାଜିତ ହେଲେ ଏକ ସପ୍ତାହ ମଧ୍ୟରେ ନଳକୂପ ଖନନ କରିବେ ।

ତେବେ ହୁଏତ ସେ ନିର୍ବାଚନରେ ପରାଜିତ ହୋଇଛନ୍ତି କିନ୍ତୁ ନିଜର ପ୍ରତିଶୃତିକୁ ରକ୍ଷା କରିବା ପାଇଁ ସେହି ଅଞ୍ଚଳରେ ନଳକୂପ ଖୋଳାଇଛନ୍ତି । ଏହା ସହିତ ସେ ଆହୁରି ୧୦ ଟି ନଳକୂପ ଖୋଳାଇବେ ବୋଲି କହିଛନ୍ତି । ଜି ଶ୍ରୀନିବାସ ରାଓ ଙ୍କ ମତରେ ଯେତେଦୂର ସମ୍ଭବ ଲୋକଙ୍କ ସହାୟତା କରିବେ ବୋଲି କହିଛନ୍ତି ଏବଂ ସମସ୍ୟାକୁ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବା ଏବଂ ଆବଶ୍ୟକ ପଡ଼ିଲେ ଆନ୍ଦୋଳନ କରିବେ ବୋଲି ମଧ୍ୟ କହିଛନ୍ତି ।

ତେବେ ସେ ଯାହା ପ୍ରତିଶୃତି କରିଥିଲେ ତାହା ପାଳନ ମଧ୍ୟ କରିଛନ୍ତି । ଏଥିରୁ ଏହା ଶିଖିବାକୁ ମିଳୁଛି ଯେ ଜନତାଙ୍କ ପାଇଁ ଯଦି କାହାରି କିଛି କରିବାକୁ ଇଚ୍ଛା ଥାଏ ତେବେ ସେ ନିର୍ବାଚନରେ ପରାସ୍ତ ହେଲେ ବି ପୂରଣ କରିବ । ଯାହାକି ଜି. ଶ୍ରୀନିବାସ ରାଓ ପ୍ରମାଣ କରି ଦେଖାଇଛନ୍ତି ଏବଂ ସମସ୍ତଙ୍କ ପାଇଁ ଉଦାହରଣ ମଧ୍ୟ ସାଜିଛନ୍ତି । ତାଙ୍କ ଦ୍ବାରା ସେହି ସ୍ଥାନର ଲୋକେ ଉପକୃତ ହୋଇଛନ୍ତି ଏବଂ ଖୁସି ମଧ୍ୟ ହୋଇଛନ୍ତି । ତେବେ ନିଜ ପରାଜୟକୁ ସେ ବିଜୟରେ ପରିଣତ କରିଛନ୍ତି । ଯାହାକୁ ଦେଖି ସ୍ଥାନୀୟ ଲୋକେ କହିଛନ୍ତି ନେତା ହେବ ତ ଏମିତି ।

Leave a Reply

Your email address will not be published. Required fields are marked *