ଦୁନିଆର ସବୁଠାରୁ ଅଜବ ମନ୍ଦିର। ଯାହା ବିଷୟରେ ଆଗରୁ କେବେ ଶୁଣି ନଥିବେ ।

ବନ୍ଧୁମାନେ ଆପଣ ମାନେ ଜାଣନ୍ତି କି ହିନ୍ଦୁ ଧର୍ମରେ ୩୩କୋଟି ଦେବା ଦେବୀ ଅଛନ୍ତି ଓ ବହୁ ମନ୍ଦିରରେ ମଧ୍ୟ ଅନେକ ଦେବା ଦେବୀଙ୍କୁ ପୂଜା  କରାଯାଏ। ହିନ୍ଦୁ ମାନଙ୍କର ଏପରି ବହୁ ମନ୍ଦିର ମାନ ରହିଛି ଯେଉଁଠି କୌଣସି ବି ଦେବୀ ଦେବତା ପୂଜା ହୁଅନ୍ତି ନାହିଁ। ଏହା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ କିଛି ଏପରି ମନ୍ଦିର ବିଷୟରେ ଜାଣିବା ଯେଉଁଠି ଦେବା ଦେବୀଙ୍କ ଛଡ଼ା ଅନ୍ୟ କିଛି ପୂଜା କରାଯାଏ।

୧. ଭୋରମଦେବ ମନ୍ଦିର –

ସେହି ସମୟରେ ବହୁ ରାଜା ତାଙ୍କ ଶାସନ କାଳ ସମୟରେ କିଛି ବିଶେଷ ବସ୍ତୁ ଅବା କଳା କୃତି ବନେଇ ଯାଇଛନ୍ତି। ଯାହା ଆଜିର ଯୁଗରେ କିଛି ଆକର୍ଷଣୀୟ ଦୃଶ୍ୟ ପାଲଟିଛି। ଏହି ଭିତରୁ ଏକ ମନ୍ଦିର ଛତିଶଗଡରେ ଥିବା ଅନ୍ୟ ଏକ ମନ୍ଦିର ନାମ ହେଉଛି ଭୋରମଦେବ ମନ୍ଦିର। ଏହି ମନ୍ଦିରର ବାହାରର କାରୁକାର୍ଯ୍ୟ ଗୁଡ଼ିକ ବହୁ ସୁନ୍ଦର ଭାବରେ ଖୋଦିତ ହୋଇଛି ଯାହା ପାଶ୍ଚାତ୍ୟ କାଳରେ ଯୌନ ସମ୍ପର୍କିତ ଦୃଶ୍ୟକୁ ସୂଚାଇ ଥାଏ ବା କାମସୁତ୍ର ଉପରେ ବର୍ଣ୍ଣିତ।    ଏହି ଖୋଦିତ ମନ୍ଦିରକୁ ଖଯୁରଙ୍କ ମନ୍ଦିର ବୋଲି ମଧ୍ୟ କୁହାଯାଏ।
ଏହା ଭିତରେ ଅନେକ ମନ୍ଦିର ମାନ ରହିଛି ଯାହା ଅନ୍ୟ ଦେବୀ ଦେବତାଙ୍କୁ ସମର୍ପିତ ଅଟେ। ଏହି ମନ୍ଦିରକୁ ଏକ ହଜାର ଅଣାନବେ ବର୍ଷରେ ତିଆରି ହୋଇଥିଲା।

୨. ଭିଜା ମନ୍ଦିର –

ବାହାର ଦେଶକୁ ଯିବା ପାଇଁ ଭିଯାର ଆବଶ୍ୟକତା ଥାଏ। ଆଜି ଆମେ ଏପରି ଗୋଟିଏ ମନ୍ଦିର ବିଷୟରେ ଜାଣିବା ଯେଉଁଠି ଭିଜା କେବେ ରଦ୍ଦ ହୁଏନି। ତେଲେଙ୍ଗାନା ରାଜ୍ୟର ରାଙ୍ଗାରେ ରାଜ୍ୟରେ ଅବସ୍ଥିତ ଚିଲକୁର ବାଲାଜୀ ମନ୍ଦିରକୁ ଭିଜା ମନ୍ଦିର ବୋଲି ମଧ୍ୟ କୁହାଯାଏ। ସେଠାକାର ଲୋକଙ୍କ ମତରେ ସେହି ମନ୍ଦିରରେ ନଡ଼ିଆ ଚଢ଼େଇବା ଦ୍ଵାରା ଲୋକଙ୍କୁ ଭିଜା ବହୁ ଶୀଘ୍ର ମିଳିଯାଏ।

ପ୍ରତିବର୍ଷ ହଜାର ହଜାର ଲୋକ ଏଠାକୁ ଭିଜାର ମାନସିକ ରଖି ଆସନ୍ତି। ସେଠାରେ ଅନ୍ୟ ମନ୍ଦିର ପରି ଦାନ କୁଣ୍ଡ ନଥାଏ ତେଣୁ ସେଠାର ନିୟମ ଅନୁଯାୟୀ ଯଦି ଭିଜା ହୋଇଯାଏ ତେବେ ଆପଣଙ୍କୁ ମନ୍ଦିରର ଚାରି ପାଖ ୧୦୮ ଥର ପରିକ୍ରମା କରିବାକୁ ପଡ଼ିବ। ଯାହାକି ଏକ ପ୍ରକାର ଭଗବାନଙ୍କୁ ଧନ୍ୟବାଦ ଦେବା ଭଳି ହୋଇଥାଏ।

୩. ସଚିନ ତେନ୍ଦୁଲକର ମନ୍ଦିର –

ଆପଣ ମାନେ ସଚିନଙ୍କୁ ତ ଜାଣିଥିବେ ଯିଏ ଭାରତ ସପକ୍ଷରେ ଖେଳି ବିଶ୍ଵ କପ୍ ଜିତିଥିଲେ ଓ ଯାହାଙ୍କୁ କ୍ରିକେଟ ଦୁନିଆର ଭଗବାନ ବୋଲି କୁହାଯାଏ। ଜାଣି ଆଶ୍ଚର୍ଯ୍ୟ ହେବେ କି ଦୁନିଆରେ ଏପରି ମନ୍ଦିର ଅଛି ଯେଉଁଠାରେ ସଚିନଙ୍କୁ ପୂଜା କରାଯାଏ। ଏହି ମନ୍ଦିରକୁ ଜଣେ ବିଜେପି ନେତା ଏବଂ ଭୋଜପୁରୀ ଗାୟକ ଏହି ମନ୍ଦିରକୁ ନିର୍ମାଣ କରିଥିଲେ। ଏହି ମନ୍ଦିର ବିହାରରେ ଅଛି ଭାରତର ବ୍ୟାଟସ ମ୍ୟାନ ଧୋନିଙ୍କ ପ୍ରତିମା ସ୍ଥାପନା କରାଯାଇଛି। ଏଠାରେ ତେନ୍ଦୁଲକରଙ୍କ ମୂର୍ତ୍ତି ୫ଫୁଟ ୫ଇଞ୍ଚର ବନା ଯାଇଛି। ଏହି ମୂର୍ତ୍ତିରେ ସେ ହାତରେ ବିଶ୍ଵ କପ ସହିତ ଦେହରେ ଜର୍ସି ପିନ୍ଧି ଛିଡ଼ା ହୋଇଛନ୍ତି। ଯାହାକୁ ରାଜସ୍ଥାନର ଜଣେ ଲୋକ ତିଆରି କରିଛନ୍ତି। ଏହା ଭୂମି ଠାରୁ ୧୫ ଫୁଟ ଉଚ୍ଚତାରେ ବନା ଯାଇଛି।

୩. ସୋନିଆ ଗାନ୍ଧୀ ମନ୍ଦିର –

ତେଲେଙ୍ଗାନାରେ ଏପରି ଏକ ମନ୍ଦିର ଅଛି ଯାହାର ନାମ ସୋନିଆ ଗାନ୍ଧୀ ମନ୍ଦିର ଅଟେ। ଏହି ମନ୍ଦିରକୁ ଜଣେ କଂଗ୍ରେସ ନେତା ସୋନିଆ ଗାନ୍ଧିଙ୍କୁ ତେଲେଙ୍ଗାନାର ଦେବୀର ମାନ୍ୟତା ଦେଇ ସେଠାରେ ଏକ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ଏହି ମୂର୍ତ୍ତିର ଉଚ୍ଚତା ୯ ଫୁଟ ଏବଂ ସେ ଗୋଟେ ହାତରେ ଫୁଲ ଏବଂ ଅନ୍ୟ ହାତରେ ଫଳ ଥାଳି ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। କୁହାଯାଏ ଯେ ମନ୍ଦିର ଆହୁରି ବଡ଼ କରାଯିବ ଏବଂ ଅନେକ ଲୋକ ତାଙ୍କର ପୂଜା କରିବାକୁ ଆସିବେ।

୪. ଚାଇନିଜ କାଳୀ ମନ୍ଦିର –

 

କୋଲକାତାର ଟାଙ୍ଗରା ଜାଗାରେ ଏକ ଚାଇନିଜ ସହର ଅଛି। ଯେଉଁଠି ଚାଇନିଜ ମାନେ ବଡ଼ ବଡ଼ ହୋଟେଲ ରେଷ୍ଟୁରାଣ୍ଟ ଆଦି ବହୁତ୍ ବର୍ଷ ହେଲା ଖୋଲିକି ସେଠାରେ ରହୁଛନ୍ତି। ଏହା ସହ ସେଠାରେ ଏକ କାଳୀ ମନ୍ଦିର ଯାହା ଏହି ନାମରେ ନାମିତ ଅଟେ। ଏହି ମନ୍ଦିରକୁ ଉଭୟ ଭାରତୀୟ ଏବଂ ଚାଇନିଜ ଲୋକ ପୂଜା କରନ୍ତି। ଅନ୍ୟ ଦିନରେ ଆପଣ ସେଠି ବହୁ ଚାଇନିଜ ମାନଙ୍କୁ ବାହାରେ ଜୋତା ରଖି ମୁଣ୍ଡିଆ ମାରୁଥିବାର ଦେଖିବାକୁ ପାଇବେ। ଏହି ମନ୍ଦିରରେ ପ୍ରସାଦ ରୂପରେ ଚାଇନିଜ ନୁଡ଼ଲ ଖାଇବାକୁ ଦିଆଯାଏ।

୫. ଓମ୍ ବନ୍ନା ମନ୍ଦିର –

ଏହି ମନ୍ଦିର ରାଜସ୍ଥାନର ଏକ ଛୋଟିଆ ମନ୍ଦିରରେ ଅବସ୍ଥିତ। ଯେଉଁଠାରେ ଏକ ବୁଲେଟ ବାଇକ୍ କୁ ପୂଜା କରାଯାଏ। ଓମ୍ ବନା ନାମକ ଜଣେ ବ୍ୟକ୍ତି ଗାଡ଼ି ଚଲେଇ ଯାଉଥିବା ବେଳେ ସେଠାରେ ତାଙ୍କର ଧକା ହୋଇ ଜୀବନ ଚାଲି ଗଲା। ପୋଲିସ ଆସି ସେହି ବାଇକ୍ କୁ ଥାନାକୁ ନେଇଗଲା। ହେଲେ ରାତିରେ ସେହି ବାଇକ୍ ଟି ଆସି ଆପେ ଆପେ ଘଟଣା ସ୍ଥଳକୁ ଆସିଗଲା। ଏହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହାପରେ ପୁନର୍ବାର ଏପରି ଥାନାକୁ ନେବା ପରେ ମଧ୍ୟ ସେହିଭଳି ସେ ବାଇକ୍ ଟି ସେଠାରୁ ଯାଇ ପୁନର୍ବାର ସେହି ଆକସିଡେଣ୍ଟ ଜାଗାକୁ ଚାଲିଯାଇଥିଲା। ଏହି ରହସ୍ୟ ମୟ ଘଟଣା ଜାଣିବା ପରେ ସ୍ଥାନୀୟ ଲୋକ ମାନେ ବାଇକ୍ ଟିକୁ ପୂଜା କରିବା ଆରମ୍ଭ କରିଦେଲେ। ସେଥିପାଇଁ ସେହି ମନ୍ଦିର ନାମ ଓମ୍ ବନା ମନ୍ଦିର ବୋଲି ନାମିତ କରାଗଲା।

Leave a Reply

Your email address will not be published. Required fields are marked *