ଶାରୀ-ରିକ ସମ୍ପର୍କ ପାଇଁ ନୃଶଂସ ସାଜିଲା ସ୍ତ୍ରୀ , ପୁଅ ସହ ମିଶି ସ୍ଵାମୀର କରିଦେଲା ହ-ତ୍ୟା

ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ମାରିବା ପାଇଁ କିପରି ବା ହାତ ଉଠାଇ ପାରେ । କେମିତି ତାକୁ ସେହି ମଣିଷକୁ ହତ୍ୟା କରିବା ପାଇଁ ଇଚ୍ଛା ହୁଏ , ଯାହାର ହାତ ଧରି ସେ ସାରା ଜୀବନ ବଞ୍ଚିବା ପାଇଁ କଥା ଦେଇଥିଲା ଆଉ ଅଗ୍ନିକୁ ସାକ୍ଷୀ ରଖୀ ବିବାହ କରିଥିଲା । ସେହି ସ୍ତ୍ରୀ ଏମିତି କିଛି ପରିସ୍ଥିତି ଆସେ , ଯେଉଁଠି ରାକ୍ଷସୀ ପାଲଟି ଯାଏ ଆଉ କରି ଦିଏ ନିଜ ସ୍ୱାମୀର ହତ୍ୟା। ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।

ତେବେ ହଁ ଆଜ୍ଞା , ଆମେ କହୁଛୁ ସ୍ୱାମୀକୁ ହତ୍ୟା କରିଥିବା ସେହି ରାକ୍ଷସୀ ସ୍ତ୍ରୀ ବିଷୟରେ । ଯିଏ କେବଳ ଶାରୀରିକ ସମ୍ପର୍କ ପାଇଁ ନିଜ ସ୍ୱାମୀର କରି ଦେଇଛି ହତ୍ୟା । ତେବେ କଥାଟି ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ କଥାଟି ପୁରାପୁରି ସତ । ଜଣେ ସ୍ତ୍ରୀ ନିଜ ପୁଅ ସହିତ ମିଶି ଯେଉଁ ମଣିଷର ହାତ ଧରିଥିଲା , ତାକୁ ହିଁ ହତ୍ୟା କରି ଦେଇଛି । ଆଉ ବର୍ତ୍ତମାନ ସମୟରେ ଏହି ଘଟଣା ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଛି । ଗାଆଁ ଲୋକ ଏହି ଘଟଣା ପରେ ଉତ୍ତକ୍ୟ ହୋଇ ଉଠିଛନ୍ତି ଆଉ ମାଆ ପୁଅକୁ ମାଡ଼ ମାରିଛନ୍ତି ।

ତେବେ ସୂଚନା ଅନୁଯାୟୀ , ଏପରି ଏକ ଘଟଣା ଘଟି ଯାଇଛି ଭଦ୍ରକ ଜିଲ୍ଲା ବାଣିବିହା ପଞ୍ଚାୟତ ଅନ୍ତର୍ଗତ ମହଲାସାହି ଗ୍ରାମରେ । ସୂଚନା ଅନୁଯାୟୀ , ବୁଧବାର ରାତିରେ ସ୍ଵାମୀ କାମରୁ ଫେରିଥିଲା ଆଉ ସ୍ତ୍ରୀକୁ କହିଥିଲା ତା ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ । କିନ୍ତୁ ସ୍ତ୍ରୀ ଏହାକୁ ସଫା ସଫା ମନା କରି ଦେଇଥିଲା ଆଉ ସମ୍ପର୍କ ରଖିଲେ ତାକୁ ଜୀବନରୁ ମାରି ଦେବ ବୋଲି ଧମକ ଦେଇଥିଲା । ସ୍ତ୍ରୀ କହିଥିଲା କି , ଯଦି ଶାରୀରିକ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରୁ ତେବେ ତୋତେ ଛୁରୀ ଭୁଷି ଦେବି ।

ତେବେ ତାପର ଦିନ ଠିକ୍ ଏହି କଥା ହେବାରୁ ସ୍ତ୍ରୀ ଆଉ ପୁଅ ମିଶି ଏକ ଧାରୁଆ ଅସ୍ତ୍ରରେ ସ୍ବାମୀଙ୍କୁ ହତ୍ୟା କରି ଦେଇଥିଲେ । ଆଉ ତାଙ୍କ ଶବକୁ ନେଇ ନିକଟସ୍ଥ ଏକ ବିଲରେ ଫୋପାଡ଼ି ଦେଇଥିଲେ । ତେବେ ଏହାପରେ ଗାଆଁ ଲୋକ ଏ ବିଷୟରେ ଜାଣି ପାରି ପୋଲିସକୁ ଜଣାଇ ଥିଲେ । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲା ଆଉ ମାଆ ପୁଅକୁ ଗିରଫ କରି ନେଇଥିଲା । ଏହାରି ଭିତରେ ଗାଆଁ ଲୋକ ଉତ୍ତେଜିତ ହୋଇ ମାଆ ପୁଅକୁ ଗଛରେ ବାନ୍ଧି ମାଡ଼ ମାରିଥିଲେ ।

Leave a Reply

Your email address will not be published. Required fields are marked *