ଭତ୍ତା ଟଙ୍କା ଖାଇଲୁ ନେ ଜୋତା ମାଡ ଖା , ଚପଲ ଧରି ଗୋଡ଼େଇଲେ ମହିଳା….

ଦେଶର ଚାରିଆଡ଼େ ଏପରି ଘଟଣା ପ୍ରତିଦିନ ଶୁଣିବାକୁ ମିଳୁଛି । ପ୍ରତିଦିନ ସାମ୍ନାକୁ ଆସୁଛି କି , କେଉଁଠି ବଡ ବଡ଼ ନେତା ମାନେ ଜନସାଧାରଣ ମାନଙ୍କର ଟଙ୍କା ଖାଇ ଯାଉଛନ୍ତି ତ ଆଉ କେଉଁଠି ସରକାରୀ କର୍ମଚାରୀ ମାନେ ଲୋକଙ୍କ ଟଙ୍କା ଖାଉଛନ୍ତି। ଏହା ମଧ୍ୟରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ନା ସେମାନେ ଶାନ୍ତିରେ ଖାଇ ପାରୁଛନ୍ତି ନା ସେମାନେ ଶାନ୍ତିରେ ବଞ୍ଚି ପାରୁଛନ୍ତି । ତେବେ ଏହାରି ମଧ୍ୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଯେଉଁ ଗରିବ ଦୁଃଖୀ ପରିବାରର ବୁଢ଼ା ବୁଢ଼ୀ ମାନେ କେବଳ ଭତ୍ତା ଟଙ୍କାକୁ ହିଁ ନିଜର ସାହାରା ବୋଲି ଭାବି ନେଇଥାନ୍ତି , ସେମାନେ ହିଁ ବର୍ତ୍ତମାନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନା ସେମାନେ ଦୁଇ ମୁଠା ଭଲ ଭାବରେ ଖାଇ ପାରୁଛନ୍ତି ନା କାହାକୁ ନିଜର ଦୁଃଖ କହି ପାରୁଛନ୍ତି । ବାସ୍ ଭତ୍ତା ଟଙ୍କା ପାଇଁ ଏ ଅଫିସରୁ ସେ ଅଫିସ ଧାଇଁ ବୁଲୁଛନ୍ତି । କିନ୍ତୁ ଯୁଆଡେ ଗଲେ ବି ସେମାନଙ୍କ ସମସ୍ୟା ହେଉ ନାହିଁ ସମାଧାନ । କିଏ କହୁଚି ଏଠାକୁ ଯାଅ ତ ଆଉ କିଏ କହୁଛି ସେଠାକୁ ଯାଅ ।

ତେବେ ଏପରି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି , ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ବାକଟିଆ ପଞ୍ଚାୟତରେ । ଭତ୍ତା ଟଙ୍କାକୁ କେନ୍ଦ୍ର କରି ଜଣେ ବୟସ୍କା ମହିଳା ପଞ୍ଚାୟତ ଅଧିକାରୀଙ୍କୁ ଚପଲରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି । ତାଙ୍କ କହିବା କଥା ଏହା ଯେ , ଦୁଇ ମାସ ହେଲାଣି ସେମାନଙ୍କୁ ଭତ୍ତା ଟଙ୍କା ମିଳୁ ନାହିଁ । ଥରେ ପଞ୍ଚାୟତ କାର୍ଯ୍ୟାଳୟ ତ ଆଉ ଥରେ ବ୍ୟାଙ୍କ । ବ୍ୟାଙ୍କକୁ ଗଲେ ସେମାନେ କହୁଛନ୍ତି କି , ପଞ୍ଚାୟତକୁ ଯାଆନ୍ତୁ ସେଠାରେ ଟଙ୍କା ମିଳିବ ଆଉ ପଞ୍ଚାୟତକୁ ଆସିଲେ ସେମାନେ କହୁଛନ୍ତି ବ୍ୟାଙ୍କକୁ ଯାଆନ୍ତୁ ସେଠାରେ ଟଙ୍କା ମିଳିବ ।

ତେବେ ଏହାରି ମଧ୍ୟରେ ସେମାନେ କଣ କରିବେ ବୋଲି ଜାଣି ପାରୁ ନାହାଁନ୍ତି । ସେମାନେ ପଞ୍ଚାୟତ ଅଧିକାରୀଙ୍କୁ ଏ ବାବଦରେ ପଚାରି ଥିଲେ କିନ୍ତୁ ସେ ଏ ବିଷୟରେ କିଛି ଜାଣି ନାହାନ୍ତି ବୋଲି କହିଥିଲେ , ଯାହା ପରେ ସେ ଏ ବାବଦରେ କିଛି ଜାଣି ନାହାଁନ୍ତି ବୋଲି କହିଥିଲେ ଆଉ ବାଧ୍ୟ ହୋଇ ତାଙ୍କୁ ଏମାନେ ମାଡ଼ ମାରିଥିଲେ । ତେବେ ବିଡ଼ିଓ କହିଛନ୍ତି କି , ଏ ବାବଦରେ ସେ ଆଗକୁ ବୁଝିବେ । ଆଉ ମଉସା ମାଉସୀ ମାନଙ୍କୁ ନିଶ୍ଚିତ ଭାବରେ ନ୍ୟାୟ ମିଳିବ । ସେମାନଙ୍କୁ ଟଙ୍କା ନିଶ୍ଚିତ ଭାବରେ ମିଳିବ ।

Leave a Reply

Your email address will not be published. Required fields are marked *