ଶେଷରେ ନିଜର ଭୁଲ ମାଗିଲେ ଦୀପିକା ଏବଂ ଗଣମାଧ୍ୟମ ସାମ୍ନାରେ କହିଲେ କିଛି ଏଭଳି କଥା :-

ଅନେକ ଦିନ ହେବ ଦୀପିକା ନିଜ ପିଲାକୁ ଧରି, ନିଜ ମା ଏବଂ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହିତ ଦିନେଶଙ୍କ ଘର ସାମ୍ନାରେ ବସି ରହିଛନ୍ତି । ନିଜ ଛୁଆକୁ ଯେପରି ନ୍ୟାୟ ମିଳୁ ସେଥିପାଇଁ ସେ ନିଜ ଜିଦ ରେ ଅଡ଼ି ବସିଛନ୍ତି । ପ୍ରାୟତଃ ସେଠାକାର ସବୁ ଘଟଣା ଗଣମାଧ୍ୟମ ସାମ୍ନାରେ ଲୋକଲୋଚନକୁ ଆସିଥାଏ । ବର୍ତ୍ତମାନ ସମୟରେ ମଧ୍ୟ ଦୀପିକା ଗଣମାଧ୍ୟମ ସାମ୍ନାରେ ନିଜର କିଛି କଥାକୁ କହିଛନ୍ତି । ତେବେ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଗତକାଲି ଦୀପିକା ଗଣମାଧ୍ୟମ ସମ୍ନାରେ ନିଜର ଭୁଲ ମାନିଛନ୍ତି । ସେ କହିଛନ୍ତି ଯେ ଦିନେଶଙ୍କ ସହିତ ସମ୍ପର୍କ ଗଢ଼ିବା ତାଙ୍କ ପାଇଁ ସବୁଠାରୁ ବଡ଼ ଭୁଲ ଥିଲା । ସେ ନିଜେ ହିଁ ନିଜ ଭୁଲ ସ୍ୱୀକାର କରିଛନ୍ତି । ଆଉ ଏକଥା ମଧ୍ୟ କହିଛନ୍ତି ଯେ ସେ ଏପରି ଅନ୍ୟ ଲୋର ପିଣ୍ଡାରେ ବସି ନ୍ୟାୟ ପାଇଁ ଦାବି କରିବା ତାଙ୍କ ଭୁଲର ହିଁ ପରିଣାମ ଅଟେ । କିନ୍ତୁ ସେ ନିଜ ଛୁଆକୁ ନ୍ୟାୟ ଦେବା ପାଇଁ କେବଳ ଏପରି ଅନ୍ୟଲୋକର ବାରଣ୍ଡାରେ ବସି ରହିଛନ୍ତି ତାହା ପୁଣି ଖରା ବର୍ଷା ଶୀତ ସହି ।

ତାଙ୍କ କହିବା ଅନୁଯାୟୀ ତାଙ୍କୁ ସେଠିକାର ୨ – ୩ ଜଣ ଲୋକ ଅନେକ ସହଯୋଗ କରୁଛନ୍ତି । ସେଥିପାଇଁ ସେ ବହୁତ ଖୁସି । ଆଉ ଆଶା କରିଛନ୍ତି ଯେ ସମସ୍ତେ ହିଁ ତାଙ୍କୁ ସହଯୋଗ କରିବେ ଏବଂ ତାଙ୍କୁ ନ୍ୟାୟ ନିଶ୍ଚୟ ମିଳିବ । ଯାହାକୁ ସେ ନିଶ୍ଚୟ ନିଜ ମା ଏବଂ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହିତ ସେଲିବ୍ରେଟ କରିବେ । ପୁଣି ସ୍ୱାଧୀନତା ଦିବସକୁ ସେହି ସ୍ଥାନରେ ସେହି ପରିସ୍ଥିତିରେ ସେଲିବ୍ରେଟ କରିବାକୁ ନେଇ ଦୀପିକା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ।

ଦୀପିକା ଦୁଃଖ ପ୍ରକାଶ କରି କହିଛନ୍ତି ଯେ ତାଙ୍କ ଭୁଲ ଏତେ ବଡ଼ ହୋଇଗଲା ଯେ ଏବେ ସୁଦ୍ଧା ତାର ସମାଧାନ ହୋଇ ପାରୁନାହିଁ । ଅନ୍ୟ ଝିଅଙ୍କ କେସ ଭିନ୍ନ , ଯେଉଁଠି ପରିବାର ଲୋକେ ସେମାନଙ୍କୁ ଗ୍ରହଣ କରି ନିଅନ୍ତି । କିନ୍ତୁ ଦୀପିକାଙ୍କ ମାମଲା ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଏଠାରେ ଦୀପିକାଙ୍କ ମାମଲାର ଭବିଷ୍ୟତ ଯେ କଣ ହେବ । ତାହା କହିବା କଷ୍ଟକର ଅଟେ ।

Leave a Reply

Your email address will not be published. Required fields are marked *