ଦିନକୁ କେବଳ ୨ ଥର ଏହାକୁ ପିଅନ୍ତୁ, ଛାତି ଏବଂ ଗଳାରେ ଜମା କଫ ଘିଅ ଭଳି ତରଳି ଯିବ

ଥଣ୍ଡା ଏବଂ ବଦଳୁଥିବା ଋତୁ କାରଣରୁ ହିଁ ସାଧରଣତଃ ଗଳାରେ ଏବଂ ଛାତିରେ କଫ ଜମିଥାଏ । ଯାହାଦ୍ୱାରା ମଣିଷ ସବୁବେଳେ ରୋଗରେ ପଡିଥାଏ ଏବଂ କଫ କାରଣରୁ ସବୁବେଳେ ବିରକ୍ତି ଭାବ ପ୍ରକାଶ କରନ୍ତି । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବୁ । ଯାହାକୁ ଯଦି ଆପଣ ଦିନରେ ଦୁଇ ଥର ଲେଖାଏଁ ତିନି ଦିନ ପର୍ଯ୍ୟନ୍ତ ତିଆରି କରି ପିଅନ୍ତି ତେବେ ଅପଣଙ୍କର କଫ ସମସ୍ୟା ସବୁଦିନ ପାଇଁ ଗାଏବ ହୋଇଯିବ । ତେବେ ଚାଲନ୍ତୁ ଜାଣିନେବା ।

ପ୍ରଥମତଃ ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ଜିନିଷ ଘରେ ହିଁ ମିଳିଯିବ । ତେବେ ମନେ ରଖନ୍ତୁ ଯେ ଯଦି ଆପଣ ପ୍ରତ୍ୟକ ଦିନ ଏହାକୁ ପ୍ରସ୍ତୁତ କରିବା ସମ୍ଭବ ନୁହେଁ ତେବେ ଆପଣ ଗୋଟିଏ ଦିନ ବନାଇ ତିନି ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖି ପାରିବେ । ମାତ୍ର ଏହାକୁ ତାଜା ବନାଇ ପିଇଲେ ଅଧିକ ଫାଇଦା ହୋଇଥାଏ । ତେବେ ଚାଲନ୍ତୁ ଉପଚାରକୁ ବନାଇବାର ବିଧି ଜାଣିନେବା ।

ପ୍ରଥମତଃ ଆପଣ ଗ୍ୟାସରେ ଲୋ ଫ୍ଲେମରେ ଏକ ପେନ ବସାନ୍ତୁ । ସେଥିରେ ଦୁଇ କପ ପାଣି ନିଅନ୍ତୁ । ଏହାପରେ ଏକ ଅଦା ନେଇ ତାହାକୁ ଛୋଟ ଛୋଟ ଖଣ୍ଡରେ କାଟି ପକାଇ ଦିଅନ୍ତୁ । ବର୍ତ୍ତମାନ ଚାରି ରୁ ପାଞ୍ଚଟି ତୁଳସୀ ପତ୍ର ପକାନ୍ତୁ । ଯଦି ଆପଣଙ୍କୁ କେବଳ ଥଣ୍ଡା ଅଛି ତେବେ ଆପଣ ଏହି ଦୁଇଟି ଜିନିଷ ପ୍ରୟୋଗ କରନ୍ତୁ । ନଚେତ ଯଦି ଆପଣଙ୍କର କଫ ସମସ୍ୟା ରହିଛି ତେବେ ତେଜ ପତ୍ର ନିଶ୍ଚୟ ପକାନ୍ତୁ ।

ବର୍ତ୍ତମାନ ଗୋଟିଏ ଲବଙ୍ଗ ପକାନ୍ତୁ ଏବଂ ଗୋଟିଏ ରୁ ଦୁଇଟି ଗୋଲମରିଚ ପକାଇ ଦିଅନ୍ତୁ । ତେବେ ଏହି ଉପଚାର ଆପଣଙ୍କର କଫ ସମସ୍ୟା ଦୂର କରିଦେବ । ମନେ ରଖନ୍ତୁ ଅଧିକ ମାତ୍ରାରେ ଏସବୁ ଜିନିଷର ପ୍ରୟୋଗ ହାନୀ କାରକ ହୋଇପାରେ । ତେଣୁ ଥିଲା ମାତ୍ରାରେ ହିଁ ପ୍ରୟୋଗ କରନ୍ତୁ ।

ଏହି ଉପଚାର ପେଟ ଗରମ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଏହା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ବଢ଼ାଇ ଥାଏ । ବର୍ତ୍ତମାନ ତାହାକୁ କିଛି ସମୟ ଫୁଟିବାକୁ ଛାଡିଦିଅନ୍ତୁ । ସେଥିରେ ଚିନି ପକାନ୍ତୁ ନାହିଁ । ବର୍ତ୍ତମାନ ପାଣି ଏକ କପ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ ।

ବର୍ତ୍ତମାନ ତାହାକୁ ଗ୍ୟାସକୁ ଓହ୍ଲାଇ ଆଣି ସଙ୍ଗେ ସଙ୍ଗେ ଛାଣି ନିଅନ୍ତୁ ଏବଂ ସେଥିରେ ଅଳ୍ପ ଗୁଡ଼ କିମ୍ୱା ମହୁ ମିଶାନ୍ତୁ । ମହୁ ଥଣ୍ଡାକୁ ଭଲ କରିବା ସହିତ କଫ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଆପଣ ଏହାକୁ ସକାଳ ସମୟରେ ଚା ପରିବର୍ତ୍ତେ ପିଇ ପାରିବେ । ଏହାକୁ ଆପଣ ଦିନରେ ଦୁଇଥର ସକାଳୁ ଏବଂ ସନ୍ଧ୍ୟାରେ ସେବନ କରନ୍ତୁ । ଦେଖିବେ ଅନେକ ଦିନର ପୁରୁଣା କଫ ମଧ୍ୟ ବହାରିଯିବ ଏବଂ ଆରାମ ମିଳିବ ।

Leave a Reply

Your email address will not be published. Required fields are marked *