ମାଛ ନେଇଗଲା ଜୀବନ, ନୃଶଂସ ହୋଇଗଲା ସ୍ୱାମୀ ଆଉ କରିଦେଲା ଏଭଳି କାମ

ସମାଜରେ ଅନେକ ଘଟଣା ଘଟୁଅଛି । ଆଉ ସେଗୁଡିକ ମଧ୍ୟରୁ କେତେକ ଆମ ଛାତି ଥରାଇ ଦେଉଛି । କାରଣ ସେଗୁଡିକ ଅତ୍ୟନ୍ତ ନୃଶଂସ କାଣ୍ଡ ଅଟେ । ଯାହା ବିଷୟରେ କହିବା ମଧ୍ୟ ଅତ୍ୟନ୍ତ ଭୟଙ୍କର ଅଟେ । ଯେତେବେଳେ ମଣିଷଟି କ୍ରୋଧିତ ହୋଇଯାଏ , ସେ ସେତେବେଳେ ନିଜର ହିତାହିତ ଜ୍ଞାନ ହରାଇ ବସିଥାଏ ଆଉ କଣ କରି ବସେ ଜାଣି ପାରେନାହିଁ । ତେବେ ଏ ବାବଦରେ ଅନେକ ଖବର ସାମ୍ନାକୁ ଆସୁଅଛି । ଆଜି ଆମେ ଏଭଳି ଖବର ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ।

ତେବେ ସୂଚନା ଅନୁଯାୟୀ , ଭଦ୍ରକ ଜିଲ୍ଲା ପିରହାଟ ଥାନା ଶ୍ୟାମସୁନ୍ଦରପୁର ପଂଚାୟତର ଈଶ୍ୱରପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ୱାମୀ ଉତ୍ୟକ୍ତ ହୋଇ ନେଇ ଯାଇଛନ୍ତି ସ୍ତ୍ରୀର ଜୀବନ । ଆଉ ଯାହାର ମୁଖ୍ୟ କାରଣ ଅଟେ ମାଛ ତରକାରୀ । ସ୍ତ୍ରୀକୁ ମାଛ ତରକାରୀ କରିବାପାଇଁ କହିଥିଲେ ସ୍ୱାମୀ । କିନ୍ତୁ ସ୍ତ୍ରୀର ଏଭଳି କିଛି କାଣ୍ଡ ଦେଖି ନୃଶଂସ ପାଲଟି ଯାଇଥିଲେ ସ୍ୱାମୀ ଆଉ ନିଜ ସ୍ତ୍ରୀର ଗଳା ଚିପି ମାରି ଦେଇଥିଲେ । ଆଉ ଏ ଖବର ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଈଶ୍ଵରପୁର ଗ୍ରାମର ଶଶଧର ମଲ୍ଲିକ ନିଜ ସ୍ତ୍ରୀ ସିତାମଣିଙ୍କର ଜୀବନ ନେଇ ଯାଇଛନ୍ତି । ସୂଚନା ଅନୁଯାୟୀ ଶଶଧର ସିତାମଣିଙ୍କୁ ମାଛ ତରକାରୀ ରାନ୍ଧିବା ପାଇଁ କହିଥିଲେ । କିନ୍ତୁ ସୀତାମଣି ନିଜ ସ୍ୱାମୀଙ୍କୁ ମାରିବା ପାଇଁ ଗୋଡ଼ାଇ ଥିଲେ ଆଉ ତାଙ୍କୁ ବିଧା ଗୋଇଁଠା ମଧ୍ୟ ମାରିଥିଲେ । ବେଳେବେଳେ ଏଭଳି ବ୍ୟବହାର କରୁଥିବା କଥା କହିଛନ୍ତି ଶଶଧର । ନିଜ ସ୍ତ୍ରୀର ଏଭଳି ଅତ୍ୟାଚାରରେ ନୃଶଂସ ହୋଇ ଉଠିଥିଲେ ଶଶଧର । କଣ କରିବେ ବୋଲି ଭାବି ପାରିନଥିଲେ ।

ଆଉ ଶେଷରେ ସହିବାର ସୀମା ଟପି ଯାଇଥିଲେ ଶଶଧର ଏବଂ କରି ବସିଥିଲେ ଏଭଳି ଭୁଲ୍ । ରାଗ ତମତମ ହୋଇ ନିଜ ସ୍ତ୍ରୀର ଗଳା ଚିପି ଦେଇଥିଲେ । ଆଉ ଘଟଣାସ୍ଥଳରେ ହିଁ ତାଙ୍କ ସ୍ତ୍ରୀ ଆଖି ବୁଜି ଦେଇଥିଲେ । ଏହାପରେ କଣ କରିବେ ଭାବି ପାରିନଥିଲେ ଆଉ ହୋଇ ଯାଇଥିଲେ ଫେରାର । ବର୍ତ୍ତମାନ ତାଙ୍କୁ ପୋଲିସ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି ଆଉ ତାଙ୍କ ସ୍ତ୍ରୀଙ୍କର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ବର୍ତ୍ତମାନ ତାଙ୍କର ଦୁଇଟି ପିଲା ମା ଛେଉଣ୍ଡ ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *