ଶେଷ ହେଲା ଅଞ୍ଜୁର ପାକିସ୍ତାନୀ ପ୍ରେମ,ଏବେ ଭାରତ ଫେରିବାକୁ ଉଚ୍ଛନ୍ନ

ଶେଷ ହୋଇଛି ଅଞ୍ଜୁର ପାକିସ୍ତାନୀ ପ୍ରେମ । ଅଞ୍ଜୁ ଏବେ ପୁଣି ଭାରତ ଫେରିବାକୁ ବିକଳ । ହଁ ବନ୍ଧୁଗଣ ଦିନେ ପାକିସ୍ତାନ ଯିବା ପାଇଁ ବ୍ୟାକୁଳ ହେଉଥିବା ଆଞ୍ଜୁ ଏବେ ଭାରତ ଆସିବାକୁ ବିକଳ ହେଉଛି । ପ୍ରେମ ନିଶା ଉତୁରି ଯାଇଛି ସବୁକିଛି ଏଇ ମାତ୍ର କିଛି ଦିନ ଭିତରେ ବଦଳି ଯାଇଛି ।

ଭାରତର ବୋହୁ ପାକିସ୍ତାନ ଯୁବକଙ୍କ ପ୍ରେମରେ ଉବୁଟୁବୁ ହୋଇ ଭାରତ ଛାଡି ଚାଲିଯାଇଥିଲେ ପାକିସ୍ତାନ । ଗଲା ବେଳେ ଘର ପରିବାର ଦୁଇ ଛୁଆ ଓ ସ୍ବାମୀଙ୍କ କଥା ଆଦୌ ଭାବି ନଥିଲେ । ହେଲେ ଏବେ କିନ୍ତୁ ତାଙ୍କର ଭାରି ମନେ ପଡୁଛି ଦୁଇ ଛୁଆଙ୍କ କଥା । ତେଣୁ ଅଂଜୁ ଏବେ କାନ୍ଦୁଛନ୍ତି ଭାରତ ଫେରିବାକୁ ।

ଆପଣଙ୍କର ନିହାତି ମନେ ଥିବ ଏହି ଅଞ୍ଜୁଙ୍କ କଥା । ଯିଏକି ପ୍ରେମ ପାଇଁ ସାତ ଦରିଆ ପାରି ହେବା ଭଳି ହୋଇଥିଲେ ସୀମା ପାର । ଗଲା ବେଳେ କିଛି ଭାବି ନଥିଲେ କେବଳ ତାଙ୍କୁ ତାଙ୍କ ପ୍ରେମିକ ଦରକାର ଥିଲା । ସବୁ ଦିନ ସେ କେବଳ ଭାବୁଥିଲେ କିପରି ସେ ଭାରତରୁ ଯାଇ ପାକିସ୍ତାନର ପହଞ୍ଚିବେ ଆଉ ନିଜ ପ୍ରେମୀକଙ୍କୁ ଦେଖା କରି ତାଙ୍କ ସହିତ ଖୁସିର ମୁହୂର୍ତ୍ତ ଗୁଡା କାଟିବେ । ସେଥିପାଇଁ ଅଞ୍ଜୁ ସବୁବେଳେ ନିଜ ପ୍ରେମିକ କଥା ଭାବି ଅପେକ୍ଷା କରିଥିଲେ ସୁଯୋଗକୁ । ଆଉ ସେହି ସୁଯୋଗ ବେଶୀ ଦିନ ଧରି ଅପେକ୍ଷା ହୋଇନଥିଲା । ଶେଷରେ ଆଞ୍ଜୁ ଭାରତରୁ ପାକିସ୍ଥାନକୁ ଯିବାରେ ସଫଳ ହୋଇଥିଲେ ।

ବନ୍ଧୁଗଣ ପୁରା ଘଟଣା କିଛି ଏମିତି ଥିଲା ଯାହା ଶୁଣିବା ପରେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ହଁ ଆଜ୍ଞା ମୋବାଇଲ ରୁ ଆରମ୍ଭ ହୋଇଥିଲା ଅନଜୁଙ୍କର ପାକିସ୍ତାନ ଯୁବକଙ୍କ ସହ ପ୍ରେମ କାହାଣୀ । ମୋବାଇଲରେ କଥା ହେଉ ହେଉ ଦୁହିଁଙ୍କ ହୃଦୟ ମିଳନ ଚାହିଁ ଥିଲା । ତେଣୁ ଅଞ୍ଜୁ ଚାଲିଯାଇଥିଲେ ପାକିସ୍ତାନ । ସେଠାରେ ପହଞ୍ଚିବା ପରେ ସେ ବେଶ୍ ଖୁସି ଥିଲେ । ଭାରତୀୟ ମିଡ଼ିଆ କୁ ନା ନା କଥା କହିବା ବି ଆରମ୍ଭ କରିଥିଲେ । ହେଲେ ଏହା ପରେ ମାତ୍ର କିଛି ଦିନ ପରେ ଆଞ୍ଜ୍ ତାଙ୍କ ପ୍ରେମିକଙ୍କୁ ବିବାହ କରି ତାଙ୍କ ସାଥିରେ ଖୁସିରେ ରହିଥିଲେ ।

ହେଲେ ଏବେ କିନ୍ତୁ ଅଞ୍ଜୁ ଆଉ ପାକିସ୍ତାନରେ ରହିବାକୁ ଚାହୁଁ ନାହାନ୍ତି । ସେ ଭାରତ ଫେରି ଆସିବାକୁ ବିକଳ ହେଉଛନ୍ତି । ଆଉ ନିଜ ଭୁଲ ପାଇଁ ହାତ ଜୋଡି ଅନୁତାପ କରୁଛନ୍ତି । ତାଙ୍କର ତାଙ୍କ ପିଲାଙ୍କ କଥା ମନେ ପଡୁଥିବା ସେ କହିଛନ୍ତି । ତେଣୁ ସେ ଆଉ ପାକିସ୍ତାନରେ ନ ରହି ଭାରତ ଆସିବାକୁ ଚାହୁଁଛନ୍ତି । ହେଲେ ଅଞ୍ଜୁ ଯଦି ସତରେ ଭାରତ ଫେରନ୍ତି ତାହାଲେ ପରିବାର ଲୋକେ ତାଙ୍କୁ ଗ୍ରହଣ କରିବେ କି ନାହିଁ ତାହା ତ କେବଳ ସମୟ କହିବ ।

Leave a Reply

Your email address will not be published. Required fields are marked *