ଛୋଟ ବେଳୁ ବହୁତ କଷ୍ଟ କରିଥିଲା, ମା ତାର ପାଗେଳୀ, ଭାବିଥିଲୁ ବାହାଘର ପରେ ଖୁସିରେ ରହିବ ହେଲେ….

ବର୍ତ୍ତମାନ ସମୟରେ ସାରା ଦେଶରେ ଏବଂ ସାରା ରାଜ୍ୟରେ ବିରପୁତ୍ର ସୁଶାନ୍ତଙ୍କ ଶହୀଦ ଖବର ଚର୍ଚ୍ଚାରେ ରହିଛି । ଦେଶ ପାଇଁ ନିଜ ଜୀବନ ଦେଇ ଶ-ହୀଦ ହୋଇଥିବାରୁ ନିଶ୍ଚିତ ଭାବରେ ଦେଶବାସୀ ଦୁଃ-ଖିତ ହେବେ ଏବଂ ଗର୍ବିତ ମଧ୍ୟ ଅନୁଭବ କରିବେ । କିନ୍ତୁ ଏହାରି ମଧ୍ୟରେ ଗୋଟିଏ ପରିବାର ନିଜ ପୁଅ । ଜଣେ ପଡ଼ୋଶୀ ନିଜର ଅନ୍ୟ ଜଣେ ପଡ଼ୋଶୀ ଏବଂ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ହରାଇଛି । ଯେଉଁ ଦୁଃ-ଖକୁ କେହିବି ନେଇ ପାରିବେ ନାହିଁ । ଏଥିପାଇଁ ଗର୍ବିତ ହେବା ତ ନିଶ୍ଚିତ କିନ୍ତୁ ପରିବାର ସମ୍ପୂର୍ଣ୍ଣ ଦୁଃ-ଖରେ ଭାଙ୍ଗି ପଡ଼ିଛି ।

କିଛି ମାସ ପୂର୍ବରୁ ହିଁ ସୁଶାନ୍ତ ଆସିଥିଲେ ଘରକୁ ନିଜ ଶଳାଙ୍କ ବିବାହ ପାଇଁ । ସବୁ କର୍ତ୍ତବ୍ୟ ମଧ୍ୟ ତୁଲେଇ ଥିଲେ । ଖୁସିରେ ସମସ୍ତଙ୍କ ପାଇଁ ଜିନିଷ ପତ୍ର ଆଣିଥିଲେ । ପୁଣି ଚଳିତ ବର୍ଷ ନିଜର ବିବାହ ମଧ୍ୟ ହୋଇଥିଲା । ଉଭୟ ବାପ ଘରେ ଏବଂ ଶ୍ୱଶୁର ଘରେ କାନ୍ଥରେ ସୁଶାନ୍ତ ଏବଂ ପୂର୍ଣ୍ଣିମାଙ୍କ ନାମ ଲିଭିନାହିଁ ।

ପୂର୍ଣ୍ଣିମାଙ୍କ ପାଦରୁ ଅଳତା ଲିଭିନାହିଁ ହାତରୁ ମେହେନ୍ଦୀ ଯାଇନାହିଁ କିନ୍ତୁ ବର୍ତ୍ତମାନ ସିନ୍ଦୁର ଲିଭି ଯାଇଛି । ଯାହାକି ଉଭୟ ପରିବାର ପାଇଁ ଅତ୍ୟନ୍ତ ଦୁଃ-ଖଦ ବିଷୟ ଅଟେ । ପୂର୍ଣ୍ଣିମା ପ୍ରୋଫେସନ ରେ ଏଏନଏମ ଚାକିରୀ କରନ୍ତି । ତେଣୁ ସେ ଖୁବ କମ ନିଜ ଶାଶୁ ଘରେ କିମ୍ବା ବାପ ଘରେ ରହନ୍ତି ।

ତାଙ୍କ ମା’ ମଧ୍ୟ ପାଗଳ । ତେଣୁ ସେ ଖୁବ କଷ୍ଟରେ ସଂ-ଘର୍ଷ କରି ଜୀବନ ବିତାଇଛନ୍ତି । ସାହି ପଡ଼ିଶା ଘର ଲୋକେ ଭାବିଥିଲେ ଯେ ପୂର୍ଣ୍ଣିମା ବିବାହ ପରେ ହୁଏତ ଖୁସିରେ ରହିବେ । କିନ୍ତୁ ତାହା ଆଉ ହୋଇ ପାରିନାହିଁ । ଗତକାଲି ଦିନ ୧୨ରେ ଯେତେବେଳେ ସୁଶାନ୍ତଙ୍କ ଶ-ହୀଦ ଖବର ଆସିଲା ସେତେବେଳେ ପୁରା ଗାଁ ସ୍ତବ୍ଧ ହୋଇ ଯାଇଥିଲା । ସବୁଠି କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା । କେହିବି ଏଭଳି ଘଟ-ଣାକୁ ସହଜରେ ବିଶ୍ୱାସ କରି ପାରି ନାହାଁନ୍ତି । ପୁଅକୁ ହରାଇ ମା ଏବଂ ସ୍ୱାମୀକୁ ହରାଇ ନବବିବାହିତା ସ୍ତ୍ରୀ ଯେଉଁ ଦୁଃ-ଖରେ ବୁଡ଼ି ରହିଛି ତାହାକୁ ହୁଏତ ଆପଣ ବି ଅନୁଭବ କରି ପାରନ୍ତି ।

Leave a Reply

Your email address will not be published. Required fields are marked *