ସେଝିଅକୁ ମୁ ଭଲ କରି ଜାଣିଛି…ସେ ଝିଅ ମାଗି ଯାଚି ପିଣ୍ଟୁ ଭାଇଙ୍କୁ ସାହାଯ୍ୟ କରୁଛି

ଦୀର୍ଘ ଦିନର ଚେଷ୍ଟା ପ୍ରଚେଷ୍ଟା ପରେ ଆଉ ଲୋକଙ୍କର ସାହାଯ୍ୟ ବଳରେ ବର୍ତ୍ତମାନ ସମୟରେ ପିଣ୍ଟୁ ନନ୍ଦ ଦିଲ୍ଲୀରେ ଚକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ଚିକିତ୍ସା ଭଲ ଭାବରେ ଚାଲି ଥିବା ସମୟରେ ବର୍ତ୍ତମାନ ଶୁଣିବାକୁ ମିଳିଛି କି , ତାଙ୍କୁ ନେଇ ହାଇଦ୍ରାବାଦ ଯିବାକୁ ପଡିବ । କାହିଁକି ନା ଆଗାମୀ କିଛି ଦିନ ମଧ୍ୟରେ ତାଙ୍କର ସେଠାରେ ଚିକିତ୍ସା ହେବ । ଆଉ ଖୁବ୍ ଶୀଘ୍ର କାହାର ଲିଭର୍ ମିଳିଲେ , ତାଙ୍କୁ ସ୍ତାନ୍ତାନ୍ତରଣ କରାଯିବ ।

ତେବେ ଏହାରି ମଧ୍ୟରେ ତାଙ୍କର ଅତି ନିକଟତର ଜଣେ କଳାକାର ବର୍ତ୍ତମାନ ଏ ବାବଦରେ ବାର୍ତା ଦେଇଛନ୍ତି । ତେବେ ତାଙ୍କୁ ଆପଣ ସମସ୍ତେ ଜାଣିଥିବେ , ସେ ଜଣେ କମେଡ଼ିଆନ ଭାବରେ କାମ କରିଥାନ୍ତି । ତାଙ୍କ କହିବା ଅନୁଯାୟୀ , ଭଗବାନଙ୍କ ଦୟାରୁ ବହୁତ ଜଲଦି ପିଣ୍ଟୁ ନନ୍ଦ ସୁସ୍ଥ ହୋଇ ଓଡ଼ିଶା ଫେରିବେ । ଆଉ ପୁଣି ଥରେ ଅନେକ ନୂଆ ନୂଆ ଫିଲ୍ମ ଭେଟି ଦେବେ ।

ଆପଣ ସମସ୍ତେ ଜାଣିଥିବେ କି , ବର୍ତ୍ତମାନ ସମୟରେ ପିଣ୍ଟୁ ନନ୍ଦ ଲିଭର ରୋଗରେ ପୀଡିତ ଅଛନ୍ତି । ତାଙ୍କର ଲିଭର ପୁରାପୁରି ଖରାପ ହୋଇ ଯାଇଛି । ତେଣୁ ସେହି ଲିଭର୍ ବଦଳରେ ଲିଭର ସ୍ତାନ୍ତାନ୍ତରଣ କରିବାକୁ ପଡ଼ିବ । ନଚେତ୍ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ତେବେ କମେଡିଆନ ଜଣକ କହିଛନ୍ତି କି , ବର୍ତ୍ତମାନ ସମୟରେ ପିଣ୍ଟୁ ନନ୍ଦଙ୍କ ପାଖରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ସେ ଫୋନ୍ କରିଥିଲେ ଆଉ ସବୁବେଳେ ମଧ୍ୟ ତାଙ୍କୁ ଫୋନ୍ କରନ୍ତି ।

ସେ କହିଛନ୍ତି କି , କାଲି କିମ୍ବା ଆଜି ତାଙ୍କୁ ନେଇ ହାଇଦ୍ରବାଦ ଯିବାକୁ ପଡିବ । ସେଠାରେ ତାଙ୍କର ଲିଭର ସ୍ତାନ୍ତାନ୍ତରଣ କରାଯିବ । ସୂଚନା ଅନୁଯାୟୀ , ପିଣ୍ଟୁ ନନ୍ଦଙ୍କ ପରିବାରର କାହା ସହିତ ମଧ୍ୟ ଲିଭର ମିଶି ନାହିଁ । ଅନ୍ୟ ପକ୍ଷରେ ତାଙ୍କ ବାପା ମାଆ ମଧ୍ୟ ବୁଢ଼ା ହୋଇ ଗଲେଣି , ତେଣୁ ସେମାନଙ୍କର ମଧ୍ୟ ଲିଭର ଦେବା ସମ୍ଭବ ନୁହେଁ ।

ତେବେ ଏପରି ପରିସ୍ଥିତିରେ ଶୁଣିବାକୁ ମିଳିଛି କି , ହାଇଦ୍ରାବାଦ ଗଲେ , ସେଠାରେ ଲିଭର୍ ମିଳିଯିବ । ଆଉ ଖୁବ୍ ଶୀଘ୍ର ସମସ୍ତଙ୍କ ପାଖକୁ ଖୁସିରେ ଆଉ ସୁସ୍ଥ ହୋଇ ସମସ୍ତଙ୍କ ପ୍ରିୟ ପିଣ୍ଟୁ ଭାଇ ଫେରି ଆସିବେ । ଏପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଅନେକ ଆଶା ରହିଛି କି , ସେ ଜଲଦି ଭଲ ହୋଇଯିବ । ଆଉ ଏଥିପାଇଁ ମଧ୍ୟ ଅନେକ ଲୋକ ନିଜ କଥା ଭୁଲି ଯାଇ ଭଗବାନଙ୍କ ପାଖରେ ତାଙ୍କ ପାଇଁ ପ୍ରାର୍ଥନା କରିବାରେ ଲାଗିଛନ୍ତି ।

ତେବେ ସେ ଆହୁରି ମଧ୍ୟ କହିଛନ୍ତି କି , ସେ ସବୁବେଳେ ପିଣ୍ଟୁ ନନ୍ଦଙ୍କୁ ଫୋନ୍ କରିଥାନ୍ତି , ଆଉ ଯାହା ପରେ ପିଣ୍ଟୁ ନନ୍ଦ ଧୀରେ ଧୀରେ କହିଥାନ୍ତି , ତୁ କଣ ମୋ ସ୍ତ୍ରୀ । ଆଉ ଏହି କଥା ତାଙ୍କୁ ଭଲ ଲାଗିଥାଏ । ତାଙ୍କର ନିଜର ଭାଇ ଭଳି ସେ ପିଣ୍ଟୁ ନନ୍ଦଙ୍କୁ ଦେଖିଥାନ୍ତି । ସବୁବେଳେ ତାଙ୍କ ସୁବିଧା ଅସୁବିଧାରେ ପିଣ୍ଟୁ ନନ୍ଦ ରହିଥାନ୍ତି । ତେଣୁ ଆଜି ସେ ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି କି , ସେ ସୁସ୍ଥ ହୋଇ ଯାଆନ୍ତୁ ।

ଅନ୍ୟ ପକ୍ଷରେ ବହୁ ଚର୍ଚ୍ଚିତ ରାଣୀ ପ୍ରିୟଦର୍ଶିନୀଙ୍କ ପିଣ୍ଟୁ ନନ୍ଦଙ୍କୁ ନେଇ ଭିକ ମାଗିବା କଥା ଉପରେ ସେ ମୁଁହ ଖୋଲି କହିଛନ୍ତି କି , ରାଣୀ ଜଣେ କିପରି ଝିଅ ସେ ଜାଣିଛନ୍ତି । ସେ ପିଣ୍ଟୁ ନନ୍ଦଙ୍କ ପାଇଁ ଚିନ୍ତା କରିଥିଲେ ଆଉ ତାପରେ ଟଙ୍କା ପାଇବା ପାଇଁ ସେ ଏପରି ଭିକ ମାଗିଥିଲେ । ଏଥିରେ କିଛି ଅସୁବିଧା ନାହିଁ । ସେ ଜଣେ ଭଲ ମଣିଷ , ତାଙ୍କ ପାଖରେ ବି ଏତେ ଟଙ୍କା କୁଆଡେ ଆସିବ ।

ତେଣୁ ସେ ଏପରି କଲେ ଆଉ ଯାହାକୁ ନେଇ ତାଙ୍କୁ ବର୍ତ୍ତମାନ ସମୟରେ ବଦନାମ କରାଯାଉଅଛି । ତାଙ୍କର କିଛି ଭୁଲ ନାହିଁ , ତେଣୁ ତାଙ୍କୁ ନେଇ ଆଉ ଚର୍ଚ୍ଚା କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି କି , ପିଣ୍ଟୁ ନନ୍ଦଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଆଉ କେମିତି ଜଲଦି ଘରକୁ ଫେରି ଆସିବେ , ସେଥିପାଇଁ ଚିନ୍ତା କରନ୍ତୁ ।

Leave a Reply

Your email address will not be published. Required fields are marked *