ଏହି ୪ଟି ବାଟରେ ଖସି ଯାଇପାରେ ଗୋପାଳ ଦାସ, ଘଟଣା ଦିନ ଠାରୁ ମିଳୁନି ଗୁଳି….

ଜଣେ ବରିଷ୍ଠ ନେତା ତଥା ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ରହିଥିବା ମନ୍ତ୍ରୀ ନବ ଦାସ ହ-ତ୍ୟା ମାମଲାକୁ ବର୍ତ୍ତମାନ ସମୟରେ ମାସେ ରୁ ଅଧିକ ସମୟ ବିରି ଯାଇଥିବା ପରେ ମଧ୍ୟ ଜଣା ପଡି ନାହିଁ ହ-ତ୍ୟାକାରୀର ହ-ତ୍ୟା କରିଥିବା ପଛର ପ୍ରକୃତ କାରଣ । କାହିଁକି ଏବଂ କେଉଁ ପରିସ୍ଥିତିରେ ଗୋପାଳ ଜଣେ ପୋଲିସ ଅଫିସର ହୋଇ ମଧ୍ୟ ନବ ଦାସଙ୍କ ଉପରକୁ ଗୁଳି ଚଳାଇ ଦେଇଥିଲା, ତାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି ।

ବର୍ତ୍ତମାନ ସମୟରେ ସବୁକିଛି ତଦନ୍ତ ଚାଲିଛି ଆଉ ଜେଲ ମଧ୍ୟରେ ପୋଲିସ ଅଧିକାରୀ ଗୋପାଳ ଦାସ ଦିନ କାଟୁଥିବା ସତ୍ତ୍ବେ ମଧ୍ୟ ଏ ଯାଏଁ ପ୍ରକୃତ କାରଣ କଣ ସେ ବିଷୟରେ ଜଣା ପଡିନାହିଁ । ତେବେ ଏତେ ଦିନ ପର୍ଯ୍ୟନ୍ତ ପୋଲିସ ମାନେ କରୁଛନ୍ତି କଣ ଏବଂ କ୍ରାଇମ୍ ବ୍ରାଞ୍ଚ କରୁଛନ୍ତି କଣ ବୋଲି କହି ମୁହଁ ଖୋଲିଛନ୍ତି ଜଣେ ବରିଷ୍ଠ ଆଇନଜୀବୀ ନରସିଂହ ମିଶ୍ର।

ତାଙ୍କ କହିବା ଅନୁଯାୟୀ , ବର୍ତ୍ତମାନକୁ ମାସେ ରୁ ଅଧିକ ସମୟ ହୋଇ ଯାଇଛି କିନ୍ତୁ ଜଣା ପଡୁ ନାହିଁ ପ୍ରକୃତ କାରଣ କଣ । ଯେତେବେଳେ କି ସାମ୍ନାରେ ଅପରାଧୀ ରହିଛନ୍ତି କିନ୍ତୁ ପୋଲିସ ଅଧିକାରୀ ତାଙ୍କ ପାଖରୁ ସତ ବାହାର କରି ପାରୁ ନାହାନ୍ତି କି ତଦନ୍ତ କରି ପାରୁ ନାହାଁନ୍ତି । ତେବେ ନିହାତି ଏହା ପଛରେ କିଛି ନା କିଛି ଯୋଜନା ରହିଛି ବୋଲି ସେ କହିଛନ୍ତି ।

ନଚେତ୍ ଏତେ ଦିନ ପରେ ମଧ୍ୟ କାହିଁକି କିଛି ହୋଇ ପାରୁ ନାହିଁ । ନିଶ୍ଚିତ ଭାବରେ ଗୋପାଳ ଏହି କିଛି ଉପାୟ ମାଧ୍ୟମରେ ଏହି ମାମଲାରୁ ବାହାରି ଯିବା ପାଇଁ ଚେଷ୍ଟା କରୁଛି । ତେବେ ତାଙ୍କ କହିବା ଅନୁଯାୟୀ , ସେଦିନ ଏତେ ସୁରକ୍ଷା ବଳରେ ରହି ମଧ୍ୟ ମନ୍ତ୍ରୀଙ୍କ ଉପରକୁ ଗୋପାଳ କିପରି ଗୁଳି ଚଳାଇ ଦେଲା ଆଉ ସେ କିପରି ସେହି ଭିତରକୁ ପଶି ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି , ସେହି ଗୁଳି କୁଆଡେ ଗଲା , ଯାହାକୁ ନବ ଦାସ ଉପରକୁ ଚଳାଇ ଥିଲା ଗୋପାଳ ।

ନିଶ୍ଚିତ ଭାବରେ ସେହି ଗୁଳି ତାଙ୍କ ଛାତିରେ ବାଜି ଗାଡ଼ି ଉପରେ ପଡ଼ି ଯାଇଥିବ କି ତଳେ ପଡି ଯାଇଥିବ , ତାକୁ କଣ ପାଇଁ ଖୋଜା ଗଲା ନାହିଁ କି ଗାଡ଼ିକୁ ସିଜ୍ କରାଗଲା ନାହିଁ । ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି କି , ନବ ଦାସଙ୍କର କୋଇଲା ବ୍ୟବସାୟ ଉପରେ ମଧ୍ୟ ନଜର ରହିଥିଲା ଆଉ ସେଥିପାଇଁ ବୋଧ ହୁଏ ଏହା ପଛରେ କିଛି ବ୍ୟବସାୟୀକ ଯୋଜନା ଥାଇପାରେ ।

ଯେଉଁଥି ପାଇଁ ମିଳିତ ଭାବରେ ନବ ଦାସଙ୍କୁ ହତ୍ୟା କରାଯାଇଛି । ଆଉ ଗୋପାଳ ଏଥିରେ ଫସି ଯାଇଛନ୍ତି । ତେବେ ଆହୁରି ମଧ୍ୟ କାରଣ ଥାଇପାରେ । ଯାହା ମାଧ୍ୟମରେ ଗୋପାଳ ଏହି ମାମଲାରୁ ଖସି ଯାଇପାରେ । ତାକୁ ଏତେ ଦିନ ହେଲା ଜେଲ ମଧ୍ୟରେ ରଖାଯାଇଛି କିନ୍ତୁ ଆଗରୁ ଯେଉଁ ତଦନ୍ତ କରାଗଲା , ତାହା ବିଷୟରେ କାହିଁକି ଗଣମାଧ୍ୟମ ଆଗକୁ ଅଣା ଯାଉନାହିଁ । କିଛି ତ କାରଣ ଏହା ପଛରେ ଥାଇ ପାରେ ।

ଅନ୍ୟ ପକ୍ଷରେ ସେ ଆହୁରି ମଧ୍ୟ କହିଛନ୍ତି କି , ସେଦିନ ନବ ଦାସଙ୍କ ଉପରକୁ ଗୁଳି ଚଳାଇବା ପରେ ସାଙ୍ଗେ ସାଙ୍ଗେ ସେ ସେଠାରେ ଟଳି ପଡ଼ିଥିଲେ କିନ୍ତୁ ତାଙ୍କୁ କାହିଁକି ଭୁବନେଶ୍ୱର ଅଣା ଯାଇଥିଲା ଆଉ ହସ୍ପିଟାଲରେ ସନ୍ଧ୍ୟା ସାତଟା ସମୟରେ ମୃତ ବୋଲି ଘୋଷିତ କରା ଯାଇଥିଲା ।

ଏହି ସବୁ ଦିଗ ଦେଖିବା ପରେ ନିଶ୍ଚିତ ଭାବରେ ଜଣା ପଡ଼ିଛି କି , ଏହା ହତ୍ୟା ଏକ ସୁଚିନ୍ତିତ ଯୋଜନାବଧ ହତ୍ୟା । ଯାହା ପଛରେ ଅନେକ ଲୋକଙ୍କର ହାତ ଥାଇପାରେ । ଏହା ବ୍ୟତୀତ ମଝିରେ କଥା ଉଠିଥିଲା କି , ଗୋପାଳର ଝିଆରୀ ନବ ଦାସଙ୍କ ପାଖକୁ ଚାକିରୀ କରିବା ପାଇଁ ଆସିଥିଲେ ଆଉ କିଛି ଏକ କାରଣ ପାଇଁ ନବ ଦାସ୍ ତାଙ୍କୁ ଚାପୁଡ଼ା ମାରିଥିଲେ , ଯାହା ପରେ ଗୋପାଳ କ୍ରୋଧିତ ହୋଇ ଥାଇ ଏପରି କାଣ୍ଡ କରି ଦେଇପାରେ ବୋଲି ଆଲୋଚନା ହେବାରେ ଲାଗିଛି । ତେବେ ବର୍ତ୍ତମାନ ଏହାର ସଠିକ୍ ତଦନ୍ତ କରାଯାଉ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *