ସସ୍ମିତା ଗୀତ ଗାଇ ପ୍ରଥମ ଥର କେତେ ଟଙ୍କା ରୋଜଗାର କଲେ ?

ସସ୍ମିତାଙ୍କୁ ତାଙ୍କ ପ୍ରଥମ ପାଉଣା ମିଳିଛି ତାଙ୍କ ଘରକୁ ଆସିଛନ୍ତି ପ୍ରଯୋଜକ ଆଉ ଲିରିସିଷ୍ଟ ସନ୍ତୋଷ ବାବୁ ବି ଆସିଛନ୍ତି ଆଉ ସୁବାଷ ବାବୁ ବି ଆସିଛନ୍ତି। ସସ୍ମିତାଙ୍କ ମାଆଙ୍କୁ ତାଙ୍କ ପଇସା ସେ ବଢ଼ାଇ ଦେଇଥିଲେ, ସେ ନିଜର ପ୍ରଥମ ପେମେଣ୍ଟ କାହିଁକି ତାଙ୍କ ମାଆଙ୍କୁ ବଢ଼ାଇ ଦେଇଥିଲେ ବୋଲି ପଚାରିବାରୁ ସେ କହିଥିଲେ କି ସେ ଚାହୁଁଛନ୍ତି ଘର ଭଲସେ ବନାଯାଉ ବାଡ଼ ଆଦି ଘେରା ହୋଇ ଯାଉ ସେଥିପାଇଁ ସେ ତାଙ୍କର ପ୍ରଥମ ରୋଜଗାରକୁ ନିଜ ମାଆଙ୍କ ହାତକୁ ବଢ଼ାଇ ଦେଇଥିଲେ।

ତାଙ୍କ ମାଆ କହିଥିଲେ କି ସବୁ ଝିଅ ବାହା ହୋଇ ଶାଶୁଘରକୁ ହିଁ ଯିବେ ତୁ ବି ବାହା ହେଇକି ଶାଶୂଘରକୁ ଯିବୁ କେହି ଝିଅ କିଛି ବି କରି ପାରିବେନି,ତୋ ପାଖରେ ସେମିତି ଟେଲେଣ୍ଟ ବି ନାହିଁ ତୁ କିଛି ବି କରି ପାରିବୁନି ସେଇଟା ସସ୍ମିତାଙ୍କୁ ବହୁତ ଖରାପ ଲାଗିଥିଲା ଏବଂ ସେ କହିଥିଲେ କି ହଉ ତୁ କହୁଛୁ ତ ମୁଁ କିଛି କରିପାରିବିନି ବୋଲି ମୋ ପାଖରେ କିଛି ଟେଲେଣ୍ଟ ନାହିଁ ବୋଲି, ଦେଖିବୁ ମୁଁ ତୋତେ ନିହାତି ଗୋଟେ ଦିନ କିଛି ନା କିଛି କରିକି ଦେଖେଇବି ଆଉ ସେଥିପାଇଁ ବି ସେ ତାଙ୍କର ପ୍ରଥମ ରୋଜଗାରକୁ ମାଆଙ୍କୁ ହାତକୁ ଦେଇଦେଇଥିଲେ।

ମାଆ ମାନଙ୍କର ତ ସବୁବେଳେ ସ୍ୱପ୍ନ ଥାଏ କି ପିଲାମାନେ ଏମିତି କରନ୍ତୁ ସେମିତି କରନ୍ତୁ ସେମିତି ମୋ ମାଆର ବି ଇଚ୍ଛା ଥିଲା କି ମୋର ଗୋଟେ କେହି ପିଲା ମଣିଷ ହୁଅନ୍ତୁ। ବାହା ହେଇକି ବି ମୁଁ ହାର୍ ମାନି ନାହିଁ ଆଗକୁ ବଢ଼ିବାକୁ ବି ଚାହୁଁଛି ଆଗକୁ ବି ବଢ଼ିବି ଲୋକମାନେ ଯାହା ବି କୁହନ୍ତୁ, ଗାଁ ଲୋକ ବି ଯାହା କୁହନ୍ତୁ ମୁଁ କଥାକୁ କିଛି ଖାତିର୍ କରିବିନି କିଛି ଶୁଣିବିନି ଆଗକୁ ବଢ଼ିବି ଆଉ ରାହୁଲ୍ ଭାଇଙ୍କୁ ମୁଁ ବିଶେଷ କରି ଧନ୍ୟବାଦ ଦେବି। ଯେତେବେଳେ ସସ୍ମିତାଙ୍କ ମାଆଙ୍କୁ ପଚରା ଯାଇଥିଲା କି ଝିଅ ଆପଣଙ୍କ ହାତକୁ ତାର ପ୍ରଥମ ରୋଜଗାର ବଢ଼ାଇ ଦେଇଥିଲା କେମିତି ଲାଗିଲା ଆଉ ସେଇ ଟଙ୍କାରେ ଆପଣ କ’ଣ କରିବେ।

ସେ କହିଥିଲେ କି ମୋତେ ବହୁତ ଖୁସି ଲାଗୁଛି ମୁଁ କେବେବି ଭାବି ନଥିଲି କି ସେ ଏମିତି କେବେ ଟଙ୍କା ରୋଜଗାର କରି ଆଣିବ ବୋଲି ମୁଁ ଭାବିଥିଲି ସେ ଏମିତି ଭିକ ମାଗୁଛି ଭିକ ମାଗୁଥିବ ସବୁବେଳେ, ହେଲେ ସେ ଆଜି ଟଙ୍କା ରୋଜଗାର କରି ଆଣିଛି ମୋତେ ବହୁତ ଖୁସି ଲାଗୁଛି ଆଉ ଏହି ଟଙ୍କାରେ ଆଉ ଗୋଟେ ଜରି ଆଣି ମୁଁ ଘରେ ଉପରେ ପକାଇବି ଯେମିତି ସେ ତା ଛୁଆକୁ ନେଇ ଭଲରେ ରହି ପାରିବ।

ରାହୁଲ୍ ବାବୁଙ୍କ ପାଇଁ ସେ ଆଜି ଆଗକୁ ବଢ଼ିଲା ଏଥିଲାଗି ମୁଁ ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛି, ଯେଉଁମାନେ ବି ତାକୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଛନ୍ତି ଆଉ ଏତେ ଆଗକୁ ନେଇଛନ୍ତି ଏଥିପାଇଁ ମୁଁ ସେମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛି।

Leave a Reply

Your email address will not be published. Required fields are marked *