ଶର୍ମିଷ୍ଠା ନିଜେ ଡ୍ରାଇଭିଂ କରି ମାନସଙ୍କ ଶବ କୁ କାରରେ ନେଇଥିଲେ….

ବର୍ତ୍ତମାନ ଓଡ଼ିଶାର ବହୁ ଚର୍ଚ୍ଚିତ କ୍ରାଇମ ମାମଲା ହେଉଛି କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହ-ତ୍ୟା ମାମଲା । ଯେଉଁଥିରେ ଧୀରେ ଧୀରେ ନୂଆ ନୂଆ ରହସ୍ୟ ଖୋଲିବାରେ ଲାଗିଛି । ଗତକାଲି ସାମ୍ବାଦିକା ଶର୍ମିଷ୍ଠା ଏବଂ ଅନ୍ୟ ଜଣେ ବଡ଼ ଅଫିସର ଏଥିରେ ପ୍ରତ୍ୟକ୍ଷ ଭାବରେ ସାମିଲ ଥିବା କଥା ଜଣା ପଡ଼ିଥିଲା କିନ୍ତୁ ଆଜି ଶର୍ମିଷ୍ଠାଙ୍କ କାର ମିଳିଥିବା ସୂଚନା ରହିଛି । ଯେଉଁଥିରେ ମାନସଙ୍କ ମୃତ୍ୟୁ ଶବକୁ ନିଆଯାଇ ପୋତି ଦିଆଯାଇଥିବା କୁହାଯାଉଛି ।

ଗତ କିଛି ଦିନ ହେବ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା ରେ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଙ୍କୁ ପୋଲିସ ଖୋଜିବାରେ ଲାଗିଛି । କିନ୍ତୁ ବର୍ତ୍ତମାନର ଖବର ଅନୁଯାୟୀ ଏହି ମାମଲା କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରାଯାଇଥିବା ଶୁଣିବାକୁ ମିଳିଛି । ଡିଜିପିଙ୍କ ନିର୍ଦେଶକ୍ରମେ ଏହି ଘଟଣାର ତଦନ୍ତ ବର୍ତ୍ତମାନ କ୍ରାଇମବ୍ରାଞ୍ଚ କରିବ ଏବଂ ଏଡିଜି ସଞ୍ଜୀବ ପଣ୍ଡା ଏହାର ସୂଚନା ଦେଇଛନ୍ତି ।

ତେବେ କ୍ରାଇମବ୍ରାଞ୍ଚ ର ତଦନ୍ତ ଅନୁଯାୟୀ ଆଜି ଶର୍ମିଷ୍ଠା ଙ୍କ କାର ଯାହାକି ମାନସ ହତ୍ୟା ମାମଲା ସହିତ ସିଧାସଳଖ ଜଡ଼ିତ ତାହାକୁ ଭୁବନେଶ୍ୱର ଏୟାରଫିଲଡ଼ ଥାନା ସ୍କାଏ ଟାୱାର ଅପାର୍ଟମେଣ୍ଟ ଗ୍ୟାରେଜରୁ ଠାବ କରାଯାଇଛି । ଏହି କାର କୁ ନେଇ ଅନେକ କିଛି ତଥ୍ୟ ସାମ୍ନାକୁ ଆସୁଛି । ସେହି ଅନୁଯାୟୀ ମାନସ ସ୍ବାଇଁ ଙ୍କୁ ହତ୍ୟା କରାଯାଇ ଶର୍ମିଷ୍ଠା ନିଜେ ନିଜ ଗାଡ଼ିରେ ମାନସ ଙ୍କ ଶବ କୁ ନୟାଗଡ଼ ନେଇ ଯାଇଥିବା କଥା କୁହାଯାଉଛି ।

ତେବେ ସୂଚନା ଅନୁଯାୟୀ କ୍ରାଇମବ୍ରାଞ୍ଚ ଏହି ତଥ୍ୟ ଉପସ୍ଥାପନ କରିଛି ଯେ ଶର୍ମିଷ୍ଠା ଙ୍କ ଗାଡ଼ିରେ ମାନସ ଙ୍କୁ ଅପହରଣ କରାଯିବା ସହିତ ହତ୍ୟା ଏବଂ ପରେ ପୋତିବାକୁ ନେବା ଏ ସମସ୍ତ କାର୍ଯ୍ୟ ହୋଇଛି । ହତ୍ୟା ଦିଅ ଶର୍ମିଷ୍ଠା ନିଜେ ହିଁ ମାନସ ଙ୍କ ମୃତ ଶବ କୁ ନିଜ କାର ରେ ନେଇ ନୟାଗଡ଼ ଯାଇଥିଲେ ଏବଂ ମୃତଦେହ କୁ ନୟାଗଡ଼ ରେ ପୋତି ଦିଆଯାଇଥିଲା । ଏସବୁ କାମ ପାଇଁ ଶର୍ମିଷ୍ଠାଙ୍କ କାର ବ୍ୟବହାର କରାଯାଇଥିବା ସହିତ ନିଜେ ଶର୍ମିଷ୍ଠା ଏବଂ ଅନ୍ୟ ଜଣେ ସହଯୋଗୀ ଗାଡ଼ି ଚଳାଇ ଥିବା କଥା କହିଛନ୍ତି ଭଦ୍ରକ ଜିଲ୍ଲା ମତୋ ଫାଣ୍ଡି ଅଧିକାରୀ ।

Leave a Reply

Your email address will not be published. Required fields are marked *