୬ ମାସ ପରେ ଯୁବକଙ୍କ ମୃତଦେହକୁ କବରରୁ ବାହାର କରାଗଲା, ସ୍ତ୍ରୀ ଏବଂ ପ୍ରେମିକାର ଗୁପ୍ତ ଅଡିଓ ଆସିଲା ସାମ୍ନାକୁ…

ଉତ୍ତରପ୍ରଦେଶର ବାଗପାଟ ଜିଲ୍ଲାରୁ ଏକ ସମ୍ବେଦନଶୀଳ ଖବର ଆସିଛି। ବାଗପାଟର ବାରୁତ ସମାଧିସ୍ଥଳରୁ ୬ ମାସ ପରେ ଜଣେ ଯୁବକଙ୍କ ମୃତଦେହକୁ ବାହାର କରା ଯାଇଛି।

ଏସଡିଏମ୍ ସିଓ ଏବଂ ଭାରୀ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଶବକୁ କବରରୁ ବାହାର କରାଯାଇଛି। ବର୍ତ୍ତମାନ ମୃତ ଦେହର ପୋଷ୍ଟମର୍ଟମ କରାଯିବ ଯାହା ଦ୍ୱାରା ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ। ମୃତ ଯୁବକଙ୍କର ସମ୍ପର୍କୀୟମାନେ ତାଙ୍କ ପତ୍ନୀ ଏବଂ ବନ୍ଧୁଙ୍କ ନାରେ ହତ୍ୟା ଅଭିଯୋଗର ମାମଲା ରୁଜୁ କରିଛନ୍ତି। ବୁଧବାର ଦିନ ଡିଏମଙ୍କ ନିର୍ଦ୍ଦେଶରେ ଶବକୁ କବରରୁ ବାହାର କରାଯାଇଛି।

ବାସ୍ତବରେ ଶାହାଜାଦ ନାମକ ଜଣେ ବ୍ୟକ୍ତିଙ୍କର ୬ ମାସ ପୂର୍ବରୁ ମୃତ୍ୟୁ ହେଇଥିଲା। ପରିବାରଲୋକେ ଏହାକୁ ସାଧାରଣ ଶ୍ମଶାନରେ ପୋତି ଦେଇଥିଲେ, କିନ୍ତୁ ୩ ମାସ ପୂର୍ବେ ମୃତକଙ୍କ ପତ୍ନୀ ପରଭେନ ଏବଂ ତାଙ୍କ ପ୍ରେମିକଙ୍କର ଏକ ଅଡିଓ କଲ ରେକର୍ଡ ଭାଇରାଲ ହୋଇଥିଲା ଯେଉଁଥିରେ ତାଙ୍କ ପତ୍ନୀ ଏବଂ ପ୍ରେମିକା ଶାହାଜାଦଙ୍କୁ ଟଙ୍କା ଦେଇ ହତ୍ୟା କରିବେ ବୋଲି ଧମକ ଦେଇଥିଲେ।

ଏହି ଅଡିଓ ମୃତକଙ୍କ ସମ୍ପର୍କୀୟଙ୍କ ନିକଟରେ ପହଞ୍ଚିବା ପରେ ସେମାନେ ଏସିପି ଏବଂ ଡିଏମ ବାଗପାଟଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏବଂ ନ୍ୟାୟ ପାଇଁ ଦାବି କରିଛନ୍ତି।

ବର୍ତ୍ତମାନ ମୃତ ଦେହର ପୋଷ୍ଟମର୍ଟମ କରାଯିବ, ଯାହା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବାର ଆଶା କରାଯାଉଛି। ଯଦିଓ ସମ୍ପର୍କୀୟଙ୍କ ଅଭିଯୋଗରେ ପୋଲିସ ପତ୍ନୀ ଏବଂ ତାଙ୍କ ତିନି ସାଥୀଙ୍କ ବିରୋଧରେ ମାମଲା ରୁଜୁ କରିଛି, ମାତ୍ର ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଏହାର ତଦନ୍ତ ଚାଲିବ। ମୃତକଙ୍କ ସମ୍ପର୍କୀୟମାନେ ପୁରା ଘଟଣା ବିଷୟରେ ସୂଚନା ଦେଇଥିଲେ ଏବଂ ଫୋନ୍ ରେକର୍ଡ ଅଡିଓ ପାଇଛନ୍ତି ବୋଲି କହିଥିଲେ। ସେହି ଆଧାରରେ ସେ ଅଭିଯୋଗ କରଛନ୍ତି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରି ମୃତ ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *