ଦୁଇଟି ଷଣ୍ଢ ମଧ୍ୟରେ ଲାଗିଲା ଲଢ଼େଇ, ସମାଧାନ କରିବାକୁ ଆସିଲା କୁକୁର; ଆଉ ତାପରେ… : ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ଆପଣ ନିଶ୍ଚୟ ପଶୁମାନଙ୍କ ଲଢେଇର ଅନେକ ଭିଡିଓ ଦେଖିଥିବେ । ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ଏତେ ବିପଜ୍ଜନକ ହୋଇଥାଏ ଯେ ଯାହାକୁ ଦେଖି ଆପଣଙ୍କ ରୋମ ଟାଙ୍କୁରି ଉଠିବ । ଆଜିକାଲି ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଅତ୍ୟନ୍ତ ଦେଖାଯାଉଛି । ଏହି ଭିଡିଓରେ ଆପଣ ଦୁଇଟି ଷଣ୍ଢର ଲଢେଇ ଦେଖିବାକୁ ପାଇବେ । ଏହି ସମୟରେ,ସେଠାକୁ ଏକ କୁକୁର ଆସେ, ଯାହା ପରେ ଏକ ବହୁତ ମଜାଦାର ଘଟଣା ଘଟେ ।

ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଆପଣ ଦୁଇଟି ଷଣ୍ଢ ମଧ୍ୟରେ ‘ଗ୍ୟାଙ୍ଗୱାର୍’ ଦେଖିପାରିବେ ।  ଷଣ୍ଢ ଦୁଇଟି ଭୀଷଣ ଲଢ଼େଇ କରୁଥିବାର ଆପଣ ଦେଖିପାରିବେ । ତେବେ ଏହି ସମୟରେ ଗୋଟିଏ କୁକୁର ସମାଧାନ କରିବାକୁ ଆସେ । ଏହା ପରେ, ଭିଡିଓରେ ଯାହା ଦେଖିବାକୁ ମିଳେ ତାହା ଆପଣ ଜୀବନରେ ବୋଧହୁଏ କେବେ ଦେଖିଥିବେ । ଭିଡିଓ ଦେଖି ଆପଣ ହସି ହସି ଗଡିଯିବେ ।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ରାସ୍ତା କଡ଼ରେ ଦୁଇଟି ଷଣ୍ଢ ହଠାତ୍ ଲଢେଇ ଆରମ୍ଭ କରନ୍ତି । ଉଭୟ ଷଣ୍ଢ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ଯୁଦ୍ଧ ଆରମ୍ଭ ହୁଏ । ଉଭୟ ଷଣ୍ଢ ପରସ୍ପରକୁ ଧୂଳି ଚଟାଇବାକୁ ଚେଷ୍ଟା କରନ୍ତି । ଠିକ୍ ଏହି ସମୟରେ ଏକ କୁକୁର ସେଠାକୁ ଆସେ । ସେ ଏହାର ସମାଧାନ କରିବାକୁ ଚେଷ୍ଟା କରେ । ତେବେ ଏହା ଏକ ଷଣ୍ଢକୁ ଆଦୌ ପସନ୍ଦ ହୁଏ ନାହିଁ । ଏହା ପରେ ସେ କୁକୁରର କାନକୁ ପାଟିରେ ଧରି ତଳୁ ଉଠାଏ ଏଵଂ ପରେ କୁକୁରକୁ ତଳେ କଚାଡ଼ି ଦିଏ ।

ଏହି ସମୟରେ ଅନ୍ୟ ଷଣ୍ଢଟିକୁ ସୁଯୋଗ ମିଳିଯାଏ । ଏହା ପରେ ସେ ଧଳା ଷଣ୍ଢଟିକୁ ଶିଙ୍ଗରେ ମାରି ତଳେ ପକାଇ ଦିଏ । ଏହି ଲଢେଇ ଦେଖିବାକୁ ବହୁତ ମଜାଦାର ଅଟେ । ଷଣ୍ଢ ଲଢେଇର ଏହି ମଜାଳିଆ ଭିଡିଓଟି ir_geographic ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓଟିକୁ ଶହ ଶହ ଲୋକ ଲାଇକ କରୁଥିବା ବେଳେ ଅଧିକାଂଶ ଲୋକ ମଜାଦାର କମେଣ୍ଟ ମଧ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *