ପୋଲିସ ବାବୁ ସରକାରୀ କ୍ୱାଟରରେ ପ୍ରେମିକାଙ୍କୁ ଧରି ଚଲେଇଥିଲେ ରାସ ଲୀଳାକୁ ରେଡ ହ୍ୟାଣ୍ଡରେ ଧରିଲା ସ୍ତ୍ରୀ….

ରଙ୍ଗିଲା ପୋଲିସ ବାବୁଙ୍କ ପ୍ରେମ ନିଶା ଉତୁରାଇ ଦେଲେ ନିଜ ପତ୍ନୀ । ପୋଲିସ ହୋଇ ଅନ୍ୟକୁ ନ୍ୟାୟ ଦେଉଥିବା ବେଳେ ଖୋଦ ପୋଲିସ ହିଁ ନିଜ ସ୍ତ୍ରୀ ସହିତ କରୁଥିଲେ ଅନ୍ୟାୟ । ଦେହରେ ଖାକି ପୋଷାକ ପିନ୍ଧି ଅନେକ ଅନେକ ଲୋକଙ୍କୁ ବାଟକୁ ଆଣୁଥିବା ପୋଲିସ ନିଜେ ଯାଇଛନ୍ତି ଅବାଟକୁ । ନିଜର ସ୍ତ୍ରୀ ପରିବାର ଥିବା କଥା ଭୁଲି ଯାଇ ଜଣେ ଯୁବତୀଙ୍କ ସହ ରାସଲୀଳା କରୁଥିଲେ ପୋଲିସ ବାବୁ ଜଣଙ୍କ । ଆଉ ଯେତେବେଳେ ସ୍ତ୍ରୀ ଏହି ଦୃଶ୍ୟକୁ ନିଜ ଆଖିରେ ଦେଖି ନେଇଥିଲେ ସେତେବେଳେ ସବୁକିଛି ହୋଇ ଯାଇଥିଲା ଏପଟ ସେପଟ ।

ସବୁଠୁ ବଡ କଥା ହେଉଛି ଏହି ରଙ୍ଗିଲା ପୋଲିସ ବାବୁ ଜଣଙ୍କ ପ୍ରେମ କରି 2017 ମସିହାରେ ନିଜ ସ୍ତ୍ରୀଙ୍କ ମଥାରେ ସିନ୍ଦୂର ପିନ୍ଧାଇ ସ୍ତ୍ରୀଙ୍କର ସାତ ଜନ୍ମର ସାଥି ହୋଇଥିଲେ । ହେଲେ ବିବାହକୁ ମାତ୍ର କିଛି ଦିନ ଯାଇଛି କି ନାହିଁ ଆରମ୍ଭ କରିଥିଲେ ନିଜର କାଣ୍ଡ କାରନାମା। ଆଉ ନିଜ ପତ୍ନୀଙ୍କୁ ଦେଖାଇ ଥିଲେ ନିଜର ଅସଲ ଚେହେରା ।

ନିଜ ପତ୍ନୀଙ୍କ ସହ ଝଗଡା କରି ଅନ୍ୟ ଯୁବତୀଙ୍କ ସହିତ ସରକାରୀ କ୍ୱାଟରରେ କରୁଥିଲେ ଖେଳ । ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରଖିବା ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ ଥାନାଧିକରୀ । ପୋଲିସ ବାବୁଙ୍କୁ ସରକାରୀ କ୍ୱାଟର ମିଳିଥିବା ବେଳେ ସେହି ସରକାରୀ କ୍ୱାଟରରେ ପୋଲିସ ବାବୁ କରୁଛନ୍ତି ଏପରି କାର୍ଯ୍ୟ ।

ଯୁବତୀଙ୍କ ସହ ରୋମାନ୍ସ କରିବା ପାଇଁ ପୋଲିସ ବାବୁଙ୍କୁ ଠିକ୍ ସୁହାଉଛି ସରକାରୀ କ୍ଵାଟର । ଅନେକ ଦିନ ଧରି ଏପରି କରୁଥିବା ବେଳେ ଏବେ ସ୍ତ୍ରୀ ହାତରେ ଧରା ପଡିଛନ୍ତି ସ୍ବାମୀ ଜଣଙ୍କ । ଆଉ ସ୍ବାମୀଙ୍କୁ ଅନ୍ୟ ଯୁବତୀଙ୍କ ସହ ଏପରି ଅବସ୍ଥାରେ ଦେଖିବା ପାରେ ସ୍ତ୍ରୀ ଜଣଙ୍କ କିପରି କାନ୍ଦୁଚନ୍ତି ତାହା ଆପଣ ଭାବି ମଧ୍ୟ ପାରିବେନି ।

ସ୍ତ୍ରୀ କାନ୍ଦି କାନ୍ଦି କହୁଛି ମତେ ବହୁତ୍ ଖରାପ ଲାଗୁଛି । ମୁଁ ଭୁଲ କରିଛି ଏମିତି ଗୋଟେ ମଣିଷକୁ ବିଶ୍ୱାସ କରି ତାଙ୍କ ସାଥିରେ ରହିଲି । ଏମିତି ଗୋଟେ ମଣିଷକୁ ଭଲ ପାଇ ତାଙ୍କ ହାତ ଧରିଲି । ଆଉ ସ୍ତ୍ରୀ ଏବେ କେବଳ ନିଜ ଭାଗ୍ୟକୁ ଦୋଷ ଦେଇ ଖୁବ୍ ଜୋରେ କାନ୍ଦୁଛି ।

ଆଉ କେବଳ ଏତିକି ନୁହେଁ ସ୍ତ୍ରୀ ଏ କଥା ମଧ୍ୟ କହୁଛି କି ଏହି ଘଟଣା ଦେଖିବା ପୂର୍ବରୁ ଭଗବାନ କାହିଁକି ମତେ ମାରି ଦେଲେନି । କାହିଁକି ମତେ ଭଗବାନ ବଞ୍ଚେଇକି ରଖିଛନ୍ତି । ତେବେ ଏଭଳି କାଣ୍ଡ କରି ସ୍ତ୍ରୀ ହାତରେ ଧରା ପଡ଼ିବା ପରେ ଚର୍ଚ୍ଚାରେ ପୋଲିସ ବାବୁ । ସ୍ଥାନୀୟ ଅଞ୍ଚଳରେ ପୋଲିସ ବାବୁଙ୍କ କାଣ୍ଡ କାରନାମା କୁ ନେଇ ଲୋକେ ଆଲୋଚନା କରୁଛନ୍ତି । ଆଉ କହୁଛନ୍ତି ଦେହରେ ଖାକି ପୋଷାକ ପିନ୍ଧି ସମାଜକୁ ଅବଟରୁ ବାଟକୁ ଆଣିବା ପାଇଁ ଶପଥ କରିଥିବା ପୋଲିସ ବାବୁ ନିଜେ ହିଁ ବାଟରେ ନାହାନ୍ତି ।

Leave a Reply

Your email address will not be published. Required fields are marked *