ଟିଉସନ ମାଷ୍ଟର ଛାତ୍ର ଛାତ୍ରୀଙ୍କୁ ପଢ଼ାଉଥିଲେ ହେଲେ ତାଙ୍କ ମା’ଙ୍କୁ କୁଣ୍ଢେଇ ପକାଉଥିଲେ, ଧାରା ପଡିବା ପରେ..

କୁହାଯାଏ ଶିକ୍ଷକ ଅର୍ଥାତ ଗୁରୁ ଭଗବାନ ସଦୃଶ୍ୟ ହୋଇଥାନ୍ତି । କିନ୍ତୁ ଆଜିକାଲି ଏହି ଉକ୍ତି ଭୁଲ ପ୍ରମାଣିତ ହେଉଛି । କାରଣ କିଛି ଶିକ୍ଷକଙ୍କ ପାଇଁ ପୁରା ଶିକ୍ଷକ ସମାଜ ବଦନାମ ହେଉଛି । ପାଠ ପଢ଼ାଇବାକୁ ଆସି ପର ଝିଅ ବୋହୂଙ୍କ ଉପରେ ଖରାପ ନଜର ପକାଇବା କେତେଦୂର ଠିକ ?? ଆଉ ଏଭଳି କାମ କଲେ କଣ କେହି ଶିକ୍ଷକ ଭଳି ସମ୍ମାନ କରିବ ? ପୂର୍ବରୁ ମଧ୍ୟ ଏମିତି ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରଲ ହେଉଥିବାର ଆପଣ ମାନେ ଦେଖିଥିବେ । କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ବର୍ତ୍ତମାନ ମଧ୍ୟ ଏଭଳି ଏକ ଘଟଣା ଭାଇରଲ ହେବାରେ ଲାଗିଛି ।

ଯେଉଁଠି ଜଣେ ଟିଉସନ ମାଷ୍ଟର ଟିଉସନ କରୁଥିବା ପିଲାର ମା ‘ ଙ୍କ ଉପରେ ଖରାପ ନଜର ପକାଇ ଥିବାରୁ ଏବଂ ତାଙ୍କ ସହିତ ଜୋର ଜବରଦସ୍ତ କରିଥିବାରୁ ଗିରଫ କରାଯାଇଛି । ଆଉ ବର୍ତ୍ତମାନ କୁଆଡ଼େ ସେହି ଟିଉସନ ମାଷ୍ଟରକୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅନ୍ତର୍ଗତ ସରକାରୀ ନୋଡାଲ ହାଇସ୍କୁଲ ପିଅନଙ୍କ ନାଁରେ ସଙ୍ଗିନୀ ଅଭିଯୋଗ ଆସିଛି ।

ଅଭିଯୋଗ ଏହା ଯେ ସେ ସେହି ସ୍କୁଲର ପିଅନ ଅଶୋକ ଦାସ ଟିଉସନ କରୁଥିବା ପିଲାଙ୍କ ମା’ଙ୍କ ଉପରେ କୁଆଡ଼େ ଖରାପ ନଜର ପକାଉଥିଲେ । କହି ରଖିବୁ ଯେ ଅଶୋକ ଦାସ ସ୍କୁଲରେ ଦିନ ସାରା ପିଅନ ଭାବରେ କାମ କରନ୍ତି ଏବଂ ସ୍କୁଲ ଶେଷ ହେବା ପରେ ସନ୍ଧ୍ୟାରେ ପିଲାଙ୍କ ଘରକୁ ଯାଇ ଟିଉସନ କରନ୍ତି ।

ତେବେ ସେ ସେହି ଅଞ୍ଚଳର ଜଣେ ଛାତ୍ରକୁ ଟିଉସନ କରିବା ସମୟରେ ତାଙ୍କ ମା’ ଙ୍କ ଉପରେ ସେ ଆଖି ପକାଇ ଥିଲେ । ତାପରେ ସେ ସେହି ମହିଳାଙ୍କ ସହିତ ଜୋର ଜବରଦସ୍ତ ମଧ୍ୟ କରିଥିଲେ । ମାତ୍ର ମହିଳା ଜଣକ ପାଟି କରିଥିଲେ । ତେବେ ପରେ ମହିଳା ଜଣକ ଥାନାରେ ଟିଉସନ ମାଷ୍ଟରଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଛି ।

ସ୍ଥାନୀୟ ଲୋକ ଏହି ମାମଲାକୁ ନେଇ ଅତ୍ୟନ୍ତ ଉତ୍ତେଜିତ ଅଛନ୍ତି କାରଣ ଅଶୋକ ଦାସ ପିଅନ ଥିବା ସ୍କୁଲ ଏକ ଗାର୍ଲସ ହାଇସ୍କୁଲ ଅଟେ । ତେଣୁ ଜଣେ ପିଅନ ଏଭଳି କାଣ୍ଡ କଲେ କେହିବି ଲୋକ ନିଜ ପିଲାଙ୍କୁ ସ୍କୁଲକୁ ପାଠ ପଢ଼ିବାକୁ ଛାଡ଼ିବେ ନାହିଁ । ତେବେ ବର୍ତ୍ତମାନ ସୂଚନା ଅନୁଯାୟୀ ଅଭିଯୁକ୍ତ ଅଶୋକ ଦାସଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *